ଏକ ବିଭତ୍ସ ଗଣହତ୍ୟା!

ଡାକ୍ତର ସୁରେନ୍ଦ୍ର ନାଥ ଦାଶ
୧୯୭୫ ମସିହା ଅଗଷ୍ଟ ୧୫ ତାରିଖ ଦିନ ଆମର ପଡୋଶୀ ରାଷ୍ଟ୍ର ବଙ୍ଗଳା ଦେଶରେ ଏକ ନାରକୀୟ ଗଣ ହତ୍ୟା ଘଟି ଗଲା । ସେଦିନ ସକାଳ ସାଢେ ପାଂଚଟାରୁ ସାତ ଟା ମଧ୍ୟରେ ବଙ୍ଗଳା ଦେଶ ସୈନ୍ୟ ବାହିନୀ ର କିଛି ମଧ୍ୟମ ଶ୍ରେଣୀୟ ଅଫିସର ଏକ ସାମରିକ ବିଦ୍ରୋହ କରି ପ୍ରେସିଡେଂଟ ସେଖ୍ ମୁଜିବୁର ରହମନଙ୍କୁ ପରିବାର ସହ ନିର୍ମମ ଭାବରେ ହତ୍ୟା କଲେ । କେବଳ ଦୁଇଟି ଝିଅ ଯେଉଁମାନେ କି ବିଦେଶରେ ଥିଲେ, ତାଙ୍କ ବ୍ୟତିତ ସମସ୍ତ ପରିବାର ସଦସ୍ୟ ଗଣହତ୍ୟାର ଶୀକାର ହେଲେ । ଏହାଛଡା ତାଙ୍କ କିଛି ସଂପର୍କିୟ,ତାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା କର୍ମଛାରୀ, ମନ୍ତ୍ରୀ ମଣ୍ଡଳର ସଭ୍ୟ ମଧ୍ୟ ନିହତ ହେଲେ ।
ପୃଷ୍ଠଭୂମି: ୧୯୪୭ ମସିହାରେ ଭାରତରୁ ଅଲଗା ହୋଇ ପୂର୍ବ ଓ ପଶ୍ଚିିମ ପାକିସ୍ତାନ ସୃଷ୍ଟି ହେଲା । ଗୋଟିଏ ଦେଶ ହେଲେ ମଧ୍ୟ ଦୁଇ ଖଣ୍ଡ ମଧ୍ୟରେ ଦୁଇହଜାର ମାଇଲର ବ୍ୟବଧାନ ରହିଥିଲା । ଧର୍ମ ବ୍ୟତିତ ଦୁଇ ପାକିସ୍ତାନ ମଧ୍ୟରେ କୌଣସି ସାମଞ୍ଜସ୍ୟ ନଥିଲା । ଆରମ୍ଭରୁ ମୁଖ୍ୟତଃ ପଞ୍ଜାବି ମାନେ ପାକିସ୍ତାନର ଶାସନ କ୍ଷମତାରେ ରହୁଥିଲେ । ବଙ୍ଗାଳୀ ମାନ ଙ୍କୁ ନୁ୍ୟନ ଦୃଷ୍ଟିରେ ସେମାନେ ଦେଖୂଥିଲେ । ସେମାନେଙ୍କର ବଙ୍ଗାଳୀ ଭାଷା ସ୍ଥାନରେ ଉର୍ଦ୍ଦୁ କୁ ଜାତୀୟ ଭାଷା କଲେ । ଏଥିପାଇଁ ପୂର୍ବ ପାକିସ୍ଥାନରେ ଭାଷା ଆନେ୍ଦାଳନ ହୋଇ ଅନେକ ଲୋକ ମଲେ । ସେତେବେଳେ ୟାହିଆ ଖାଁ ସାମରୀକ ଶାସକ ଥାଆନ୍ତି । ଗଣତାନ୍ତ୍ରୀକ ଶାସନ ପାଇଁ ସେ ପାକିସ୍ତାନ ଜାତୀୟ ଆସେମ୍ବଲି ନିର୍ବାଚନ ଆଦେଶ ଦେଲୋ(୧୯୭୦) । ମୁଜିବୁର ରହମନଙ୍କ ନେତୃତ୍ୱରେ ଗଠିତ ଆୱାମି ଲିଗ(୧୯୪୯ ମସିହା ଭାଷା ଅନେ୍ଦାଳନରୁ ଜନ୍ମ) ସଂଖ୍ୟାଗରିଷ୍ଠତା ପାଇଲା (୧୭୩ ସ୍ଥାନ ୩୦୦ରୁ) । ଏହାର ମୁଖ୍ୟ ପ୍ରତିଦ୍ୱନ୍ଦୀ ଜେଡ.ଏ. ଭୁଟୋଙ୍କ ପି .ପି.ପି(ପାକିସ୍ତାନ ପିପୁଲସ ପାର୍ଟି) ମାତ୍ର ୮୦ ଟି ସ୍ଥାନ ପାଇଲା । ମାତ୍ର ଭୁଟୋ ଚକ୍ରାନ୍ତ କରି ଆୱାମି ଲିଗ କୁ ସରକାର ଗଠନ ପାଇଁ ଡକାଇ ଦେଲେ ନାହିଁ । ଏହାର ପ୍ରତିବାଦରେ ପୂର୍ବ-ପାକିସ୍ତାନରେ ବିକ୍ଷୋଭ ଧର୍ମଘଟ ହେଲା । ତାକୁ ଦମନ କରିବାକୁ ୟାହିଆ ଖାଁ ସାମରିକ ବାହିନି ଟିକା ଖାଁ ଙ୍କ ନେତୃତ୍ୱରେ ପଠାଇଲେ । ମାର୍ଚ୍ଚ ୨୬ ତାରିଖରେ ଏକ ବିଶାଳ ଜନସଭାରେ ମୁଜିବୁର ରହମନ ସ୍ୱାଧିନ ବଙ୍ଗଳା ଦେଶର ଘୋଷଣା କଲେ । ସେହିରାତିରେ ତାଙ୍କୁ ବନ୍ଦି କରି ପାକିସ୍ତାନ କୁ ନିଆଗଲା ଓ ଭୟଙ୍କର ଦମନ ଲିଳା ଓ ନରସଂହାର ଆରମ୍ଭ ହେଲା । ପ୍ରାୟ ଏକ କୋଟି ଶରଣାର୍ଥୀ ଭାରତକୁ ପଳାଇଆସିଲେ । ବଙ୍ଗଳା ଦେଶର ନାଗରିକ ମାନେ ମୁକ୍ତି ବାହିନୀ ଗଢି ପାକିସ୍ତାନ ସୈନ୍ୟଙ୍କ ସହ ଯୁଦ୍ଧ ଜାରି ରଖିଲେ । ସମାଧାନ ନହେବାରୁ ଡିସେମ୍ବର ୩ ତାରିଖ ଦିନ ଭାରତୀୟ ସେନା ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଆଦେଶରେ ପୂର୍ବ ପାକିସ୍ତାନରେ ପ୍ରବେଶ କଲେ । ୧୩ ଦିନ ଯୁଦ୍ଧରେ ପୂର୍ବ ପାକିସ୍ତାନ ସେନା ଆତ୍ମସମର୍ପଣ(ଡିସେମ୍ବର ୧୬) କଲେ । ସ୍ୱାଧିନ ବଙ୍ଗଳା ଦେଶ ଗଠନ ହେଲା । ସେଖ୍ ମୁଜିବର ରହମନ ସେତେବେଳେ ପାକିସ୍ତାନ ଜେଲରେ ଥିଲେ । ଅନେକ ଆଲୋଚନା ପରେ ପାକିସ୍ତାନ ତାଙ୍କୁ ଜାନୁୟାରୀ ୧୨ ଦିନ ମୁକ୍ତ କଲାପରେ ସେ ଆସି ବଙ୍ଗଳାଦେଶର ପ୍ରଥମ ପେସିଡେଂଟ ହେଲେ । ତାଙ୍କୁ ବଙ୍ଗ ବନ୍ଧୂ ଓ ଜାତିର ପିତାର ସମ୍ମାନ ଲୋକମାନେ ଦେଲେ ।
ପରେ ୧୯୭୩ ରେ ନିର୍ବାଚନ ହୋଇ ଆୱାମି ଲିଗ ବିପୁଳଭୋଟରେ ଜୟଲାଭ କଲ୍ରୋ ।୧୯୭୪ ରେ ନୁତନ ସମ୍ବିଧାନ କାର୍ଯ୍ୟକାରୀ ହୋଇ ବଙ୍ଗଳା ଦେଶ କୁଏକ ସମାଜବାଦୀ ଧର୍ମନିରପେକ୍ଷ ରାଷ୍ଟ୍ର ଘୋଷଣା କରାଗଲା । ମୁଜିବର ଧିରେଧିରେ ସ୍ୱେଛାଚାରୀ ହୋଇପଡିଲେ । ଆୱାମି ଲିଗକୁ ଆୱ ।ମି-କୃଷକ-ଶ୍ରମିକ ଦଳ କରି ଦେଶର ଏକ ମାତ୍ର ରାଜନୈତିକ ଦଳ ହେବ ବୋଲି ଘୋଷଣା କରାଗଲା । ଏହା ବିରୋଧି ମାନଙ୍କୁ ଅସୁଖି କଲା । ଭାରତ ସହିତ ତାଙ୍କର ବନ୍ଧୂତାକୁ ମଧ୍ୟ ଅନେକ ଗ୍ରହଣ କଲେ ନାହିଁ । ତାହା ସହ ଜାତିୟ ରକ୍ଷୀ ବାହିନୀ ନାମରେ ଏକ ଅର୍ଦ୍ଧସାମରିକ ବାହିନୀ ଗଠନ ଓ ସେମାନେ ଆୱାମି ଲିଗର ହାତ ବାରିସି ହୋଇ ବିରୋଧୀ ମାନଙ୍କ ଉପରେ ଅତ୍ୟାଚାର,ଜନ ଅସନ୍ତୋଷ ସୃଷ୍ଟି କଲା । ଶାସନରେ ଦୁର୍ନିତି ବ୍ୟାପିଗଲା । ଦୁର୍ଭିକ୍ଷ ମଧ୍ୟ ଦାଉ ସାଧିଲା । ଦେଶରେ ଜରୁରୀ ଶାସନ ଘୋଷିତ ହେଲା(୨୫,୧,୧୯୭୫) । ମୁଜିବ ନିଜେ ପେସିଡେଂଟ ହୋଇ ସମସ୍ତ କ୍ଷମତା ହାତରେ ରଖିଲେ । ଗଣ ମାଧ୍ୟମ ଉପରେ ଅଙ୍କୁଶ ଲାଗିଲା । ଏହି ସମୟରେ ଏକ ସେନା କ୍ଲବରେ ପାର୍ଟି ଚାଲୁଥିଲା ବେଳେ ଆୱାମି ଲିଗର ଜଣେ ନେତା ଗାଜି ଗୋଲାମ ମୁସ୍ତାଫା ଙ୍କର ପୂଅ ମେଜର ଡାଲିମ ନାମକ ଜଣେ ସେନାଧୀକାରୀଙ୍କ ପନôୀ ସହ ଅସଦାଚାରଣ କଲେ । ସେହି ରାତିରେ କିଛି ସେନା କର୍ମଚାରୀ ଆୱାମିଲୁଗର ନେତାଙ୍କ ଘର ଉପରେ ଆକ୍ରମଣ କଲେ । ଏଥିପାଇଁ ମେଜର ଡାଲିମ ସମେତ କିଛି ସହଯୋଗି ମାନଙ୍କ ଉପରେ ଶୃଂଖଳା ଭଙ୍ଗ ଆରୋପ ଅଣା ହୋଇ ସେମାନେ ଙ୍କୁ ପଦଚୁ୍ୟତ କରାଗଲା । ସେମାନେ ପ୍ରେସିଡେଂଟଙ୍କୁ ଆପତି କଲେ ମଧ୍ୟ ସେ ଶୁଣିଲେ ନାହିଁ । ସୈନ୍ୟ ମାନଙ୍କ ମଧ୍ୟରେ ଏହା ଅସନ୍ତୋଷ ସୃଷ୍ଟି କଲା । କେତେକ ପଦତ୍ୟାଗ କଲେ । ବାମପନ୍ଥୀ ଉଗ୍ରପନ୍ଥୀ ମାନେ ନିଜର ସାମାନ୍ତରାଳ ସୈନ୍ୟ ବାହିନୀ ଗଢି ଦେଶସାରା ରାଜନୈତିକ ହତ୍ୟାକାଣ୍ଡ ଘଟାଇଲେ । ମୁଜିବ ପ୍ରେସ ଉପରେ ନିୟନ୍ତ୍ରଣ ଲଗାଇଲେ, ଅନ୍ୟ ରାଜନୈତିକ ଦଳକୁ ବେଆଇନ ଘୋଷଣା ତାଙ୍କ ଦଳରୁ ମଧ୍ୟ ଅନେକଙ୍କୁ ଅସୁଖି କଲା । ଅନେକ ମନେ କରନ୍ତି ଆମେରିକାର ସି.ଆଇ.ଏ ସଂସ୍ଥା(ବଙ୍ଗଳା ଦେଶ)ର ମୁଖ୍ୟ ଫିଲିପ ଚେରିଙ୍କର ମଧ୍ୟ ଏହି କାଣ୍ଡରେ ପ୍ରଛନ୍ନ ହାତଥିଲା ।
କିପରି ଘଟିଲା: ଘଟଣା ଦିନ ମୁଜିବ ତାଙ୍କର ଧାନମଣ୍ଡି ବାସଭବନରେ ରହୁଥାଆନ୍ତି । ତାଙ୍କ ପାଖରେ ଦୁଇ ପୁଅ କମଲ, ଜାମାଲ, ସ୍ତ୍ରୀ, ଝିଅ, ବୋହୁ,ନାତି ଓ କିଛି କର୍ମଚାରୀ ଥାଆନ୍ତି । ତାଙ୍କ ବାସଭବନର ସୁରକ୍ଷା ପାଇଁ କିଛି ସୁରକ୍ଷା କର୍ମି ମଧ୍ୟ ଥାଆନ୍ତି । ବିଦ୍ରୋହ ପାଇଁ ଜଣେ ମନ୍ତ୍ରୀ ଖଣ୍ଡେକର ମୁସ୍ତାଫା,ସୈନ୍ୟ ଉପମୁଖ୍ୟ ଜିଆଉର ରହମନଙ୍କର ସମର୍ଥନ ଥିଲା । ଯେଉଁ ଆର୍ମି ଅଫିସର ମାନେ ମୁଖ୍ୟ ଭୁମିକା ନେଲେ ସେମାନେଥିଲେ ସୟଦ ଫାରୁକ ରହମନ,ଖଣ୍ଡେକର ଆସାଦ ଅହମଦ ମନିମଦିନ, ସଇଫୁଲ ହକ(ଡାଲିମ), ଏ ଏଫÿଏମ ମୋହିତୁଲ ଇସଲାମ ଓ ବାଜାଲ ହୁଦା । ୧୫ ତାରିଖ ଅଗଷ୍ଟରେ ଭାରତର ସ୍ୱାଧିନତା ଦିବସରେ ଭାରତ ସରକାର ବ୍ୟସ୍ତ ଥାଆନ୍ତି । ସକାଳ ୫.୩୦ ବେଳେ ବିଦ୍ରୋହୀ ମାନେ ଚାରି ଦଳ ହୋଇ ବାହାରିଲେ । କିଛି ଟ୍ୟାଙ୍କ ମଧ୍ୟ ରାସ୍ତା କୁ ଆସିଥିଲା । ମୁଜିବଙ୍କ ଘର ପାଖରେ ଥିବା ସୁରକ୍ଷାକର୍ମିଙ୍କ ସହ ଗୁଳି ବିନିମୟ ପରେ ସେମାନେ ଆତ୍ମସମର୍ପଣ କଲେ । ଗୁଳି ଶଦ୍ଦ ଶୁଣି ମୁଜିବ ଉପର ମହଲାରୁ ଓହ୍ଲାଇଲା ବେଳେ ବିଦ୍ରୋହୀ ମାନଙ୍କୁ ଦେଖି “କଣ ପାଇଁ ଏସବୁ”ବୋଲି ପାଟି କଲେ । ତାଙ୍କୁ ମେଜର ହୁଦା ଗୁଳି କରିବାରୁ ସେ ପଡିଗଲେ । ପରେ ପରେ ଘରେ ଥିବା ତାଙ୍କ ସ୍ତ୍ରୀ(ସେଖ ଫଜିଲୁନିସା), ପୁଅ(କମଲ,ଜମାଲ),ଝିଅ, ଦୁଇ ବୋହୁ,ଭାଇ ନାସିର,ନାବାଲକ ନାତି (ରସେଲ) ଓ ଅନ୍ୟ ମାନଙ୍କୁ ଗୁଳି କଲେ । ମୁଜିବଙ୍କ ଠାରୁ ଫୋନ ପାଇ ଧାଇଁ ଆସୁଥିବା ଗୋଇନ୍ଦା ମୁଖ୍ୟ ଜମିଲ-ଉଦିନ ଅହମଦ ମଧ୍ୟ ହତ୍ୟାକାଣ୍ଡର ଶିକାର ହୋଇଥିଲେ । ଅନ୍ୟ ବିଦ୍ରୋହୀ ଦଳମାନ ସହରର ବିଭିନ୍ନ ସ୍ଥାନରେ ମୁଜିବଙ୍କ ସଂପର୍କିୟ (ପୁତୁରା ସେଖ ଫଜଲ ହକ, ଭିଣୋଇ ଅବଦର ରାବି ସନବାରତ)ମାନଙ୍କୁ ହତ୍ୟାକଲେ, କିଛି ମନ୍ତ୍ରୀ ମାନେ ମଧ୍ୟ ମଲେ । ସମ୍ଭାବ୍ୟ ଆକ୍ରମଣକୁ ପ୍ରତିହତ ପାଇଁ ଢାକାରେ ଥିବା ସାମରିକ ଛାଉଣିକୁ ଘେରାଉ କରାଗଲା । ବେତାର ଭବନ କୁ ଅଧିକାର କଲାପରେ ଖଣ୍ଡେକର ମୁସ୍ଥାଫା ମୁଜିବ ସରକାରର ପତନ ଓ ତାଙ୍କ ନେତୃତ୍ୱରେ ନୂଆ ସରକାର ଗଠନ ହେଲା ବୋଲି ଘୋଷଣା କଲେ । ବିଦୋ୍ରହି ମାନଙ୍କୁ ସାଙ୍ଗେ ସାଙ୍ଗେ ପଦୋନ୍ନତି ଦିଆଗଲା । ହତ୍ୟାକାଣ୍ଡ ପାଇଁ ସେମାନେଙ୍କ ବିରୁଦ୍ଧରେ ମାମଲା ହେବ ନାହିଁ ବୋଲି ଘୋଷଣା ହେଲ । । ଜିଆଉର ରହମନଙ୍କୁ ସେନା ମୁଖ୍ୟ କରାଗଲା । ମୁଜିବଙ୍କର ଦୁଇ ଝିଅ ହାସିନା ଓ ରେହେନା ଘଟଣା ବେଳେ ଜର୍ମାନୀ ରେ ଥିଲେ । ସେମାନେ ଫେରି ଭାରତରେ ଆଶ୍ରୟ ନେଲେ । କିଛି ଦିନ ପରେ ଜେଲରେ ପଶି (୩.୧୧.୧୯୭୫)ବିଦ୍ରୋହି ମାନେ ବନ୍ଦୀ ଥିବା ଆୱାମି ଲିଗର କିଛି ବରିଷ୍ଠ ନେତା ତଥା ପୂର୍ବତନ (ନାଜରଲ ଇସଲାମ,ତାଜଉଦ୍ଦିନ ଅହମଦ) ମନ୍ତ୍ରୀ ଙ୍କୁ ହତ୍ୟାକଲେ । ମାତ୍ର ଚାରିମାସ ପରେ ୪ ଦିନ ପାଇଁ ଁବିଗ୍ରେଡିଅର ଖଲିଲ ମୁସ୍ତାଫା (ମୁଜିବଙ୍କ ସମର୍ଥକ) ଅନ୍ୟ ଏକ ବିଦ୍ରୋହ କରିଥିଲେ ମଧ୍ୟ ଚାରିଦିନ ପରେ ନିହତ ହେଲୋ । ଜିଆଉର ରହମନ ସାମରିକ ଶାସକରୂପେ ଆଇନ କରି ବିଦ୍ରୋହୀ ମାନଙ୍କୁ ସୁରକ୍ଷା ଦେଲେ । ସେମାନଙ୍କୁ ବିଦେଶରେ ବିଭିନ୍ନ ଦୁତାବାସରେ ଉଚ୍ଚପଦରେ ନିଯୁକ୍ତି ଦେଲେ । ପରେ ଜିଆଉର ରହମନଙ୍କୁ ହଟାଇ ଏଚ ଏମ ଏରସାଦ କ୍ଷମତା ଗ୍ରହଣ କଲେ ।
ବିଚାର:୧୯୮୧ ମସିହାରେ ହାସିନା ଦେଶକୁ ଫେରି ଦଳର ପୁର୍ନ୍ନଗଠନ କଲେ ଓ ନିର୍ବାଚନ ଲଢି ୧୯୯୬ ରେ କ୍ଷମତାକୁ ଆସିଲେ । ନିଜର ଆସ୍ଥାନ ଦୃଢ ହେଲା ପରେ ମୁଜିବ ହତ୍ୟାକାଣ୍ଡ କେଶର ବିଚାର ଅଣା ହେଲା । ବିରୋଧି ମାନେ ତାକୁ ବନ୍ଦ କରିବାକୁ ନାନା ଚେଷ୍ଟା କଲେ । ଅନେକ ବିଦ୍ରୋହୀ ବିଦେଶରେ ଥିଲେ । ସେମାନେଙ୍କୁ ଦେଶକୁ ଅଣାଗଲା । ଜେଲରେ ରଖାଗଲା । ଅନେକ ଦିନ ଧରି ବିଚାର ଚାଲିଳା ।ଢାକା ସେସନଓ କୋର୍ଟ ୧୫ ଜଣ ଅଭିଯୂକ୍ତ ରୁ ୧୦ ଜଣଙ୍କୁ ମୃତୁ୍ୟଦଣ୍ଡ ଦେଲେ । ପରେ ହାଇକୋର୍ଟ ରେ ୧୨ ଜଣ ମୃତୁ୍ୟ ଦଣ୍ଡ ପାଇଲେ । କେଶ ସୁପ୍ରିମ କୋର୍ଟ ରେ ବିଚାରଣା ପାଇଁ ଅନେକ ଦିନ ପଡି ରହିଲା । ୬ ବର୍ଷ ପରେ ୧୯.୧୧. ୨୦୦୯ରେ ବଙ୍ଗଳାଦେଶ ସୁପ୍ରିମ କୋର୍ଟ କୋର୍ଟ ହାଇକୋର୍ଟଙ୍କ ରାୟକୁ ବଜାୟ ରଖିଲେ ଓ ୨୮,୧ .୨୦୧୦ ରେ ଅଭିଯୁକ୍ତ ମାନଙ୍କୁ ଢାକା ଜେଲ ପରିସରରେ ଫାଶି ଦିଆଗଲା । ଅବଦୁସ ମାସୁଦ ନାମକ ଜଣେ ଅଭିଯୁକ୍ତ ୨୩ ବର୍ଷ ଲୁଚିଲା ପରେ ଧରାପଡି ୧୧ ।୪ ।୨୦୨୦ ଦିନ ମୁଜିବଙ୍କ ଜନ୍ମ ଶତବାର୍ଷକୀ ବର୍ଷ ଫାଶି ପାଇଲା ।
ମୁଜିବଙ୍କର ହତ୍ୟା ଚକ୍ରାନ୍ତର ଟେର ଆଦୌ ଭାରତ ନପାଇବା ଆମ ଦେଶର ଏକ ବଡ ଗୋଇନ୍ଦା ବିଫଳତା । ସେ ଖାଲି ବଙ୍ଗ ବନ୍ଧୂ ନଥିଲେ,ଭାରତର ପ୍ରକୃତ ବନ୍ଧୂ ଥିଲେ । ତାଙ୍କ ମୃତୁ୍ୟପରେ ବଙ୍ଗଳାଦେଶରେ ଭାରତ ବିରୋଧି ଶକ୍ତି ମାନ ମୁଣ୍ଡ ଟେକିଲା । ଖବର ପାଇ ଆମଦେଶ ଚାରବାଟିଆ ବିମାନ ଘାଟିରୁ ସାମରିକ ବିମାନ ମାନ ସାହାଯ୍ୟ ପାଇଁ ପହଂଚିଲା ବେଳ କୁ ସବୁ ସରିଯାଇଥିଲା ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍, ଉମରକୋଟ, ନବରଙ୍ଗପୁର,ମୋ:୯୪୩୭୨୩୫୩୮୬

Leave a Reply

Your email address will not be published.