ଜଗତସିଂହପୁର ଜିଲ୍ଲାରେ ଆଉ ୯୧ କରୋନା ପଜିଟିଭ୍ ଚିହ୍ନଟ

ପାରାଦ୍ୱୀପ, (ଆଇଏନ୍ଏସ୍): ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ରବିବାର ଦିନ ୯୧ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଛି । ପ୍ରକଶିତ ସୂଚନା ଅନୁଯାୟୀ ରବିବାର କୁ ମିସାଇ ଜିଲ୍ଲାରେ ମୋଟ ପଜିଟିଭ୍ ସଂଖ୍ୟା ୨୪୫୭ରେ ପହଂଚିଛି । ୧୯୪୭ଜଣ ସୁସ୍ଥ ହୋଇଥିବା ବେଳେ ୮୦୪ ଚିକିତ୍ସାôାଧିନ ଓ ୬ଜଣଙ୍କର ମୃତୁ୍ୟ ଘଟିଛି । ତେବେ ରବିବାର ଦିନ ଚିହ୍ନଟ ୯୧ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ପାରାଦ୍ୱୀପରୁ ୧୬ଜଣ, କୁଜଙ୍ଗ ରୁ ୮ଜଣ, ବାଲିକୁଦା ବ୍ଳକ/ୟୁଏଲ୍ବିରୁ ୮, ଏରସମାରୁ ୫, ଜଗତସିଂହପୁର ବ୍ଳକ ରୁ ୨୩, ଜଗତସିଂହପୁର ପୌରାଂଚଳରୁ ୧୫, ନୁଆଗାଁରୁ ୧, ରଘୁନାଥପୁରରୁ ୮, ତିର୍ତୋଲ ରୁ ୬ ଓ ଅନ୍ୟ ୧ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *