ସୁରକ୍ଷା ଓ ରୋଟାରୀ କ୍ଲବ୍ ପକ୍ଷରୁ ବୃକ୍ଷରୋପଣ

ଭୁବନେଶ୍ୱର, (ଆଇଏନ୍ଏସ୍): ସ୍ୱେଚ୍ଛାସେବୀ ସଂଗଠନ ‘ସୁରକ୍ଷା’ ଏବଂ ରୋଟାରୀ କ୍ଲବ ସେଂଟିନିୟାଲ୍ ଆନୁକୁଲ୍ୟରେ ଆଜି ପୂର୍ବାହ୍ନରେ ସ୍ଥାନୀୟ ଲୁମ୍ବିନୀ ବିହାର ସ୍ଥିତ ସୁରକ୍ଷା ପରିସରରେ ବୃକ୍ଷରୋପଣ କରାଯାଇଥିଲା ।
ସୁରକ୍ଷା’ର ସଭାନେତ୍ରୀ ବନ୍ଦନା ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ‘ସୁରକ୍ଷା’ର ଉପଦେଷ୍ଟା ସୁଧାଂଶୁ ମହାପାତ୍ର, ସମ୍ପାଦକ କେଶବ ରଣା, ନିର୍ଦେଶିକା ମିଲି ରଣା, ରୋଟାରୀ କ୍ଲବ୍ ଭୁବନେଶ୍ୱର, ସେଂଟାନିଅଲ୍ର ସଭାପତି କୃଷ୍ଣଚନ୍ଦ୍ର ଦାସ, ସମ୍ପାଦକ ଉଦୟ ନାଥ ସାହୁ, ଏବଂ ବରିଷ୍ଠ କାର୍ଯ୍ୟକର୍ତା ଭବାନୀ ପାଟ୍ଟଯୋଶୀ, ପ୍ରଭାତ କୁମାର ମହାନ୍ତି, ରମେଶ ଚନ୍ଦ୍ର ସାହୁ, ଆର୍.ଏନ.ଦାସ ଏବଂ ‘ସୁରକ୍ଷା’ର ବରିଷ୍ଠ କାର୍ଯ୍ୟକର୍ତା ପଦ୍ମଲୋଚନ ସାହୁ । କୈଳାସ ଜେନା, ବରିଷ୍ଠ ସାମାଜିକ କର୍ମୀ ଦେବ ଚୌଧୁରୀ ଓ ସାମ୍ବାଦିକ ସୁକାନ୍ତ କୁମାର ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଖ୍ୟସିଂ ଷଡଙ୍ଗୀ, ସ୍ମିତା ଶତପଥି, ଗୀତା ମହାନ୍ତି, ସୁଧାକର ପନ୍ତି, ଅଜିତ ପାଢ଼ୀ, ପ୍ରକାଶ ଚନ୍ଦ୍ର ପୃଷ୍ଟି, ମନୋଜ ବିଶ୍ୱାଳ ପ୍ରମୁଖ ରୋଟାରିୟାନ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଂପାଦନାରେ ସହଯୋଗ କରିଥିଲେ । ଏହି ଅବସରରେ ଯୁବ ବୈଜ୍ଞାନିକ ଶକ୍ତି ପ୍ରସାଦ ସାହୁ, ଓ ବିଦୁ୍ୟତ ବିଭାଗର ପୂର୍ବତନ ଯନ୍ତ୍ରୀ ଧରେନ୍ଦ୍ର କୁମାର ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave a Reply

Your email address will not be published.