ପାରାଦ୍ୱୀପ ବନ୍ଦର ଚିକିତ୍ସାଳୟରେ ପ୍ରତିଷ୍ଠା ହେବ ଶ୍ୱାସକ୍ରିୟା ସଂକ୍ରମଣ ସ୍କି୍ରନିଂ ୟୁନିଟ୍

ପାରାଦ୍ୱୀପ, (ଆଇଏନ୍ଏସ୍):୧୯୬୦ଦଶକରେ ପ୍ରତିଷ୍ଠା ହୋଇଥିବା ପାରାଦ୍ୱୀପ ବନ୍ଦର ସର୍ବଭାରତୀୟ ବୃହତ ବନ୍ଦର ମାନଙ୍କ ମଧ୍ୟରେ ପଣ୍ୟକାରବାରରେ ରେକର୍ଡ ସୃଷ୍ଟି କରି ଜାତୀୟ ସ୍ତରରେ ଚର୍ଚ୍ଚିତ ଥିବା ବେଳେ ସଂପ୍ରତି କୋଭିଡ-୧୯ ଲଢେଇ ରେ ସମସ୍ତ ବନ୍ଦର ମାନଙ୍କ ମଧ୍ୟରେ ଅନନ୍ୟ ଉଦାହରଣ ସୃଷ୍ଟି କରିଛି । ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏଙ୍କ ତତ୍ୱାବଧାନରେ ବନ୍ଦରାଂଚଳ ସମତେ ସହରାଂଚଳରେ କରୋନା ସଂକ୍ରମଣ ପ୍ରତିହତ କ୍ଷେତ୍ରରେ ବନ୍ଦର ପ୍ରଶାସନ ବହୁବିଧ ପଦକ୍ଷେପ ମାନ ଗ୍ରହଣ କରିଛନ୍ତି । ନିକଟରେ ବନ୍ଦର ଚିକିତ୍ସାଳୟରେ କରୋନା ଚିହ୍ନଟ ପାଇଁ ଓ ଆର କୋଭିଡ୍-୧୯ ସ୍କି୍ରନିଂ ଓପିଡି ପ୍ରତିଷ୍ଠା କରାଯାଇଛି । ସେହିପରି ଏବେ ପ୍ରତିଷ୍ଠା ହେବାକୁ ଯାଉଛି ଶ୍ୱାସକ୍ରିୟା ସଂକ୍ରମିତ ରୋଗୀମାନଙ୍କ ଚିହ୍ନଟ ପାଇଁ ଚିକିତ୍ସାଳୟ ପରିସରରେ ପୃଥକ ଭାବେ ଚିହ୍ନଟ ସୁବିଧା । ବନ୍ଦର ଚିକିତ୍ସାଳୟ ମୁଖ୍ୟ ଚିକିତ୍ସାଧିକାରୀ ଡା. ପ୍ରହଲ୍ଲାଦ ଚନ୍ଦ୍ର ପଣ୍ଡା କହିଛନ୍ତି ଯେ ବର୍ତମାନର କରୋନା ମହାମାରୀ ସମ୍ଭାବ୍ୟ ଦୃଷ୍ଟିରୁ ନୂତନ ଭାବେ ପ୍ରତିଷ୍ଠା ହେବାକୁ ଥିବା ଏହି ପୃଥକ ୟୁନିଟ୍ ରେ ଶ୍ୱାସକ୍ରିୟା ରୋଗରେ ଆକ୍ରାନ୍ତ ରୋଗୀ ଅଲଗା ୱାର୍ଡକୁ ସ୍ଥାନାନ୍ତରିତ ହେବେ ଏବଂ ସେଠାରେ ସେମାନଙ୍କର ସ୍ୱତନ୍ତ୍ର ଚିକିତ୍ସା କରାଯିବ । ଏହି ନୂତନ ୟୁନିଟ୍ ରେ ସଂକ୍ରମଣ ନିରାକରଣ ଓ ନିୟନ୍ତ୍ରଣ ପାଇଁ ହାଇ ଏଫିସିଏନ୍ସି ପାର୍ଟି୍ୟଲେଟ୍ ଏୟାର (ଏଚ୍ଇପିଏ) ଫିକ୍ଟର ଭଳି ସମସ୍ତ ଉନ୍ନତ ଜ୍ଞାନ କୌଶଳ ବ୍ୟବହାର କରାଯିବ । ଅତ୍ୟଧିକ ସଂକ୍ରମଣ ଶ୍ୱାସ ରୋଗ ଏବଂ ଅପେକ୍ଷାକୃତ କମ୍ ବିପଦ ଥିବା ରୋଗୀଙ୍କ ପାଇଁ ପୃଥକ କ୍ଷେତ୍ର ରହିବ । ଏଠାରେ ସାମାଜିକ ଦୂରତ୍ୱ, ହାତର ସ୍ୱଚ୍ଛତା ଏବଂ ମାସ୍କର ବ୍ୟବହାର ରୋଗୀ ମାନଙ୍କ ପାଇଁ ବାଧ୍ୟତା ମୂଳକ ହେବ । ହସ୍ପିଟାଲ ର କର୍ମଚାରୀମାନେ ରୋଗୀମାନଙ୍କ ସେବା କରିବା ସମୟରେ ପର୍ସନାଲ ପ୍ରୋଜେକ୍ଟିଭ ଇକୁ୍ୟପମେଂଟସ୍ (ପିପିଏସ୍) ବ୍ୟବହାର କରିବେ । ଏହ ନୂତନ ସ୍କି୍ରନିଂ ୟୁନଟ୍ ପ୍ରତିଷ୍ଠା ନିମନ୍ତେ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏଙ୍କ ପଦକ୍ଷେପ କୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଉଛି । ଆଇଏନ୍ଏସ୍ ।

Leave a Reply

Your email address will not be published.