ପାରାଦ୍ୱୀପ ମୁ୍ୟନିସପାଲିଟି: କୁଜଙ୍ଗ ତହସିଲଦାରଙ୍କୁ ନିର୍ବାହୀ ଅଧିକାରୀର ଅତିରିକ୍ତ ଦାୟିତ୍ୱ

ପାରାଦ୍ୱୀପ, (ଆଇଏନ୍ଏସ୍): କୁଜଙ୍ଗର ତହସିଲଦାର ସ୍ମୃତି ପ୍ରଜ୍ଞା ପି୍ରୟଦର୍ଶିନୀ ପାରାଦ୍ୱୀପ ମୁ୍ୟନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଏ ସଂପର୍କରେ ବିଧିବଦ୍ଧ ଭାବେ ଜିଲ୍ଲାପାଳ ନିର୍ଦେଶ ଦେବା ପରେ ବୁଧିବାର ଦିନ ସେ ପାରାଦ୍ୱୀପ ମୁ୍ୟନିସିପାଲିଟି କାର୍ଯ୍ୟାଳୟରେ ପହଂଚିଥିଲେ । ଦାୟିତ୍ୱରେ ଥିବା ପୌରଯନ୍ତ୍ରୀ ଦୁର୍ଯେ୍ୟାଧନ ପଟେଲଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଏଠାରୁ ବଦଳି ହେବା ବେଳେ ସେ ପୌରଯନ୍ତ୍ରୀ ଶ୍ରୀ ପଟେଲଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ପ୍ରାୟ ଦୁଇମାସ ହେବ ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିଯୁ୍କ୍ତି ନ ହେବା ନେଇ ଏକ ପ୍ରକାର ଅଚଳାବସ୍ଥା ଦେଖା ଦେଇଥିଲା । କର୍ମଚାରୀଙ୍କ ଦରମା, ଠିକାଦାରଙ୍କ ବିଲ୍, ବିଭିନ୍ନ ଭତା ଆଦି ବଂଟନ ହୋଇ ପାରୁନଥିଲା । ଦାୟିତ୍ୱରେ ଥିବା ପୌରଯନ୍ତୀଙ୍କୁ ଆର୍ଥିକ କ୍ଷମତା ଦିଆ ଯାଇନଥିଲା । ଯାହା ଫଳରେ କି ଏହି ସବୁ କାର୍ଯ୍ୟ ଏକ ପ୍ରକାର ବନ୍ଦ ହୋଇ ଯାଇଥିଲା । କୁଜଙ୍ଗ ତହସିଲଦାର ଙ୍କୁ ଏହି ଅତିରିକ୍ତ ଦାୟିତ୍ୱ ମିଳିବା ପରେ ପୁଣି ଚଳଚଂଚଳ ହୋଇ ଉଠିଛି ପାରାଦ୍ୱୀପ ମୁ୍ୟନିସିପାଲିଟି । ଦୀର୍ଘ ଦୁଇମାସ ହେବ ପାରାଦ୍ୱୀପ ମୁ୍ୟନିସିପାଲିଟିରେ ଓଡିଶା ପ୍ରଶାସନିକ ସେବା (ସିନିୟର)ଙ୍କୁ ନିଯୁକ୍ତି ଦେବା ନେଇ ବୁଦ୍ଧିଜୀବୀମାନେ ଦାବୀ କରିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା । ହେଲେ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର ସ୍ଥାୟୀ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିଯୁକ୍ତି ଦେଲେ ନାହିଁ । ମୁ୍ୟନିସିପାଲିଟି କୁ ଚଳଚଂଚଳ କରିବା ପାଇଁ ଜଗତସିଂହପୁର ଜିଲ୍ଲାପାଳ ସମୟୋପଯୋଗୀ ପଦକ୍ଷେପ ନେଇ କୁଜଙ୍ଗ ତହସିଲଦାରଙ୍କୁ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ।

Leave a Reply

Your email address will not be published.