ପୂର୍ବତନ କ୍ରିକେଟ୍ ଖେଳାଳି ଭଗବାନ ମହାପାତ୍ରଙ୍କ ବିୟୋଗରେ ଜିକେଏସ୍ ପକ୍ଷରୁ ଶୋକସଭା

ପାରାଦ୍ୱୀପ, (ଆଇଏନ୍ଏସ୍): ପାରାଦ୍ୱୀପ ଓ ଆଦାନୀ ବନ୍ଦରର ପୂର୍ବତନ କ୍ରିକେଟ ଖେଳାଳୀ ଭଗବାନ ମହାପାତ୍ର (୫୪)ଙ୍କ ହୃଦ୍ଘାତରେ ଗୁଜୁରାତର ଆଦାନୀ ହସ୍ପିଟାଲରେ ସେପ୍ଟେମ୍ବର୧୯ ତାରିଖରେ ମୃତୁ୍ୟ ହୋଇ ଯାଇଛି । ସେ ପାରାଦ୍ୱୀପ ବନ୍ଦରର ଭୁତପୂର୍ବ ମେରାଇନ୍ ବିଭାଗର ମୁଖ୍ୟ ଅଧିକାରୀ ସ୍ୱର୍ଗତ କୃର୍ଷ୍ଣଚନ୍ଦ୍ର ମହାପାତ୍ରଙ୍କ ଦ୍ୱିତୀୟ ପୁତ୍ର ଥିଲେ । ସ୍ୱଗର୍ତ ଭଗବାନ ମହାପାତ୍ର ପାରାଦ୍ୱୀପ ଓ ମୁନ୍ଦ୍ରା ଆଦାନୀ ବନ୍ଦରର ଜଣେ ଅଗ୍ରଗାମୀ କି୍ରକେଟ୍ ଖେଳାଳୀ ଥିଲେ । ସେ ଉଭୟ ବନ୍ଦର ପକ୍ଷରୁ ସର୍ବଭାରତୀୟ ବୃହତ ବନ୍ଦର କି୍ରକେଟ ଟୁର୍ଣ୍ଣାମେଂଟରେ ପ୍ରତିନିଧିତ୍ୱ କରି ବେସ ସଫଳତା ଅର୍ଜନ କରିଥିଲେ । ତେବେ ସେ ସଂପ୍ରତି ଆଦାନୀ ବନ୍ଦରରେ ରେଲୱେ ଟ୍ରାଫିକ୍ ବିଭାଗର ଆସିଷ୍ଟାଂଟ ମ୍ୟାନେଜର ଭାବେ କାର୍ଯ୍ୟରତ ଥିଲେ । ତାଙ୍କର ଏହି ଦୁଃଖଦ ମୃତୁ୍ୟ ଖବର ପାଇ ପାରାଦ୍ୱୀପ କ୍ରିକେଟ୍ ଖେଳାଳୀ ଓ ଶୁଭେଚ୍ଛୁ ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ବିୟୋଗରେ ପାରାଦ୍ୱୀପ ଗୋପବନ୍ଧୁ କି୍ରଡା ସଂସଦ (ଜିକେଏସ୍) ପକ୍ଷରୁ ଗୋପବନ୍ଧୁ ଷ୍ଟାଡିୟମ ଠାରେ ସୋମବାର ଦିନ ଏକ ଶୋକସଭା ଆୟୋଜିତ ହୋଇଥିଲା । ଏଥିରେ ବରିଷ୍ଠ ଭଲିବଲ ପ୍ରଶିକ୍ଷକ ସଂଜୟ କୁମାର ଦାସ, ପାରାଦ୍ୱୀପ ବନ୍ଦର କି୍ରଡା ପରିଷଦ ଉପଦେଷ୍ଟା ରବିନ୍ଦ୍ର କୁମାର ଦାସ, ଜିକେଏସ୍ ସମ୍ପାଦକ ରଞ୍ଜନ ରଶ୍ମି ବେଉରା ଓ ପୂର୍ବତନ ଯୁଗ୍ମ ସମ୍ପାଦକ ନିରଞ୍ଜନ ସ୍ୱାଇଁ, କି୍ରକେଟ ପ୍ରଶିକ୍ଷକ ଜର୍ଜ ପଲ୍ ରବିନ୍ସନ, ବରିଷ୍ଠ ସାମ୍ବାଦିକ ଶଶାଙ୍କ ଆଚାର୍ଯ୍ୟ, ନାରାୟଣ ବେହେରା, ପ୍ରଭାତ ମହାପାତ୍ରଙ୍କ ସମେତ ଜିକେଏସ୍ର ସମସ୍ତ କି୍ରଡାବିତ୍ ଓ କର୍ମଚାରୀ ମାନେ ଉପସ୍ଥିତ ରହି ଏହି ଶୋକସଭାରେ ସ୍ୱର୍ଗତ ମହାପାତ୍ରଙ୍କ ପାଇଁ ଦୁଇ ମିନିଟ୍ ନିର ପ୍ରାର୍ଥନା କରି ତାଙ୍କର ଜୀବନର ମୁଖ୍ୟାଂସ ଉପରେ ଆଲୋଚନା କରିଥିଲେ ।

Leave a Reply

Your email address will not be published. Required fields are marked *