ତଟ ସୁରକ୍ଷା ନିମନ୍ତେ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସର ତାଲିମ ଶିବିର

ପାରାଦ୍ୱୀପ, (ଆଇଏନ୍ଏସ୍): ପୂର୍ବ ଉପକୂଳ ତଟର ସୁରକ୍ଷା ନିମନ୍ତେ କେନ୍ଦ୍ର ସରକାର ନିୟୋଜନ କରିଛନ୍ତି ଭାରତୀୟ ତଟରକ୍ଷୀ ବାହିନୀ । ଭାରତୀୟ ତଟରକ୍ଷୀ ବାହିନୀକୁ ସହଯୋଗ କରୁଛନ୍ତି ମେରାଇନ୍ ପୋଲିସ । ଗତ ୧୪ତାରିଖଦିନ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ ମିଳିତ ଉପକୂଳ ସୁରକ୍ଷା ତାଲିମ୍ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । କୋଷ୍ଟଗାର୍ଡ ଜାହାଜ ରେଜିୟା ସୁଲତାନ ରେ ଏହି ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ ଦକ୍ଷତା ବିକାଶ ହେଉଛି କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ତଟରକ୍ଷୀ ବାହିନୀ ଜାହାଜରେ ମେରାଇନ୍ ପୋଲିସର ଅଧିକାରୀ ଓ କର୍ମଚାରୀ ମାନଙ୍କୁ ତାଳିମ୍ ପ୍ରଦାନ କରାଯାଇଥିଲା । ସୁରକ୍ଷା, ଆଇନ୍ କାର୍ଯ୍ୟକାରିତା, ଜାହାଜ ଚାଳନା, ଅନୁସନ୍ଧାନ ଆଦି କାର୍ଯ୍ୟ କିପରି ସମୁଦ୍ର ମଧ୍ୟରେ କରାଯିବ ସେ ସଂପର୍କରେ ବ୍ୟାପକ ତାଲିମ୍ ଦିଆଯାଇଥିଲା ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *