ଜଗତସିଂହପୁର ସାଂସଦଙ୍କ ପାରାଦ୍ୱୀପ ପ୍ରତିନିଧି ହେଲେ ଯୁବ ସଂଗଠକ ମହେନ୍ଦ୍ର ପରିଡା

ପାରାଦ୍ୱୀପ, (ଆଇଏନ୍ଏସ୍): ଜଗତସିଂହପୁର ମାନ୍ୟବର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ୍ ପାରାଦ୍ୱୀପ ନିମନ୍ତେ ତାଙ୍କର ପ୍ରତିନିଧିଭାବେ ବିଜୁଜନତା ଦଳର ଯୁବ ସଂଗଠକ ମହେନ୍ଦ୍ର ପରିଡାଙ୍କୁ ମନୋନିତ କରିଛନ୍ତି । ଏସଂପର୍କରେ ମାନ୍ୟବର ସାଂସଦ ଚିଠି ନଂ ୨୧୬ରେ ଗତ ୧ ତାରିଖ ଦିନ ଜଗତସିଂହପୁର ଜିଲ୍ଲାପାଳଙ୍କୁ ଅବଗତ କରିଛନ୍ତି । ଏହି ଚିଠିର ନକଲ ପାରାଦ୍ୱୀପର ମାନ୍ୟବର ବିଧାୟକଙ୍କ ସମେତ ପାରାଦ୍ୱୀପ ପୌରପାଳିକା ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ପଠାଯାଇଥିବା ଜଣାପଡିଛି । ପାରାଦ୍ୱିପ ଅଂଚଳର ଜଣାଶୁଣା ଯୁବସଂଗଠକ ମହେନ୍ଦ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପାରାଦ୍ୱୀପ ମହାବିଦ୍ୟାଳୟ ଛ୍ରାତ୍ର ସଂସଦ ବିର୍ବାଚନରେ ବହୁଥର ବିଜୁ ଛାତ୍ରଜନତା ଦଳ ବିଜୟଲାଭ କରିଥିଲା ।
ଉହେନ୍ଦ୍ରଙ୍କ ଏହି ନୂତନ ନିଯୁକ୍ତି ଦଳପାଇଁ ସହାୟକ ହେବ ବୋଲି ଦଳୀୟ ସୁତ୍ରରୁ ପ୍ରକାଶ । ମାନ୍ୟବର ସାଂସଦ ଡାକ୍ତର ମଲ୍ଲିକଙ୍କ ପ୍ରତିନିଧି ଭାବେ ମନୋନିତ ହେବାପରେ ପାରାଦ୍ୱୀପ ନଗର ବିଜେଡି ସଭାପତି ଶ୍ରୀ ବସନ୍ତ ବିଶ୍ୱାଳଙ୍କ ସମେତ ମାନ୍ୟବର ସାଂସଦଙ୍କୁ ମଧ୍ୟ ସାଧୁବାଦ ଜଣାଇଛନ୍ତି ମହେନ୍ଦ୍ର ପରିଡା । ଦଳର ତୃଣମୂଳଠାରୁ ଦଳୀୟ ସଂଗଠନକୁ ମଜଭୁତ କରିବା ଦିଗରେ ସବୁ ପ୍ରକାର ସହଯୋଗ ପାରାଦ୍ୱୀପ ନଗର ବିଜେଡି ସଭାପତି ବସନ୍ତ ବିଶ୍ୱାଳଙ୍କୁ କରିବେ ବୋଲି ମହେନ୍ଦ୍ର କହିଛନ୍ତି । ମହେନ୍ଦ୍ରଙ୍କ ପରି ଯୁବ ସଂଗଠକଙ୍କୁ ମାନ୍ୟବର ସାଂସଦ ତାଙ୍କର ପ୍ରତିନିଧି ବାଭେ ମନୋନିତ କରିଥିବାରୁ ଦଳୀୟ କର୍ମୀମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମହେନ୍ଦ୍ରଙ୍କ ପରି ଯୁବ ସଂଗଠକଙ୍କୁ ଗୁରୁତ୍ୱ ଦିଆଯାଇଥିବାରୁ ଏହା ଯୁବ ସମାଜ ପ୍ରତି ସମ୍ମାନ ବୋଲି ନଗର ସଭାପତି ଶ୍ରୀ ବିଶ୍ୱାଳ କହିଛନ୍ତି ।

Leave a Reply

Your email address will not be published.