କୁଜଙ୍ଗ ସବ୍ ରେଜିଷ୍ଟ୍ରାର ଅଫିସର ଭିର୍ତିପ୍ରସ୍ଥର ପକାଇଲେ ମନ୍ତ୍ରୀ ରଘୁନନ୍ଦନ ଦାସ

ପାରାଦ୍ୱୀପ, (ଆଇଏନଏସ୍) : କୁଜଙ୍ଗ ଠାରେ ନୂତନ ସବ୍ ରେଜିଷ୍ଟ୍ରାର ଅଫିସ ଗୃହ ନିର୍ମାଣ ପାଇଁ ବୁଧବାର ଦିନ ଏହାର ଭିତିପ୍ରସ୍ଥର ସ୍ଥାପନ କରିଛନ୍ତି ରାଜ୍ୟ ଜଳସଂପଦ ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ । ଏହି ଭିତିପ୍ରସ୍ଥର ସ୍ଥାପନ କାର୍ଯ୍ୟକ୍ରମରେ ଜଗତସିଂହପୁର ସାଂସଦ ଡା.ରାଜଶ୍ରୀ ମଲ୍ଲିକ, ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ ଏବଂ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହାର ନିର୍ମାଣ କାର୍ଯ୍ୟ ଜିଲ୍ଲା ରୁ୍ୟରାଲ ୱାର୍କ୍ସ ବିଭାଗ କରିବ ବୋଲି ଜଣାପଡ଼ିଛି ।

Leave a Reply

Your email address will not be published.