ବିଦେଶରେ ଗାନ୍ଧିଙ୍କର ସ୍ମୃତିପୀଠ!

ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ
୧୯୦୪ ମସିହାରେ ଗାନ୍ଧିଜୀ ଯୋହେନ୍ସ ବର୍ଗରୁ ଟ୍ରେନରେ ଡରବାନ ଗଲା ବେଳେ ଷ୍ଟେସନରେ ତାଙ୍କୁ ହେନେରି ପୋଲକ ବିଦାୟ ସମୟରେ ଏକ ପୁସ୍ତକ ଉପହାର ଦେଲେ । ପୁସ୍ତକଟିର ନାମ ଥିଲା, “ଅନ୍ ଟୁ ଦି ଲାଷ୍ଟ” । ଲେଖକ ଥିଲେ ଜନ ରସକିନ । ପୁସ୍ତକଟି ଚାରିଟି ପ୍ରବନ୍ଧ ମାଧ୍ୟମରେ ୧୮୬୦ ମସିହାରେ କ୍ୟାମ୍ଫିଲ ମାଗାଜିନରେ ପ୍ରକାଶ ପାଇଥିଲା । ପ୍ରକାଶିତ ବିଷୟ ବସ୍ତୁ ଉପରେ ପ୍ରତିବାଦ ହେବାରୁ ଏହାର ପ୍ରକାଶନ ବନ୍ଦ ହୋଇଗଲା । ମାତ୍ର ରସକିନ ଡରି ନଯାଇ ୧୮୬୨ ମସିହାରେ ଏହାକୁ ସଂପୂର୍ଣ୍ଣ ପ୍ରକାଶ କଲେ । ଏହି ପୁସ୍ତକଟି ଗାନ୍ଧିଙ୍କୁ ଏତେ ଭଲ ଲାଗିଲା ଯେ ସେ ଏହାକୁ ଏକା ଥରକେ ପଢି ଦେଲେ ବୋଲି ବର୍ଣ୍ଣନା କରିଥିଲେ ।
ଜନ ରସକିନ ମତ ଦେଇଥିଲେ, ‘ବ୍ୟକ୍ତିର ମଙ୍ଗଳରେ ହିଁ ସମାଜର ମଙ୍ଗଳ । ଜଣେ ଓକିଲ ଓ ଜଣେ ବାରିକର ଅବଦାନ ସମାଜ ପାଇଁ ସମାନ ଅଟେ । ସମସ୍ତଙ୍କର ସମାନ ଭାବରେ ବଂଚିବାର ଅଧିକାର ଅଛି । ଯେଉଁମାନେ ପରିଶ୍ରମ କରି ବଂଚୁଛନ୍ତି, ସମାଜ ପାଇଁ ସେମାନଙ୍କ ଦାମ ଅଧିକ ଅଟେ । ସମାଜର ସମ୍ବଳ ସମ ଭାବରେ ସମସ୍ତେ ଉପଭୋଗ କରିବା ଉଚିତ’ ।
ସେ ସମୟରେ ମୁଣ୍ଡ ଟେକୁଥିବା ପୁଞ୍ଜିବାଦ ବିରୋଧରେ ଏହା ଥିଲା ସମାଜବାଦର ପ୍ରଥମ ଝଙ୍କାର । ସେ ଏକ ସ୍ୱାବଲମ୍ବୀ ସମାଜ ଗଠନ ଉପରେ ଜୋର ଦେଇଥିଲେ ।
ଗାନ୍ଧିଙ୍କୁ ରସକିନଙ୍କ ମତ ଏତେ ଭଲ ଲାଗିଲା ଯେ, ସେ ଏହା ଉପରେ ପରୀକ୍ଷା ଆରମ୍ଭ କରିଦେଲେ । ଡରବାନ ଠାରୁ ୧୪ ମାଇଲ ଦୁର ଏକ ପାହାଡ ଉପରେ ଶହେ ଏକର ଜମି କିଣି ସେ ଫିନିସ ଆଶ୍ରମ ନାମରେ ଏକ ଯୈøଥ ପରିବାରର ପରିକଳ୍ପନା କଲେ । ପ୍ରଥମେସେ ତାଙ୍କ ଅଫିସରେ କାମ କରୁଥିବା ଲୋକ ଓ ପ୍ରେସରେ ଥିବା କର୍ମଚାରୀ ମାନଙ୍କୁ ପରିବାର ସହ ସେଠାରେ ରହିବା ପାଇଁ ଆମନ୍ତ୍ରଣ କଲେ । ଜଣେ ଭାରତୀୟ ବନ୍ଧୁ ତାଙ୍କ ଘରେ ପଡିଥିବା ଗୁଡାଏ ଲୁହା ରଡ ଓ ଟିଣ ଚାଦର ତାଙ୍କୁ ଦେଇଦେଲେ । ଗାନ୍ଧିଙ୍କ ଲୋକମାନେ ନିଜେ ପରିଶ୍ରମ କରି ୭୦ ଫୁଟ ଓ ୫୦ ଫୁଟ ଲମ୍ବର ଦୁଇଟି ଘର ତିଆରି କଲେ । ସେଠାରେ ସମସ୍ତେ ଏକାଠି ରହିଲେ । ଏକାଠି ରୋଷେଇ ହେଲା । ପିଲାଙ୍କ ପାଇଁ ଏକାଠି ସ୍କୁଲ ଖୋଲାହେଲା । ଇଣ୍ଡିଆନ ଓପିନିଅନର ପ୍ରେସକୁ ସେଠାକୁ ଉଠେଇ ଆଣିଲେ । ଜମି ଚାଷ କରି ସମସ୍ତେ ଫସଲ ଲଗାଇଲେ । ଗାଈ ରଖି ଖିର ପାଇଲେ । ଫଳ ଚାଷ କଲେ । କାଠ କାମ ପାଇଁ ବଢେଇ କାମ ଶିଖିଲେ । ନିଜେ ଜୋତା ତିଆରି କଲେ ଓ ଏକ ସ୍ୱାବଲମ୍ବଶୀଳ ସମାଜର ଆନନ୍ଦ ଅନୁଭବ କଲେ । ଏହି ନୂତନ ଜୀବନ ଶୈଳିକୁ ଆକୃଷ୍ଟ ହୋଇ ତାଙ୍କର ଅନେକ ବିଦେଶୀ ବନ୍ଧୁ ହେନେରି ପୋଲକ, ଆଲବର୍ଟ ୱେଷ୍ଟ ଓ କାଲାନ ବ୍ୟାକ୍ ପରିବାର ସହ ସେଠାକୁ ଆସି ରହିଲେ । ରସକିନଙ୍କ ପୁସ୍ତକର ଗୁଜୁରାଟୀ ଭାଷାରେ ଅନୁବାଦ କରି ଗାନ୍ଧି ତାହାର ନାମ ରଖିଲେ ‘ସର୍ବୋଦୟ’ । ପରବର୍ତି କାଳରେ ଯୋହେନ୍ସ ବର୍ଗ ନିକଟରେ ଗାନ୍ଧି ଆଉ ଗୋଟିଏ ଆଶ୍ରମ ତିଆରି କରିଥିଲେ । ଏହାର ନାମ ଥିଲା, ‘ଟଲଷ୍ଟୟ ଆଶ୍ରମ’ା ଏବେ ଏହି ଉଭୟ ଆଶ୍ରମ ଗାନ୍ଧିଙ୍କ ଆନେ୍ଦାଳନ ବେଳେ ଆନେ୍ଦାଳନ କାରୀଙ୍କ ପରିବାରକୁ ଖାଦ୍ୟ ଓ ଆଶ୍ରୟ ପ୍ରଦାନ କରୁଥିଲେ ।
ଦକ୍ଷିଣ ଆଫ୍ରିକା ଛାଡି ଗାନ୍ଧି ଭାରତ ଆସିଲା ପରେ ଫିନିସ ଆଶ୍ରମକୁ ଏକ ଟ୍ରଷ୍ଟ ଚଳାଉ ଥିଲା । ୧୯୮୫ ମସିହାରେ ସାଂପ୍ରଦାୟୀକ ଦଙ୍ଗା ବେଳେ ଆଶ୍ରମକୁ ପୋଡି ଦିଆଗଲା । ବାମାୟାଲ ଲୋକମାନେ ଆଶ୍ରମକୁ ଜବରଦସ୍ତି ଅଧିକାର କରିନେଲେ । ପରେ ୨୦୦୦ ମସିହା ଫେବୃୟାରୀ ୨୭ ତାରିଖ ଦିନ ଭାରତ ସରକାରଙ୍କ ଆର୍ଥିକ ସହାୟତାରେ ସେହି ଆଶ୍ରମ ପୁଣିଥରେ ତିଆରି ହେଲା । ଦକ୍ଷିଣ ଆଫ୍ରିକା ସରକାର ଜମି ସବୁ ଫେରାଇ ଆଣିଲେ । ଏହାର ଉଦ୍ଘାଟନି ଉସôବରେ ଦକ୍ଷିଣ ଆଫ୍ରିକାର ପ୍ରେସିଡେଂଟ ଥାବୋ ମେବକି ଜୁଲୁ ମାନଙ୍କ ରଜା ଜେଡ୍ ୱେଲିଟିଂ ଉପସ୍ଥିତ ଥିଲେ । ସଭା ଆରମ୍ଭରେ ବାମାୟାଲ ଲୋକଙ୍କ ନେତା ଭିକ୍ଟର ଗାଙ୍ଗୁସା ଅତୀତରେ ଆଶ୍ରମ ପ୍ରତି କରା ଯାଇଥିବା ଅନ୍ୟାୟ ପାଇଁ ଦୁଃଖ ପ୍ରକାଶ କଲେ । ଯେଉଁ ଜମି ଆମର ନୁହେଁ ତାହାକୁ ଆମେ ଜବର ଦସ୍ତି ଅଧିକାର କରିଥିଲୁ । ଆଜି ଭୁଲର ସଂଶୋଧନ ହୋଇଗଲା । ପ୍ରେସିଡେଂଟ ଥାବୋ ପ୍ରକାଶ କରିଥିଲେ ଯେ ଗାନ୍ଧିଙ୍କ ଆଦର୍ଶରେ ବର୍ଣ୍ଣ ବୈଷମ୍ୟରୁ ମୁକ୍ତି ପାଇଁ ଆମେ ମଧ୍ୟ ଅନେକ ସଂଗ୍ରାମ କରିଛୁ । କଥା ଛଳରେ ବିଶ୍ୱ କବି ରବିନ୍ଦ୍ରନାଥ ଟାଗୋରଙ୍କ ‘ହୋୟାର ଦି ମାଇଣ୍ଡ ଇଜ ଉଇଦାଉଟ ଫିଅର’ କବିତାର ଅବତାରଣା କରିଥିଲେ । ଗାନ୍ଧିଙ୍କ ରାଜ୍ୟରେ ମଣିଷ ପାଇଁ ବାସ୍ତବ ସୁଖ ଶାନ୍ତି ମିଳି ପାରିବ ।
ବର୍ତମାନ ଏହି ଆଶ୍ରମଟି ଏକ ଟ୍ରଷ୍ଟ ଦ୍ୱାରା ପରିଚାଳିତ । ଏଠାରେ ଏକ ହସପିଟାଲ, ଏଚ.ଆଇ.ଭି. କ୍ଲିନିକ ଓ ଗାନ୍ଧି ବାଣୀର ପ୍ରସାର ପାଇଁ ଏକ ମୁ୍ୟଜିୟମ ଓ ଲାଇବ୍ରେରୀ ସ୍ଥାପିତ ହୋଇଛି । ଆମ ନିଜ ଦେଶରେ ଗାନ୍ଧିଙ୍କର ସ୍ମୃତି ପୀଠମାନ ଭାଙ୍ଗି ରୁଜି ଯାଇ ଜମି ମାଫିଆଙ୍କ ଅକ୍ତିଆରକୁ ଚାଲିଗଲା ବେଳେ ଏକ ବିଦେଶୀ ରାଷ୍ଟ୍ରରେ ସ୍ମୃତି ପୀଠର ପୂନଃ ନିର୍ମାଣ ଆମ ପାଇଁ ଏକ ଶିକ୍ଷା ଭଳି ।

Leave a Reply

Your email address will not be published. Required fields are marked *