ଅଠରବାଙ୍କୀ ମାର୍କେଟରୁ ଅଜଣା ଶବ ଉଦ୍ଧାର

ପାରାଦ୍ୱୀପ, (ଆଇଏନ୍ଏସ୍): ପାରାଦ୍ୱୀପ ଅଠରବାଙ୍କୀ ମାର୍କେଟ ନିକଟରୁ ଏକ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର କରିଛି ପାରାଦ୍ୱୀପ ପୋଲିସ୍ । ପୋଲିସ ସୂତ୍ରରୁ ପ୍ରକାଶ ଯେ, ଏହି ଅଜଣା ବ୍ୟକ୍ତି ଜଣଙ୍କର ବୟସ ୪୫ରୁ ୫୦ବର୍ଷ ହେବ । ସେ ମାଟିଆ ରଙ୍ଗର ଚଡି ପିନ୍ଧିଥିଲେ । କଳା ରଙ୍ଗର ଏହି ବ୍ୟକ୍ତିଙ୍କର ଉଚତା ପ୍ରାୟ ୫.୫ଫୁଟରୁ ୫.୮ଫୁଟ ହେବ । ଫ୍ରେଂଚ କଟ ଦାଢି ମୁହଁରେ ରହିଛି । ଶବ ଚିହ୍ନଟ ହୋଇ ପାରୁନଥିବାରୁ ପୋଲିସ ମୃତ ଦେହକୁ ପାରାଦ୍ୱୀପ ବନ୍ଦର ଚିକିତ୍ସାଳୟର ଶବଗାରରେ ରଖିଛି । ସ୍ଥାନୀୟ ବ୍ୟକ୍ତିଙ୍କ କହିବା କଥା ହେଲା ସେ ଜଣେ ଗାଡି ଡ୍ରାଇଭର ଓ ମାନସିକ ବିକାରଗ୍ରସ୍ତ । ଯଦି କେହି ଏହି ବ୍ୟକ୍ତିଙ୍କର ସର୍ମ୍ପକୀୟ ଥାଆନ୍ତି ସେମାନେ ପାରାଦ୍ୱୀପ ପୋଲିସ ସହ ଯୋଗାଯୋଗ କରିବାକୁ ପାରାଦ୍ୱୀପ ଆଦର୍ଶ ଥାନା ଅଧିକାରୀ ରଜନୀକାନ୍ତ ସାମଲ ସୂଚନା ଦେଇଛନ୍ତି । ପାରାଦ୍ୱୀପ ଥାନାରେ ୨୦/୨୦ରେ ଏକ ଅପମୃତୁ୍ୟ ମାମଲା ରୁଜୁ ହୋଇଛି ।

Leave a Reply

Your email address will not be published. Required fields are marked *