ଶ୍ରୀକାନ୍ତ ମାଧବ ବୈଦ୍ୟ ଇଣ୍ଡିଆନ୍ ଅଏଲ୍ କର୍ପୋରେସନର ନୂତନ ଅଧ୍ୟକ୍ଷ

ପାରାଦ୍ୱୀପ, (ଆଇଏନ୍ଏସ୍): ରାଷ୍ଟ୍ରାୟତ ଉଦ୍ୟୋଗ ଇଣ୍ଡିଆନ ଅଏଲ୍ କର୍ପୋରେସନର ନୂତନ ଅଧ୍ୟକ୍ଷ ଭାବେ ଶ୍ରୀକାନ୍ତ ମାଧବ ବୈଦ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ସଂଜୀବ ସିଂହଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ରାଉରକେଲା ଏନଆଇଟି ରୁ କେମିକାଲ ଇଂଜିନିୟରିଂ କରିଥିବା ଶ୍ରୀ ବୈଦ୍ୟ ଦୀର୍ଘ ୩୪ବର୍ଷ ଧରି ଇଣ୍ଡିଆନ ଅଏଲ କର୍ପୋରେସନ୍ (ଆଇଓସିଏଲ) ସହିତ ଜଡିତ । ଏଥିସହିତ ସେ ଚେନାଇ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ ।୨୦୧୯ ମସିହାରୁ ଶ୍ରୀ ବୈଦ୍ୟ ଇଣ୍ଡିଆନ୍ ଅଏଲ୍ ବୋର୍ଡ (ରିଫାଇନେରୀ) ର ନିର୍ଦେଶକ ଥିଲେ । ରତ୍ନଗିରି ରିଫାଇନେରୀ ଅଧ୍ୟକ୍ଷ ଓ ପ୍ରେଟୋନେଟ୍ ଏଲ୍ଏନଜି ର ନିଦେ୍ର୍ଦଶକ ଭାବେ ଦାୟିତ୍ୱରେ ରହିବେ । ଭାରତରେ ବିଏସ୍-୪ ଗ୍ରେଡ୍ ଠିକ ସମୟରେ ଉତ୍ପାଦନ ଓ ପ୍ରଚଳନ କ୍ଷେତ୍ରରେ ଶ୍ର୍ରୀ ବୈଦ୍ୟଙ୍କର ପ୍ରମୁଖ ଭୂମୀକା ଥିଲା । ଏହିଭଳି ଜଣେ ଦୂରଦର୍ଶୀ ପ୍ରଶାସକ ଆଗାମୀ ଦିନରେ ଭାରତରେ ତୈଳ କ୍ଷେତ୍ରରେ ଇଣ୍ଡିଆନ୍ ଅଏଲକୁ ଶୀର୍ଷ ସ୍ଥାନରେ ପହଂଚାଇ ପାରିବେ ବୋଲି ଆଇଓସିଏଲର ଏକ ପ୍ରେସ୍ ବିଜ୍ଞପ୍ତିରୁ ପ୍ରକାଶ ।

Leave a Reply

Your email address will not be published.