ଶପଥ ମହାପାତ୍ରଙ୍କୁ କରୋନା ଯୋଦ୍ଧା ସମ୍ମାନ

କଟକ,(ଆଇଏନ୍ଏସ୍): ସଂପ୍ରତି ମହାମାରୀ କରୋନା ବିଶ୍ୱରେ ଧ୍ୱଂସଲୀଳା କରିଚାଲିଛି । ଏହିଭଳି ଏକ ବିପଦପୂର୍ଣ୍ଣ ମୁହୂର୍ତରେ ଡ଼ାକ୍ତର, ସ୍ୱାସ୍ଥ୍ୟକର୍ମୀ, ସୁରକ୍ଷା କର୍ମୀ ତଥା ସାମ୍ବାଦିକଙ୍କଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର କର୍ମଚାରୀ ସରକାରଙ୍କ ସହିତ ହାତ ମିଳାଇ କରୋନା ବିରୋଧରେ ଲଢେଇ ଜାରି ରଖିଛନ୍ତି । ଏହି ଅବସ୍ଥାରେ ଈଶ୍ୱର ପ୍ରେମୀ ଓ ଆଧ୍ୟାତ୍ମିକବାଦୀ ମାନେ ଜନସାଧାରଣଙ୍କ ମନରେ ଅସୀମ ଧୈର୍ଯ୍ୟ ଓ ଈଶ୍ୱର ବିଶ୍ୱାସ ମନୋଭାବ ଜାଗ୍ରତ କରିବା ପାଇଁ ଆଧ୍ୟାତ୍ମିକବାଦୀ ଶପଥ ମହାପାତ୍ର କହିଛନ୍ତି । ଏହି ଅବସରରେ ଶ୍ରୀ ଶ୍ରୀ ସିରିଡି ସାଇ ଚାରିଟେବୁଲ ଟ୍ରଷ୍ଟ ବସନ୍ତପୁର ତରଫରୁ ଶ୍ରୀ ଶ୍ରୀ ମହାପାତ୍ରଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଛି ।

Leave a Reply

Your email address will not be published. Required fields are marked *