ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନ

ନିକଟରେ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରେସିଡେଂଟ ଶ୍ରୀଯୁକ୍ତ ଡୋନାଲଡ ଟ୍ରମ୍ପ ତାଙ୍କର ଭାରତ ଗ୍ରସ୍ତରେ ଆସିଥିଲେ । ଆମେରିକାର ପ୍ରେସିଡେଂଟ କୈାଣସି ଦେଶକୁ ଯିବା,ସେ ଦେଶ ପାଇଁ ଏକ ବିଶିଷ୍ଟ ଘଟଣା ଓ ସେ ଦେଶର ସରକାର ଙ୍କର ବୈ÷ଦେଶିକ ନୀତିର ଏକ ବିରାଟ ସଫଳତା ରୁପେ ଧରାଯାଏ ।
ଆମେରିକାର ପ୍ରେସିଡେଂଟ ହେଉଛନ୍ତି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି । ସେ ଆମେରିକାର ଏକାଧାରରେ ରାଷ୍ଟ୍ରମୁଖ୍ୟ ଓ ଶାସନ ମୁଖ୍ୟ । ବିଶ୍ୱରେ ସାମରିକ ଶକ୍ତି ଓ ବିଭବରେ ଏହା ଏକନମ୍ବର ରାଷ୍ଟ୍ରର ମର୍ଯାଦା ପାଇଛି । ଆମେରିକାକୁ ନୁତନ ମହାଦେଶ କୁହାଯାଏ । ୧୪୯୨ ମସିହାରେ କଲମ୍ବସ ଏହାକୁ ଆବିଷ୍କାର କଲାପରେ ୟୁରୋପୀୟ ବଣିକ ମାନେ ସେଠାରେ ପହଂଚି ବସତି ବା କଲୋନି ମାନ ସ୍ଥାପନ କଲେ । ବିଶାଳ ମହାଦେଶର ଘନ ଜଙ୍ଗଲରେ ରହିବା ପାଇଁ ସ୍ଥାନୀୟ ଆଦିବାସୀଙ୍କ ସହ ଲଢେଇ କରିବାକୁ ପଡିଲା । ନିଜନିଜ ମଧ୍ୟରେ ବି ଯୁଦ୍ଧ ଲାଗିଲା । କିଛି ନିର୍ଯାତିତ ପ୍ରୋଟେଷ୍ଟାଂଟ ମାନେ ଧର୍ମଗତ ସ୍ୱାଧିନତା ଉପଭୋଗ ପାଇଁ ଇଂଲଣ୍ଡ ଛାଡି ଆମେରିକା ଯାଇ ପ୍ରଥମେ ଭର୍ଜନିଆ ଠାରେ ବସତି ସ୍ଥାପନ କଲେ । କାଳକ୍ରମେ ସେମାନେ ୧୩ଟି କଲୋନି ବା ରାଜ୍ୟ ପ୍ରତିଷ୍ଠା କଲେ । ଏ ସମସ୍ତ ରାଜ୍ୟ ବ୍ରିଟିଶ ସରକାରଙ୍କ ଅଧିନ ରେ ରହୁଥିଲେ ।୧୭୭୬ ମସିହା ଠାରୁ ୧୭୮୩ ମସିହା ପର୍ଯ୍ୟନ୍ତ ଇଂରେଜ ସରକାରଙ୍କ ଠାରୁ ସ୍ୱାଧିନତା ପାଇଁ ଯୁଦ୍ଧ ଚାଲିଲା । ଏହା ମଧ୍ୟରେ ଫିଲାଡେଲଫିଆ ଠାରେ ୧୩ଟି ରାଜ୍ୟ ଏକ କନଭେନସନ କରି ଗୋଟିଏ ଫେଡେରାଲ ରିପ୍ଲବିକ ଗଠନ କରି ଜୁଲାଇ ୪,୧୭୭୭ ଦିନ ବିଲ ଅଫ୍ ରାଇଟ ଓ ସ୍ୱାଧିନତା ଘୋଷଣା କଲେ । ଜର୍ଜ ୱାସିଂଟନଙ୍କ ନେତୃତ୍ୱ ରେ ଓ ଫ୍ରାନ୍ସର ସାହାଯ୍ୟରେ ଆମେରିକାନ ମାନେ ବ୍ରିଟିଶ ସୈନ୍ୟ ମାନଙ୍କୁ ୟର୍କଟାଉନ ଠାରେ ପରାସ୍ତ କଲେ(୧୭୮୧) ଓ ୧୭୮୩ ମସିହା ପାରିସ ଚୁକ୍ତିରେ ଆମେରିକା ସ୍ୱାଧିନତା ପାଇଲା । ପରେପରେ ନିଜର ଉଦାର ମନୋଭାବ ଓ ମାନବିକ ମୁଲ୍ୟବୋଧର ସମ୍ମାନ ଜଣାଇ ନୁ୍ୟର୍ୟକର ହଡସନ ସାଗର କୁଳରେ ଷ୍ଟାଚୁ୍ୟ ଅଫ୍ ଲିବର୍ଟି ସ୍ଥାପନା କରାଗଲା । ସେହିଦିନ ଠାରୁ ସାରା ବିଶ୍ୱର ମୁକ୍ତିକାମୀ ଜନତା ନିଜର ମୁକ୍ତି ପାଇଁ ଆମେରିକା ଆଡେ ଚାହିଁ ରହିଛନ୍ତି ।
୧୭୮୮ ମସିହା ରେ ଆମେରିକାର ନୁତନ ସମ୍ବିଧାନ କାର୍ଯ୍ୟକାରି ହେଲା । ୧୭୮୯ ମସିହାରେ ଜର୍ଜ ୱାସିଂଟନ୍ ଆମେରିକାର ପଥମ ପ୍ରେସିଡେଂଟ ରୁପେ ନିର୍ବାଚିତ ହେଲେ । ସେତେବେଳେ ଆମେରିକାନ ମାନେ ରାଜନୈତିକ ଦଳ ମାନଙ୍କୁ ଭ୍ରଷ୍ଟାଚାରର ଅବତାର ବୋଲି ଭାବୁଥିଲେ । ଜର୍ଜୱାସିଂଟନ ନିର୍ଦ୍ଦଳୀୟ ପ୍ରାର୍ଥୀ ରୁପେ ୮ ବର୍ଷ ପ୍ରେସିଡେଂଟ ଦାୟିତ୍ୱରେ ରହିଥିଲେ । ୧୭୯୯ ମସିହାରେ ତାଙ୍କର ମୃତ୍ୟୁ ଘଟିଲା
କାଳକ୍ରମେ ରାଜନୈତିକ ଦଳ ମାନେ ପ୍ରେସିଡେଂଟ ପାଇଁ ପ୍ରାର୍ଥୀ ଦେଲେ । ଦୁଇଟି ମୁଖ୍ୟ ରାଜନୈତିକ ଦଳଙ୍କର ଅଭୁ୍ୟଦୟ ଘଟିଲା । ଡେମୋକ୍ରାଟ ଓ ରିପ୍ଲବିକାନ ଦଳ । ସ୍ୱାଧିନ ପ୍ରାର୍ଥୀ ମାନେ ଲଢିଲେ ମଧ୍ୟ ସଫଳତା ମିଳୁନାହିଁ ।୧୮୧୨ ମସିହାରେ ଇଂରେଜ ମାନେ ଆମେରିକା ଆକ୍ରମଣ କଲାବେଳେ ଆଣ୍ଡ୍ରିୟୁ ଜନସନ୍ ଆମେରିକାର ପ୍ରେସିଡେଂଟ ଥିଲେ । ୧୮୬୧ ମସିହାରେ ପ୍ରଥମ ଥର ପାଇଁ ଜଣେ ରିପ୍ଲବିକାନ ପ୍ରାର୍ଥୀ ଆବ୍ରାହମ ଲିଙ୍କନ ୧୬ତମ ରାଷ୍ଟ୍ରପତି ରୁପେ ନିର୍ବାଚିତ ହେଲେ । ସେ କ୍ଷମତାକୁ ଆସୁଆସୁ ୧୩ ଓ ୧୪ ତମ ସମ୍ବିଧାନ ସଂଶୋଧନ ଦ୍ୱାରା ବହୁଦିନରୁ ପ୍ରଚଳିତ ଘୃଣ୍ୟ ଦାସତ୍ୱ ପ୍ରଥାକୁ ଉଠାଇ ଦେଲେ ଓ ଆଫ୍ରିକାନ ଆମେରିକାନଙ୍କୁ ଆମେରିକାର ନାଗରିକତ୍ୱ ପ୍ରଦାନ କଲେ । ତାହାକୁ ବିରୋଧ କରି ଦକ୍ଷିଣର ୧୩ ଟି ରାଜ୍ୟ ଫେଡେରେସନରୁ ପୃଥକ ହୋଇଗଲେ ବୋଲି ଘୋଷଣା କଲେ ଓ ଏକ ନୁତନ କନଫେଡେରସନ ଗଠନ କଲେ । ଆମେରିକାରେ ୪ବର୍ଷର ଗୃହ ଯୁଦ୍ଧ ଆରମ୍ଭ ହେଲା । ଏହି ଯୁଦ୍ଧରେ ଉଭୟ ପକ୍ଷର ୧୬ଲକ୍ଷ ସୈନ୍ୟ ଓ ସାଧାରଣ ଲୋକ ନିହତ ହେଲେ । ଶେଷରେ ଯୁଦ୍ଧରେ ପରାସ୍ତ ହୋଇ ଦକ୍ଷିଣର କନଫେଡେରେସନ ଆମେରିକା ଫେଡେରାଲ ସରକାର ନିକଟରେ ଆତ୍ମସମର୍ପଣ କଲା । ମାତ୍ର ଏପ୍ରିଲ ୧୫ ତାରିଖ୧୮୬୫ ଦିନ ଏକ ଆତତାୟୀର ଗୁଳିରେ ଲିଙ୍କନ ନିହତ ହେଲେ । ତାଙ୍କ ଦ୍ୱାରା କୁହାଯାଇଥିବ। “DEMOCRACY IS BY THE PEOPLE,FOR THE PEOPLE AND OF THE PEOPLE” ବାକ୍ୟ ସବୁଦିନ ପାଇଁ ମାନବଜାତିକୁ ଉଦବୁଦ୍ଧ କରୁଅଛି ।
ଗ୍ରୋଭର କ୍ଲେଭଲାଣ୍ଡ ଏକମାତ୍ର ବ୍ୟକ୍ତି, ଯିଏକି ବିଭିନ୍ନ ସମୟ ରେ ଦୁଇଥର ସଭାପତି ହୋଇଥିଲେ । ସେ ଆମେରିକାର ୨୨ ଓ ୨୪ତମ ପ୍ରେସିଡେଂଟ ହୋଇଥିଲେ । ଗୃହଯୁଦ୍ଧ ପରେ ଆମେରିକା ଆର୍ନ୍ତଜାତିକ ରାଜନୀତିରୁ ଦୁରେଇ ଯାଇ ନିଜର ଦେଶ ଗଠନରେ ଲାଗିପଡିଲା । ସାରା ଦେଶରେ ରେଲ ଲାଇନ ବିଛା ହେଲା । ବଡବଡ କଳକାରଖାନା ବସାଗଲା । ଜଙ୍ଗଲ ସଫାକରାଯାଇ ମାଇଲ, ମାଇଲ ବ୍ୟାପି କୃଷିକ୍ଷେତ୍ର ମାନ ତିଆରି ହେଲା । ବଡ,ବଡ କେନାଲ ମାନ ତିଆରି ହେଲା । କାଲିଫର୍ଣିଆରେ ସୁନା ମଳିବାରୁ ପଶ୍ଚିମ ଉପକୂଳରେ ବସତିମାନ ଗଢିଉଠିଲା । ୧୮୬୭ ମସିହାରେ ରୁଷିଆ ଠାରୁ ଆଲାସ୍କା ଦେଶ କିଣି ଆମେରିକା ନିଜସହ ମିଶାଇ ଦେଲା । ସ୍ପେନ ଠାରୁ ନିୟୁଭର୍ଜିନା ଦ୍ୱିପ କିଣିଲା । ହାୱାଇ, ପୋର୍ଟାରିକା, ଫିଲିପାଇନ, ସାମୋସା ଆଦି ରାଜ୍ୟ ନିଜ ସହଯୋଗ କଲା । ଏହାକୁ କୁହାଗଲା ଆମେରିକାନ ଟେରି ଟୋରି ।
ପ୍ରଥମ ବିଶ୍ୱ ଯୁଦ୍ଧ ବେଳେ ୧୯୧୬ ମସିହାରେ ଜର୍ମାନ ସବମେରାଇନ ହଠାତ୍ ବିନା କାରଣରେ ଆମେରିକା ଯାହାଜ ଉପରେ ଆକ୍ରମଣ କରିବାରୁ ଆମେରିକା ଦେଢଶହ ବର୍ଷର ନିରବତା ଭÿଙ୍ଗକରି ମିତ୍ରପକ୍ଷରେ ଯୁଦ୍ଧରେ ଯୋଗ ଦେଲା । ଏହି ଯୁଦ୍ଧରେ ଜୟଲାଭ କଲାପରେ ଆମେରିକା ବିଶ୍ୱ ରାଜନୀତିରେ ମୁଖ୍ୟ ଭୁମିକା ଗ୍ରହଣ କଲା । ବିଶ୍ୱ ଶାନ୍ତି ପାଇଁ ତକôାଲିନ ରାଷ୍ଟ୍ରପତ ି ଉଡୋ୍ର ଉଇଲସନ ଲିଗ ଅଫ୍ ନେସନ ର ପ୍ରତିଷ୍ଠା କରିଥିଲେ । ପରେ ତାହା ମିଳିତ ଜାତି ସଂଘ ରେପରିଣତ ହେଲା ।
ଦ୍ୱିତୀୟ ବିଶ୍ୱ ଯୁଦ୍ଧ ବେଳେ ଆମେରିକାର ରାଷ୍ଟ୍ରପତି ଥିଲେ ଏଫ.ଡି. ରୁଜଭେଲଟ । ଆମେରିକା ପ୍ରଥମରୁ ନିରପେକ୍ଷ ଥିଲେ ମଧ୍ୟ ୧୯୪୧ ମସିହାରେ ଜାପାନ ହଟାତ ଆମେରିକାର ନୈାଘାଟି ପର୍ଲହାରବର ଉପରେ ଆକ୍ରମଣ କରି ଅନେକ କ୍ଷତି ଘଟାଇଦେଲା । ବାଧ୍ୟ ହୋଇ ଆମେରିକା ମିତ୍ରଶକ୍ତି ପକ୍ଷରେ ଯୋଗଦେଲା ଓ ଆମେରିକାର ଅକଳନ୍ତି ସମ୍ପଦହିଁ ମିତ୍ର ଶକ୍ତିକୁ ଜୟ ଆଣିଦେଲା । ଯୁଦ୍ଧ ସରିବା ପୁର୍ବରୁ ରୁଜଭେଲଟଙ୍କର ମୃତ୍ୟୁ ଘଟିଲା । ହାରି ଟ୍ରୁମାନ ରାଷ୍ଟ୍ରପତି ହେଲେ । ତାଙ୍କ ଆଦେଶରେ ଜାପାନ ଉପରେ ଆଣବିକ ଅସ୍ତ୍ର ପ୍ରୟୋଗ ହୋଇ ବିଶ୍ୱରେ ଆଣବିକ ଯୁଦ୍ଧ ଯୁଗ ଆରମ୍ଭ ହେଲା । ହିରୋସିମା ଓ ନାଗାସାକି ଉପରେ ଦିଓଟି ପରମାଣୁ ବୋମାପଡି ମହାଯୁଦ୍ଧର ସମାପ୍ତି ଘଟିଲା । ଟ୍ରୁମାନଙ୍କ ପରେ ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ମିତ୍ରପକ୍ଷର ମୁଖ୍ୟ ସେନାପତି ଥିବା ଡିଉଇଟ.ଡି. ଆଇଜେନହ୍ୱାଆର ଦୁଇ ଥରପାଇଁ ରାଷ୍ଟ୍ରପତି ହେଲେ । ତାଙ୍କ ପରେ ସବୁଠାରୁ କମ ବୟସରେ ଜେ.ଏଫ.କେନେଡି ୧୯୬୧ ମସିହାରେ କ୍ଷମତା ଗ୍ରହଣ କଲେ । ତାଙ୍କ ବେଳେ କ୍ୟୁବା ମିସାଇଲ ସମସ୍ୟା ଓ ବେ- ଅଫ୍- ପିଗ ଆକ୍ରମଣ ପ୍ରମୁଖ ଘଟଣା । ରୁଷିଆ ଓ ଆମେରିକା ମୁହାଁ ମୁହିଁ ହୋଇ ଯାଇଥିଲେ । କେନେଡି ଶାନ୍ତି ପାଇଁ ଆଗେଇ ଆସିଲେ ଓ ଏଥିପାଇଁ ନଭେମ୍ବର ୨୨, ୧୯୬୩ ଦିନ ଆତତାୟୀ ର ଗୁଳିରେ ନିହତ ହେଲେ । ସମୁଦାୟ ଚାରି ଜଣ ଆମେରିକାନ ରାଷ୍ଟ୍ରପତି କ୍ଷମତାରେ ଥିବାବେଳେ ଆତତାୟୀ ଗୁଳିରେ ମୃତ୍ୟୁ ବରଣ କରିଛନ୍ତି । ସେମାନେ ହେଲେ ଆବ୍ରାହମ ଲିଙ୍କନ(୧୮୬୫), ଜେ ଏଫ୍ କେନେଡି(୧୯୬୩), ଜେ,ଏ. ଗାରଫିଲଡ(୧୮୫୧), ଉଇଲିଅମ ମାକକ୍ଲିନ (୧୯୦୧) । ଲିଣ୍ଡନ .ବି.ଜନସନ ୍ର୍ଙ୍କ ସମୟରେ ଆମେରକା ଭିଏତନାମ ଉପରେ ଆକ୍ରମଣ କରିଥିଲା । ଜେରାଲଡ ଫୋର୍ଡ(୧୯୭୪)ଙ୍କ ସମୟରେ ଆମେରିକା ଭିଏତନାମରୁ ଓହରି ଆସିଲା । ୧୯୭୭ରେ ରାଷ୍ଟ୍ରପତି ହୋଇଥିବା ଜିମି କାର୍ଟର ଶାନ୍ତି ପାଇଁ ନୋବେଲ ପୁରସ୍କାର ପାଇଥିଲେ । ୯୫ ବର୍ଷରେ ପହଂଚି ସେ ଏପର୍ଯ୍ୟନ୍ତ ଜୀବିତ ଅଛନ୍ତି । ଜର୍ଜ .ଏଚ. ଡବ୍ଲୁ ବୁସ ଓ ଜର୍ଜ ଡବ୍ଲୁ ବୁସ, ବାପ ପୁଅ ୧୯୮୯ ଓ ୨୦୦୧ ମସିହାରେ ରାଷ୍ଟ୍ରପତି ହୋଇଥିଲେ । ବାରାକ ଓବାମା ପ୍ରଥମ ଆଫ୍ରୀକୀୟ ଆମେରିକାନ ୨୦୦୯ ମସିହାରେ ଦୁଇଥର ପାଇଁ ରାଷ୍ଟ୍ରପତି ହୋଇଥିଲେ । ବିଲ କ୍ଲିଂଟନ (୧୯୯୭) ମଧ୍ୟ ଦୁଇଥର ନିର୍ବାଚିତ ହୋଇ ପାରିଥିଲେ । ବର୍ତମାନ ରାର୍ଷ୍ଟପତି ଥିବା ଡୋନାଲଡ ଟ୍ରମ୍ପ ୪୫ତମ ରାଷ୍ଟ୍ରପତି ରୁପେ ୨୦୧୭ ମସିହାରୁ ଅଛନ୍ତି । ଏହି ବର୍ଷ ନୁଆ ରାଷ୍ଟ୍ରପତି ନିର୍ବାଚିତ ହୋଇ ୨୦୨୧ ଜାନୁୟାରୀ ୨୦ତାରିଖ ଦିନ କ୍ଷମତା ଗ୍ରହଣ କରିବେ । ଆମେରିକା ରାଷ୍ଟ୍ରପତି (ବୁସ)ଙ୍କ ଆଦେଶରେ ଆଫାଗାନିସ୍ଥାନ ଓ ଇରାକ ଉପରେ ଆକ୍ରମଣ କରି ଆମେରିକା ସେଠାରେ ଥିବା ଆମେରିକା ବିରୋଧି ସରକାରକୁ କ୍ଷମତାଚ୍ୟୁତ କରିଥିଲା । ଇରାକର ରାଷ୍ଟ୍ର୍ରପତି ସଦାମ ହୁସେନ/ଲିବିୟାର ରାଷ୍ଟ୍ରପତି ମାମାର ଗଦାଫି କୁଖ୍ୟାତ ଆତଙ୍କବାଦୀ ଓସମା ବିନ ଲାଦନ, ଆଇ.ଏସ ଆଇ ମୁଖ୍ୟ ବାଗଦାଦୀଙ୍କୁ ହତ୍ୟା କରାଯାଇଛି । ଏଥିରୁ ତାଙ୍କ କ୍ଷମତାର ବିଶାଳତା ସମ୍ବନ୍ଧରେ ସମ୍ୟକ ଧାରଣା ହୋଇଥାଏ ।
ଆମେରିକାର ରାଷ୍ଟ୍ରପତି ଚାରିବର୍ଷ ପାଇଁ ନିର୍ବାଚିତ ହୁଅନ୍ତି । ସର୍ବାଧିକ ଦୁଇଥର ହୋଇ ପାରିବେ ବୋଲି ୨୨ତମ ସମ୍ବିଧାନ ସଂଶୋଧନ ସ୍ଥିର କରିଛି (ଧାରା-୨) । ରାଷ୍ଟ୍ରପତି ହେବା ପାଇଁ ଜଣେ ଆମେରିକାର ଜନ୍ମିତ ବ୍ୟକ୍ତି ୧୪ ବର୍ଷ ସେହି ଦେଶରେ ରହିଥିବା ଦରକାର । ଏହି ନିର୍ବାଚନ ପରୋକ୍ଷ ଭାବରେ ଏକ ଇଲେକ୍ଟୋ୍ଟରାଲ କଲେଜ ଦ୍ୱାରା ହୋଇଥାଏ । ଆମେରିକାର ୫୦ଟି ରାଜ୍ୟ ଓ କଲମ୍ବିଆ ଡିଷ୍ଟ୍ରିକ୍ଟ ଏଥିରେ ଭାଗ ନିଅନ୍ତି । ଟେରିଟୋରିର କୈାଣସି ପ୍ରତିନିଧି ଏଥିରେ ଭାଗ ନିଅନ୍ତି ନାହିଁ । ପ୍ରତି ରାଜ୍ୟର କଂଗେସ ଓ ସିନେଟରେ ସମୁଦାୟ ଯେତିକି ସଭ୍ୟ ଥିବେ, ସେତିକି ପ୍ରତିନିଧି ସେ ରାଜ୍ୟକୁ ମିଳେ । କଲମ୍ବିଆ ଡିଷ୍ଠ୍ରିକ୍ଟକୁ ସର୍ବନିମ୍ନ ରାଜ୍ୟର ସଭ୍ୟସଂଖ୍ୟା ସହିତ ସମାନ ସଂଖ୍ୟକ ୩ ପ୍ରାର୍ଥୀ ମିଳେ । ପ୍ରାର୍ଥୀ ମାନେ ସାଧାରଣ ନିର୍ବାଚନ ଦ୍ୱାରା ନିର୍ବାଚିତ ହୁଅନ୍ତି । ଏହି ନିର୍ବାଚନ ନଭେମ୍ବର ମାସର ପ୍ରଥମ ସୋମବାର ପରେ ପଡୁଥିବା ମଙ୍ଗଳବାର ଦିନ ୧୮୪୫ ମସିହାରୁ ହୋଇ ଆସୁଛି । ପ୍ରତିନିଧି ମାନେ ନିଜରାଜ୍ୟର ରାଜଧାନୀ ଠାରେ ଡିସେମ୍ବର ୧୨ ପରେ ଯେଉଁ ବୁଧବାର ପଡିବ ସେଦିନ ରାଷ୍ଟ୍ରପତିଙ୍କ ପାଇଁ ଭୋଟ ଦେବେ ଓ ସମୁଦାୟ ୫୩୮ସ୍ଥାନ ମଧ୍ୟ ରୁ ୨୭୦ ସ୍ଥାନ ପାଇଥିବା ପ୍ରାର୍ଥୀ ରାଷ୍ଟ୍ରପତି ହୁଅନ୍ତି । ଯଦି ଦୁଇଟି ପ୍ରାର୍ଥୀ ସମାନ ଭୋଟ ପାଆନ୍ତି, କଂଗ୍ରେସ ସଭାର ରାଷ୍ଟ୍ରପତି କିଏ ହେବ ତାହା ସ୍ଥିର କରନ୍ତି । ରାଷ୍ଟ୍ରପତି ସଙ୍ଗେସଙ୍ଗେ ସଭ୍ୟମାନେ ଜଣକୁ ଉପରାଷ୍ଠ୍ରପତି ରୁପେ ବାଛନ୍ତି । ନିର୍ବାଚନ ଫଳ ପ୍ରକାଶ ପାଇଲା ପରେ ଜାନୁୁୟାରୀ ୨୦ ତାରିଖ ଦିନ ସେ ଶପଥ ନିଅନ୍ତି । ରାଷ୍ରପତି ହେଲାପରେ ସେ ତାଙ୍କର ସରକାରୀ କାର୍ଯାଳୟ ହ୍ୱାଇଟ ହାଉସରେ ଅବସ୍ଥାନ କରନ୍ତି । ତା ଭିତରେ କାମ୍ପ ଡାଭିଡ, ବ୍ଲେୟାର ହାଉସ, ଲି-ହାଉସ ଭଳି ଅନେକ ସୁରମ୍ୟ ପ୍ରାସାଦ ମାନ ରହିଅଛି ।
ଆମେରିକାନ ରାଷ୍ଟ୍ରପତିଙ୍କର କୌଣସ ମନ୍ତ୍ରୀ ମଣ୍ଡଳ ନାହିଁ । ସେ ନିଜେ ବିଭିନ୍ନ ବିଭାଗ ପାଇଁ ସେକ୍ରେଟାରୀ ମାନ ନିଯୁକ୍ତି ଦିଅନ୍ତି । ବୈଦେଶିକ ବିଭାଗର ଦାୟିତ୍ୱରେ ଥିବା ବ୍ୟକ୍ତି ଶାସନର ୨ନମ୍ବର ସ୍ଥାନ ବୋଲି ଧରାଯାଏ । ରାଷ୍ଟ୍ରପତି ଆମେରିକାନ ସୈନ୍ୟ ବାହିନୀର ମୁଖ୍ୟ ଅଟନ୍ତି । ଅନେକ ବାର ରାଷ୍ଟ୍ରପତି ନିଜେ ସୈନ୍ୟ ଚାଳନା କରିବାର ନଜିର ଅଛି । ସମସ୍ତ ପ୍ରକାର ସନ୍ଧି, କୁଟନୈତିକ ନିଷ୍ପତି, ସୈନ୍ୟ ଚାଳନା, ତାଙ୍କ ନିଷ୍ପତିରେ ହିଁ ହୋଇଥାଏ । ତାଙ୍କୁ ସାଧାରଣ ଭାବରେ ମିଷ୍ଟର ପେସିଡେଂଟ ଓ କୁଟନୈତିକ କ୍ଷେତ୍ରରେ ହିଜ ଏସକ୍ସେଲେନ୍ସି ବୋଲି ସମ୍ବୋଧନ କରାଯିବାର ବିଧି ଅଛି । ଆମେରିକାର ସାଉଥ ଡାକୋଟାର ରସମୋର ପାହାଡ, ବ୍ଲାକ ଫରେଷ୍ଟ ରେ୬୦ଫୁଟ ଉଚ୍ଚ ୪ଜଣ ରାଷ୍ଟ୍ରପତି ଙ୍କର ପ୍ରତିମୁର୍ତି ନିର୍ମାଣ କରାଯାଇଛି । ସେମାନେ ହେଲେ ଜର୍ଜୱାସିଂଟନ, ଥମାସ ଜାଫରସନ, ଆବ୍ରାହମ ଲିଙ୍କନ ଓ ଥିଓଡର ରୁଜଭେଲଟ । ଥିଓଡର ରୁଜଭେଲଟ ସମୁଦାୟ ୧୨ ବର୍ଷ ରାଷ୍ଟ୍ରପତି ରହିଥିଲେ ।
ଆମେରିକାର ସମ୍ବିଧାନରେ ରାଷ୍ଟ୍ରପତିଙ୍କୁ ବହିଷ୍କାରର ମଧ୍ୟ ବ୍ୟବସ୍ଥା ରହିଛି ।ରାଷ୍ଟ୍ରପତି ଯଦି ଅନୈତିକ, ଅସମ୍ବିଧାନିକ କିମ୍ବା ସ୍ୱେଛାଚାରୀ ହୁଅନ୍ତି ତାହାଲେ, ହାଉସ ଅଫ୍ ରିପ୍ରେଜେଂଟିଭ ରେ ମହାଭିଯୋଗ ଆଗତ କରାଯାଏ । ଆଲୋଚନା ପରେ ରାଷ୍ଟ୍ରପତିଙ୍କୁ ଆତ୍ମପକ୍ଷ ସମର୍ଥନ ପାଇଁ ସୁଯୋଗ ମିଳେ । ତାପରେ ଭୋଟ ହୋଇ ପ୍ରସ୍ତାବକୁ ଅଧାରୁ ଅଧିକ ସଭ୍ୟ ସମର୍ଥନ କଲେ, ପ୍ରସ୍ତାବ ସିନେଟକୁ ଯାଏ । ସେଠାରେ ଦୁଇ ତୃତିୟାଂଶ ସଭ୍ୟ ସମର୍ଥନ କଲେ ରାଷ୍ଟ୍ରପତି ବହିଷୃତ ହୁଅନ୍ତିା
ଏପର୍ଯ୍ୟନ୍ତ ଆଣ୍ଡ୍ରିୟୁ ଜନସନ(୧୮୬୮)ବିଲ କ୍ଲିଂଟନ(୧୯୯୮) ଓ ରିଚାର୍ଡ ନିକ୍ସନ(୧୯୭୪), ଡୋନାଲଡ ଟ୍ରମ୍ପ(୨୦୧୯) ମାନଙ୍କ ବିରୁଦ୍ଧରେ ପ୍ରସ୍ତାବ ଆସିଛି । ବିଚାର ପୁର୍ବରୁ ନିକ୍ସନ ନିଜ ପଦବିରୁ ଇସ୍ତଫା ଦେଇଥିଲେ । ଅନ୍ୟ ମାନେ ବିଚାର ଓ ଭୋଟ ପରେ ଦୋଷମୁକ୍ତ ହୋଇଥିଲେ ।

ଡାକ୍ତର ସୁରେନ୍ଦ୍ରନାଥ ଦାଶ 

Leave a Reply

Your email address will not be published. Required fields are marked *