ଧର୍ମ ପରାୟଣା ମହିଳାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଭୁବନେଶ୍ୱର, (ଆଇଏନ୍ଏସ୍): ଭୁବନେଶ୍ୱର ସହର ଉପକଣ୍ଠସ୍ଥ ଅନ୍ଧାରୁଆ ଗ୍ରାମର ସାମ୍ବାଦିକ ବୈକୁଣ୍ଠ ନାୟକଙ୍କ ମା’ ସ୍ୱର୍ଗତ କୁକୁମ ନାୟକଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଅନ୍ଧାରୁଆ ବାସଭବନରେ ଏକ ସ୍ମୃତିସଭାର ଆୟୋଜନ ହୋଇଥିଲା । ସ୍ୱର୍ଗତ କୁକୁମ ନାୟକ ଜଣେ ମେଳାପି, ଧର୍ମ ପରାୟଣା ଏବଂ ପରୋପକାରୀ ମହିଳା ଥିଲେ । ୧୯୯୯ ମହାବାତ୍ୟା ବେଳେ ସେ ନିଜ ଘରେ ଅନେକ ବାତ୍ୟା ପୀଡ଼ିତଙ୍କୁ ଆଶ୍ରୟ ଦେବା ସହ ସେମାନଙ୍କୁ ଆବଶ୍ୟକୀୟ ସେବା ଓ ସହଯୋଗ ଯୋଗାଇ ଦେଇଥିଲେ । ତେବେ ଭୁବନେଶ୍ୱର ସମେତ ଅନ୍ଧାରୁଆ ଓ ଆଖପାଖ ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଶୁଭେତ୍ସୁ ଏଥିରେ ଯୋଗ ଦେଇ ସ୍ୱର୍ଗତ ଆତ୍ମାର ସଦଗତି ନିମନ୍ତେ ସ୍ମୃତି ଚାରଣ କରିଥିଲେ ।

Leave a Reply

Your email address will not be published. Required fields are marked *