ଅନୁସୂଚିତ ଜାତି/ଜନଜାତି ଓଡିଶା ପରିସଂଘର କର୍ମକର୍ତାଙ୍କ ନାମ ଘୋଷଣା

ପାରାଦୀପ, (ଆଇଏନ୍ଏସ୍): ଅଖିଳ ଭାରତୀୟ ଅନୁସୂଚିତ ଜାତି/ଜନଜାତି ପରିଷଦର ସର୍ବଭାରତୀୟ ଅଧ୍ୟକ୍ଷ ଡ.ଉଦିତ ରାଜ୍ ଓଡିଶା ପରିସଂଘର ନୂତନ କର୍ମକର୍ତାମାନଙ୍କର ନାମ ଘୋଷଣା କରିଛନ୍ତି । ଏହି ନୂତନ କମିଟିରେ ୩୩ଜଣ କର୍ମକର୍ତା ଥିବା ବେଳେ ପାରାଦୀପ ବନ୍ଦର ଟ୍ରଷ୍ଟର ଅନୁସୂଚିତ ଜାତି/ଜନଜାତି କର୍ମଚାରୀ ସଂଘର ଧନୁ ଚନ୍ଦ୍ର ତରାଇ, ପ୍ରଦୀପ କୁମାର ମିର୍ଦ୍ଧା, ଅଜୟ କୁମାର ବେହେରା, ଦୁଃଖୀରାମ ସୋରେନ୍ ଏବଂ ଅବସର ପ୍ରାପ୍ତ କର୍ମଚାରୀ ନାରାୟଣ ବେହେରା ମନୋନୀତ ହୋଇଥିବା ଓଡିଶା ପରିସଂଘର ନୂତନ ସଭାପତି ତଥା ନିଖିଳ ଓଡିଶା କୈବର୍ତ ମହାସଭାର ଉପସଭାପତି ସୁଧିର କୁମାର ଖଣ୍ଡା ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *