ବିଜେଡି ସଂପାଦକ ସନ୍ତୋଷ କୁମାର ପଟ୍ଟନାୟକଙ୍କୁ ଦମ୍ବର୍ଦ୍ଧନା

ପାରାଦ୍ୱୀପ,(ଆଇଏନ୍ଏସ୍): ରାଜ୍ୟ ବିଜୁ ଜନତା ଦଳର ନବ ନିଯୁକ୍ତ ସଂପାଦକ ସନ୍ତୋଷ କୁମାର ପଟ୍ଟନାୟକଙ୍କୁ ପାରାଦ୍ୱୀପ ବନ୍ଦର କ୍ଷତିଗ୍ରସ୍ତ ଡମ୍ଫର ମାଲିକ ସଂଘ ପକ୍ଷରୁ ଶୁକ୍ରବାର ଦିନ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶୁକ୍ରବାର ଦିନ ପାରାଦ୍ୱୀପ ପୋର୍ଟ ବଣିକ ସଂଘ କାର୍ଯ୍ୟାଳୟ ଠାରେ ପାରାଦ୍ୱୀପ ବନ୍ଦର କ୍ଷତିଗ୍ରସ୍ତ ଡମ୍ଫର ମାଳିକ ସଂଘର ସାଧାରଣ ସଂପାଦକ ରନôାକାର ଜେନାଙ୍କ ନେତୃତ୍ୱରେ ସଂଘର କାର୍ଯ୍ୟକର୍ତା ଅନାଦି ପରିଡା, ଚନ୍ଦ୍ରଶେଖର ମହାପାତ୍ରଙ୍କ ସମେତ ସଦସ୍ୟମାନେ ସାମାଜିକ ଦାଇତ୍ୱ ରକ୍ଷା କରି ଉପସ୍ଥିତଥିଲେ । ସେଠାରେ ବିଜେଡିର ନବନିଯୁକ୍ତ ସଂପାଦକ ଶ୍ରୀ ପଟ୍ଟନାୟକଙ୍କୁ ପୁଷ୍ପଗୁଚ୍ଛ ଓ ଅଙ୍ଗବସ୍ତ୍ର ପ୍ରଦାନ କରି ସମ୍ବର୍ଦ୍ଧନା ଜଣେଇଥିଲେ । ପ୍ରକାଶ ଥାଉକି ଶ୍ରୀ ପଟ୍ଟନାୟକଙ୍କୁ ସଂପାଦକ ସହ ଆଂଚଳିକ ଉନ୍ନୟନ ର ଦାୟିତ୍ୱ ଦିଆଯାଇଛି । ଶ୍ରୀ ପଟ୍ଟନାୟକ ପାରାଦ୍ୱୀପ ଅଂଚଳର ଆଠଗୋଟି ବୃହତ ସଙ୍ଗଠନର ସଭାପତି ଭାବେ ଦାୟିତ୍ୱ ନିର୍ବାହ କରିଆସୁଛନ୍ତି । ଶ୍ରୀ ପଟ୍ଟନାୟକ ଏହି ଦାୟିତ୍ୱ ପାଇବା ପରେ ପାରାଦ୍ୱୀପ, କୁଜଙ୍ଗ ଆଦି ଅଂଚଳର ବହୁ ସଂଗଠନ ଶ୍ରୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି ।

Leave a Reply

Your email address will not be published.