କିଉ ଆର କୋଡ୍ ସିଷ୍ଟମ: ଦିିିିିନକରେ ବନ୍ଦରକୁ ପ୍ରବେଶ କଲା ରେକର୍ଡ ୨୯୬୦ ମାଲବାହୀ ଟ୍ରକ!

ପାରାଦ୍ୱୀପ, (ଆଇଏନ୍ଏସ୍): ପାରାଦ୍ୱୀପ ବନ୍ଦର ପଣ୍ୟ କାରବାର କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ମାଇଲ୍ ଷ୍ଟୋନ୍ ସ୍ଥାପନ କରିଚାଲିଥିବା ବେଳେ ନିକଟରେ ଗୋଟିଏ ଦିନରେ୨୯୬୦ମାଲବାହୀ ଟ୍ରକ୍ ପ୍ରବେଶ ଓ ମାଲ ଖଲାସ କରାଇ ଏକ ବରିଳ କର୍ତୀମାନ ସ୍ଥାପନ କରି ସର୍ବ ଭାରତୀୟ ବୃହତ ବନ୍ଦର ମଧ୍ୟରେ ପ୍ରଥମ ଇତିହାସ ରଚନା କରିଛି । ପୂର୍ବରୁ ପାରାଦ୍ୱୀପ ବନ୍ଦରକୁ ପଣ୍ୟ ନେଇ ଆସୁଥିôବା ଟ୍ରକଗୁଡିକ ଖାଲି କରିବାକୁ ସମୟ ସାପେକ୍ଷ ହେଉଥିଲା । ଯାହା ଫଳରେ ବନ୍ଦର ନିଷିଦ୍ଧାଂଚଳ ସମେତ ଜାତୀୟ ରାଜ ପଥରେ ଦୀର୍ଘ ୫୦ କିଲୋମିଟରରୁ ଉଦ୍ଧ୍ୱର୍ ରାସ୍ତାରେ ଟ୍ରକ ଗୁଡିକ ଲାଇନରେ ରହିବା ଯୋଗୁଁ ବିଭିନ୍ନ ସ୍ଥାନରେ ଟ୍ରାଫିକ ଜାମର ସମସ୍ୟା ସୃଷ୍ଟି ହେଉଥିଲା । ତେବେ ଏ ସବୁକୁ ହୃଦୟଙ୍ଗମ କରି ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏଙ୍କ ତତ୍ୱାବଧାନରେ ମୋବାଇଲ୍ ସ୍କାନିଂ ଦ୍ୱାରା କ୍ୱିକ୍ ରେସପନ୍ସ କୋଡ୍ ସିଷ୍ଟମ ପ୍ରୟୋଗ କରାଯାଇ ଏହି ସଫଳତା ହାସଲ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ । ଏହି ସିଷ୍ଟମ ଦ୍ୱାରା ଜୁଲାଇ୨୩ ତାରିଖରେ ବନ୍ଦର୨ ନମ୍ବର ଫାଟକରେ୨୯୪୮ ଟି ଟ୍ରକ୍ ଓ ୧ନମ୍ବର ଫାଟକ ଦେଇ ୧୨ଟି ଟ୍ରକ୍ ପ୍ରବେଶ କରିଥିଲା । ଏହି ଐତିହାସିକ ସଫଳତା ପାଇଁ ବନ୍ଦର ଅଧ୍ୟକ୍ଷ ଶ୍ରୀ ରଏ ସିଏଫ୍ଚଚ୍ ଏଜେଂଟ, ଜେସିସି, ୩ଟି ଟ୍ରକ୍ ସଂଘର କର୍ମକର୍ତା, ପାରଦ୍ୱୀପ ପୋଲିସ ଓ ସିଆଇଏସ୍ଏଫ୍ ଙ୍କୁ ଶ୍ରେୟ ପ୍ରଦାନ କରିଛନ୍ତି ।

Leave a Reply

Your email address will not be published.