ସ୍ୱାଧିନତା ଦିବସରେ ଗାନ୍ଧୀ

ଡାକ୍ତର ସୁରେନ୍ଦ୍ର ନାଥ ଦାଶ
ଏ ବର୍ଷ ଆମେ ୭୪ତମ ସ୍ୱାଧିନତା ଦିବସ ପାଳନ କରୁଛୁ । ଏହି ଅବସର ରେ ଦେଶର କୋଟି କୋଟି ଜନତାଙ୍କ ମନରେ ଯେଉଁ ପ୍ରଶ୍ନଟି ଉଙ୍କିମାରେ,ତାହା ହେଉଛି,ସ୍ୱାଧିନତା ପାଇଲା ବେଳେ ସ୍ୱାଧିନତା ରୂପି ଗଙ୍ଗାକୁ ଆଣି ଏ ଦେଶ ମାଟିରେ ବୁହାଇଥିବା ଭଗିରଥ ରୂପି ଜାତିର ପିତା ମହାତ୍ମା ଗାନ୍ଧୀ କଣ କରୁଥିଲେ? କୃତଜ୍ଞ ଦେଶ ବାସୀ ତାଙ୍କୁ ସ୍ୱର୍ଣ୍ଣ ଆସନରେ ବସାଇ ଫୁଲ ରେ ପୋତି ପକାଇଥିଲେ କି? ମାତ୍ର ଘଟଣା ଥିଲା ସଂପୂର୍ଣ୍ଣ ବିପରିତ । ଅଗଷ୍ଟ୧୪-୧୫ ମଧ୍ୟରାତ୍ରି ରେ ଯେତେବେଳେ ଦେଶ ସ୍ୱାଧିନ ହେଲା, ଲାଲ କିଲ୍ଲାରୁ ୟୁନିଅନ ଜ୍ୟାକ କୁ ଓହ୍ଲାଇ ତ୍ରିରଙ୍ଗା କୁ ଉଡାଗଲା, ସେହି ମହାର୍ଘ୍ୟ ମୂହୁର୍ତରେ ପ୍ରଧାନ ମନ୍ତ୍ରୀ ପଣ୍ଡିତ ନେହେରୁ ତାଙ୍କର ବିଶ୍ୱପ୍ରସିଦ୍ଧ ଭାଷଣ “At the stroke of mid night hour, when the world is sleep, India is waking to freedom and new kife”ଦେଉଥିଲେ, ସେତେବେଳେ ଜାତିର ପିତା ରାଜଧାନୀ ଦିଲ୍ଲୀ ଠା ରୁ ହଜାର ମାଇଲ ଦୂର ମହାନଗରୀ କଲିକତାର ବେଲଗାଛିଆରଏକ ଅଖ୍ୟାତ ଅପରିଷ୍କାର ଗଳି ରେ ଥିବା ହାଇଦର ହାଉସ ନାମକ ଏକ ପରିତ୍ୟକ୍ତ ଘରେ ନିଘୋଡ ନିଦରେ ଶୋଇ ପଡିଥିଲେ ଓ ଅନୁଗତ ମାନଙ୍କୁ କହିଥିଲେ ,“କୌଣସି କ୍ଷେତ୍ର ରେ ମୋତେ ଉଠାଇବ ନାହିଁ ।” ସ୍ୱାଧିନତା ସହ ଦେଶ ବିଭାଜନ ଓ ସାଂପ୍ରଦାୟିକ ହତ୍ୟାକାଣ୍ଡ ଗାନ୍ଧୀ ଙ୍କୁ ମର୍ମାହତ କରିଥିଲା । ଦେଶ ର ଏକତା ରକ୍ଷା ପାଇଁ ତାଙ୍କର ସମସ୍ତ ଚେଷ୍ଟା ବିଫଳ ହେଲା । ତାଙ୍କୁ ନପଚାରି ତାଙ୍କର ଅନୁଗତ ତଥା ତାଙ୍କ ହାତଗଢା କଂଗ୍ରେସ ନେତାମାନେ ବିଭାଜନ ରେ ସମ୍ମତି ଦେଲେ ଓ କହି ବୁଲିଲେ ବୁଢାର ମୁଣ୍ଡ କାମ କରୁନି । ମାତ୍ର ଗାନ୍ଧି ହିଁ ଜଣେ ମାତ୍ର ବ୍ୟକ୍ତି, ଯିଏ ସ୍ୱାଧିନତା ପରେ ଭୟଙ୍କର ହିଂସାକାଣ୍ଡର ପୂର୍ବାନୁମାନ କରିଥିଲେ । ସ୍ୱାଧିନତାର ଅବ୍ୟହତି ପୂର୍ବରୁ କଲିକତା ମହାନଗରୀରେ ସାଂପ୍ରଦାୟିକ ହିଂସାକାଣ୍ଡ ଆରମ୍ଭ ହେଲା । ଏଥରକ ହିନ୍ଦୁ ମାନେ ୧୯୪୬ ର ପ୍ରତ୍ୟକ୍ଷ ସଂଗ୍ରାମ ର ପ୍ରତିଶୋଧ ନେବା ପାଇଁ ଆଗେଇ ଆସିଲେ । ସେତେବେଳେ ଗାନ୍ଧି କଲିକତାର ସୋଦପୂର ଆଶ୍ରମରେ ନୁଆଖାଲି ଯିବାପାଇ ଁଅପେକ୍ଷା କରି ଥାଆନ୍ତି । ସେଠାରେ ସେ ଅଗଷ୍ଟ୯ ତାରିଖରୁ ୧୩ ପର୍ଯ୍ୟନ୍ତ ରହିଥିଲେ । ମୁସଲମାନଙ୍କର ନେତା ପୂର୍ବତନ ବଙ୍ଗଳାର ପ୍ରଧାନମନ୍ତ୍ରୀ ସହିଦ ସୁରାବର୍ଦ୍ଦୀ ଯେକି ୧୯୪୬ ମସିହାର ହିନ୍ଦୁ ମେଧ ଯଜ୍ଞର ପୁରୋଧା ଥିଲେ । ସେ ବିକଳରେ ମୁସଲମାନଙ୍କର ସୁରକ୍ଷା ପାଇଁ ଗାନ୍ଧି କଲିକତାରେ ରୁହନ୍ତୁ ବୋଲି ଅନୁରୋଧ କଲେ । ଗାନ୍ଧି ତାଙ୍କ ଠାରୁ କେତେକ କଠୋର ସର୍ତ ପୁରଣ ପାଇଁ ଚାହିଁଲେ । ସେ ନୁଆଖାଲି ର ହିନ୍ଦୁ ମାନଙ୍କର ସୁରକ୍ଷାର ଦାୟିତ୍ୱ ଲିଖିତ ପ୍ରଦାନ କରିବେ । ସେ ଗାନ୍ଧି ଙ୍କ ସାଥି ରେ ବିନା ସୁରକ୍ଷା ରେ ରହିବେ । ନିଜର ପୂର୍ବ ଭୂଲ ସ୍ୱିକାର କରି ଲୋକଙ୍କୁ କ୍ଷମା ଭିକ୍ଷା କରିବେ । ସୁରାବର୍ଦ୍ଦି ତାହା ଗ୍ରହଣ କଲେ ଓ ଗାନ୍ଧି ୧୩ ତାରିଖ ରେ ଏକ ଚେଭରଲେଟ କାର ରେ ସୁରାବର୍ଦ୍ଦି ଙ୍କ ସହ ଦଙ୍ଗା ଅଂଚଳ ରେ ଥିବା ହାଇଦର ହାଉସ କୁ ରହିବା ପାଇଁ ଯାତ୍ରା କଲେ । ମୁସଲମାନ ଙ୍କୁ ରକ୍ଷା କରିବାକୁ ଗାନ୍ଧି ଆସୁଛନ୍ତି । ଏହା ଶୁଣି ଶହ ଶହ ହିନ୍ଦୁ ଅସ୍ତ୍ର ଶସ୍ତ୍ର ଧରି କାର ଆଗକୁ ମାଡି ଆସିଲେ । ଗାଡି ଉପରେ ଟେକା ପଡିଲା । ଗାନ୍ଧି ଏକୁଟିଆ କାରରୁ ବାହାରି ଆସି ଉତ୍ୟକ୍ତ ଲୋକଙ୍କୁ କହିଲେ, “ସେମାନେ ଯଦି ତାଙ୍କୁ ମାରିବାକୁ ଚାହାଁନ୍ତି ମାରିପାରନ୍ତି । ସେ ଯଥେଷ୍ଟ ଦିନ ବଂଚିଲେଣି! ଦେଶର ଏ ଅବସ୍ଥା ଦେଖିବା ଅପେକ୍ଷା ମରିବା ଭଲ!” ଲୋକ ମାନେ ଲାଜରେ ଫେରିଗଲେ । ଗାନ୍ଧି ଅନଶନରେ ବସିଲେ । ମାତ୍ର ୩୬ ଘଂଟା ମଧ୍ୟରେ କଲିକତାରେ ଶାନ୍ତି ଫେରି ଆସିଲା । କଥିତ ଅଛି ସ୍ୱାଧିନତା ଦିବସର ଉସôବରେ ପୌରହିତ କରିବା ପାଇଁ ନେହେରୁ ଓ ପଟେଲ ଗାନ୍ଧିଙ୍କ ପାଖକୁ ନିବେଦନ କରି ସ୍ୱତନ୍ତ୍ର ଦୂତ ପଠାଇଥେôଲ । ଦୁତ ସହ ଗାନ୍ଧି କିଛି ସମୟ ସୋଦପୂର ଆଶ୍ରମ ର ବାହାରେ ବୁଲିଲା ବେଳେ ତଳେ ପଡିଥିବା ଗୋଟିଏ ଶୁଖିଲା ପତ୍ର ଉଠାଇ ଆଣିଲେ । ସେହିପତ୍ର କୁ ନିଜର ଆଖିତଳେ ଟେକି ଧରିଲେ । ଟୋପାଏ ଲୁହ ଖସି ପଡିଲା ପତ୍ର ଉପରେ । ସେହି ଲୁହଭିଜା ପତ୍ର କୁ ଦୂତକୁ ଦେଇ ତାହା ନେହେରୁ ଓ ପଟେଲଙ୍କୁ ଦେବାକୁ ଗାନ୍ଧିଜୀ ନିଦେ୍ର୍ଦଶ ଦେଲେ । ଲୁହ ଭିଜା ପତ୍ରକୁ ମୁଣ୍ଡରେ ଛୁଇଁ ଦୂତ ଫେରିଗଲା । ତାର ଫେରିଲା ପଥକ କରୁଣ ଦୃଷ୍ଟିରେ ଗାନ୍ଧି ଚାହିଁ ରହିଥିଲେ ।
ସ୍ୱାଧିନତା ଦିନ ନିଜ ଭାଷଣରେ କଲିକତାର ଗାନ୍ଧିଙ୍କ କାର୍ଯ୍ୟକୁ“A great Miracle of 20th century” ବୋଲି କହି ଗଭର୍ଣ୍ଣର ଜେନେରାଲ ଲର୍ଡ ମାଉଂଟବେଟନ ନିଜର ସମ୍ମାନ ଜଣାଇଥିଲେ ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍, ଉମରକୋଟ, ମୋ:୯୪୩୭୨୩୫୩୮୬

Leave a Reply

Your email address will not be published. Required fields are marked *