ପିଲା କଳି ଶତୃତାରୁ ଭୂଜାଲି ମାଡଜଣେ ଗୁରୁତର, ଆସାମୀ ଗିରଫ

ପାରାଦ୍ୱୀପ, (ଆଇଏନ୍ଏସ୍): ପିଲା କଳି ଶତୃତା ଏବଂ ଶତୃତାରୁ ଭୂଜାଲି ମାଡ ଘଟଣା ଘଟିଛି ପାରାଦୀପ ଥାନା ଅନ୍ତର୍ଗତ ଅଠରବାଙ୍କୀ ପୋର୍ଟ କଲୋନୀରେ । ଘଟଣାରୁ ପ୍ରକାଶ ଗତ ଶନିବାର ରାତିରେ ଭୂଜାଲି ମାଡରେ ପୋର୍ଟ କଲୋନୀର ବିଜୟ ସାହୁ ଗୁରୁତର ଭାବେ ଆହାତ ହୋଇଛନ୍ତି । ତାଙ୍କ ଡାହାଣପଟ ଛାତିକୁ ଆକ୍ରମଣ କରିଛନ୍ତି ଦୁର୍ବୁତ । ତାଙ୍କୁ ପ୍ରଥମେ ଅଠରବାଙ୍କୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ଗତ ମାସକ ତଳେ ଛୋଟ ପିଲାଙ୍କ କଳିକୁ ନେଇ ସେହି କଲୋନୀର ମିଥୁନ ବଳିଆରସିଂହ ଏଭଳି କାଣ୍ଡ ଘଟାଇଥିବା ବେଳେ ଏକ ବସ ମଧ୍ୟରେ ଲୁଚିଥିବା ଅବସ୍ଥାରେ ଖବର ପାଇ ଆଦର୍ଶ ଥାନା ଅଧିକାରୀ ରଜନୀକାନ୍ତ ସାମଲ ସଦଳବଳ ଘଟଣାସ୍ଥଳରେ ପହଁଚି ଆସାମୀକୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛନ୍ତି । ଏ ବାବଦରେ ପାରାଦୀପ ଆଦର୍ଶ ଥାନାରେ କେସ ନଂ ୧୫୩/୨୦ରେ ଏକ ମାମଲା ରୁଜୁ ହୋଇଛି ।

Leave a Reply

Your email address will not be published.