ପର୍ଯ୍ୟାୟକ୍ରମେ ପୂନର୍ବାର କାର୍ଯ୍ୟକ୍ଷମ ହେଲା ପାରାଦ୍ୱୀପ ରିଫାଇନାରୀ

ପାରାଦ୍ୱୀପ, (ଆଇଏନ୍ଏସ୍): ବାର୍ଷିକ ମରାମତି ପରେ ପର୍ଯ୍ୟାୟକ୍ରମେ କାର୍ଯ୍ୟକ୍ଷମ ହୋଇଛି ପାରାଦ୍ୱୀପ ରିଫାଇନାରୀ । ଦୈନିକ ୩ ଶହ ହଜାର ବ୍ୟାରେଳ ଉତ୍ପାଦନ କ୍ଷମତା ବିଶିଷ୍ଟ ଏହି ମେଗା ରିଫାଇନାରୀ ମରାମତି ପରେ ପର୍ଯ୍ୟାୟ କ୍ରମେ ଏହାର ୟୁନିଟ ଶନିବାର ଦିନ ଠାରୁ କାର୍ଯ୍ୟକ୍ଷମ ହୋଇଛି । ସପ୍ତାହ ମଧ୍ୟରେ ଏହାର ସମସ୍ତ ୯ଟି ୟୁନିଟ୍ ସ୍ୱାଭାବିକ ଭାବେ କାର୍ଯ୍ୟକ୍ଷମ ହେବ ବୋଲି ବିଶେଷ ସୂତ୍ରରୁ ପ୍ରକାଶ । ଗତ ୨୦୧୮ ମାର୍ଚ୍ଚରେ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ପାରାଦ୍ୱୀପ ରିଫାଇନାରୀ ର ସମସ୍ତ ୟୁନିଟି ନିରବଛିନ୍ନ ଭାବେ କାର୍ଯ୍ୟ କରି ଆସୁଥିଲା । ଏହାର ମୁଖ୍ୟ ଯନ୍ତ୍ରପାତିର ମରାମତି ଆବଶ୍ୟକତା ଦୃଷ୍ଟିରୁ ଏହି କାରଖାନାକୁ ସଟଡାଉନ୍ କରାଯାଇ ଏହାର ମରାମତି କାର୍ଯ୍ୟ କରାଯାଇଥିଲା । ଏହି ମରାମତି ପାଇଁ ଦେଶର ବିଭିନ୍ନ ସ୍ଥାନରୁ ୧୪ଶହ କୁଶଳୀ ଅଭିଜ୍ଞ ଶ୍ରମିକ, ଯନ୍ତ୍ରୀ ଓ ସୁପରଭାଇଜର ମାନେ କୋଭିଡ୍-୧୯ର ସମସ୍ତ ଗାଇଡ୍ଲାଇନ୍ ଅନୁଯାୟୀ କାର୍ଯ୍ୟ କରିଥିଲେ । ପ୍ରକାଶ ଥାଉକି ଏହି ମରାମତି କାର୍ଯ୍ୟ କୋରୋନା ସଂକ୍ରମଣ ପାଇଁ ବିଳମ୍ବରେ ଆରମ୍ଭ କରାଯାଇ ଅଗଷ୍ଟ୧୫ ମଧ୍ୟରେ ସଂପୁର୍ଣ୍ଣ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ।

Leave a Reply

Your email address will not be published.