ବନ୍ଦର ନଗରୀ ପାରାଦୀପ ଅଂଚଳରେ ଲକଡ଼ାଉନ୍ ର ପ୍ରଭାବ: ସବୁଠି ଶୂନଶାନ୍!

ଭୁବନେଶ୍ୱର, (ଆଇଏନ୍ଏସ୍): ସମଗ୍ର ପୃଥିବୀର ପ୍ରାୟ ସମସ୍ତ ଦେଶରେ ମାରାତ୍ମକ କରୋନା ଭୂତାଣୁର ତାଣ୍ଡବ ଜାରି ରହିଛି । ଏଣୁ ଆମ ଦେଶକୁ ଏହି ମହାମାରୀରୁ ରକ୍ଷା କରିବାକୁ ସମଗ୍ର ଦେଶ ଲକଡ଼ାଉନ୍ (ତାଲା ବନ୍ଦି) ଅବସ୍ଥାରେ ରହିଛି । ଚାରିଆଡ଼େ ଶୂନଶାନ୍ । ସବୁଠି ଲକଡ଼ାଉନ୍ ର ବିକଳ ଅବସ୍ଥା! ବନ୍ଦର ନଗରୀ ପାରାଦୀପ ଅଂଚଳରେ ଲକଡ଼ାଉନ୍ ର ପ୍ରଭାବ ଦେଖିବାକୁ ମିଳିଛି । ଅହରହ ଚଳଚଂଚଳ ଥିବା ବନ୍ଦର ନଗରୀ ମଧ୍ୟ ଏବେ ଶୂନଶାନ୍ ହୋଇ ଯାଇଛି । ଏହାର ବିଭିନ୍ନ ବଜାରରେ ଖାଁ ଖାଁ ଅବସ୍ଥା ଦେଖାଦେଇଛି । ସାରା ବନ୍ଦର ନଗରୀ ଅଂଚଳ ମଣିଷ ଶୂନ୍ୟ ହୋଇଯାଇଛି । କେବଳ ଔଷଧ ଓ କ୍ଷୀର ଦୋକାନକୁ ଛାଡ଼ି ସମସ୍ତ ବନ୍ଦ କରିଦିଆଯାଇଛି । ସନ୍ଧ୍ୟାରେ ପୋଲିସ ବଜାରରେ ବୁଲି ବୁଲି ଖୋଲା ଥିବା ଦୋକାନ ସବୁ ବନ୍ଦ କରୁଛି । ଫଳରେ ସନ୍ଧ୍ୟା ଠାରୁ ରାସ୍ତଘାଟ ଶୂନଶାନ ହୋଇ ପଡ଼ୁଛି । କାଁ ଭାଁ କେଉଁଠି ଗୋଟେ ଅଧେ ଗାଡ଼ି କିମ୍ବା ଜଣେ ଦୁଇଜଣ ଲୋକଙ୍କୁ ଛାଡ଼ି ଦେଲେ ରାସ୍ତାରେ କାହାକୁ ଦେଖିବାକୁ ମିଳୁନାହିଁ ।

Leave a Reply

Your email address will not be published.