ପରିବେଶ ପ୍ରଦୂଷଣ ଯୋଗୁ ବଢୁଛି ଶିଶୁ ମୃତୁ୍ୟ ହାର

ଶରତ କୁମାର ରାଉତ
ପ୍ରଦୂଷଣ ଯୋଗୁ ଭାରତରେ ହେଉଥିବା ଶିଶୁଙ୍କ ମୃତୁ୍ୟର ଯେଉଁ ରିପୋର୍ଟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଇଛି, ତାହା ଆମ ବିକାଶର ସବୁ ଶ୍ରେୟକୁ ପାଣିରେ ଧୋଇ ଦେଇଛି । ସେହି ରିପୋର୍ଟ ଆମକୁ ନାଇଜେରିଆ, ପାକିସ୍ତାନ ଓ କାଂଗୋ ଭଳି ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଗ୍ରସ୍ତ ଦେଶ ମାନଙ୍କର ତାଲିକାରେ ଛିଡ଼ା କରି ଦେଇଛି । ଯଦି ଏବେ ଠାରୁ ଆମେ ସତର୍କ ନହେବା, ତେବେ ବିକାଶର ସବୁଠୁ ଦ୍ରୂତରେ ଥିବା ଆମର ଦାବି ଓ ବିଶ୍ୱ ଗୁରୁ ହେବାର ସ୍ୱପ୍ନ ସବୁ ଧରାଶାୟୀ ହୋଇଯିବ ।
ଦେଶର ବିଭିନ୍ନ ରାଜ୍ୟ ଓ କେତେକ ସହରରେ ପ୍ରଦୂଷଣ ମାତ୍ରା ଢେର ବଢି ଗଲାଣି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସର୍ଭେ ରିପୋର୍ଟ ଅନୁଯାୟୀ ଭାରତରେ୨୦୧୬ ମସିହାରେ ୧,୧୦,୦୦୦ ଶିଶୁ ବିଷାକ୍ତ ବାୟୁ ଯୋଗୁ ଅସମୟ ମୃତୁ୍ୟର ଶିକାର ହୋଇଥିଲେ । ଏଥିରେ ପାଂଚ ବର୍ଷରୁ କମ୍ ବୟସର ଶିଶୁଙ୍କ ସଂଖ୍ୟା ୬୦,୯୮୭ ଥିବାବେଳେ ବାକି ୫ ବର୍ଷରୁ ୧୪ ବର୍ଷ ବୟସର ଶିଶୁ ଥିଲେ । ଭାରତର ଠିକ୍ ପରେ ନାଇଜେରିଆର ସ୍ଥାନ ରହିଛି, ଯେଉଁଠି ଅସଂଖ୍ୟ ଧୂଳିକଣା(ସାଂଘାତିକ ପରିବେଶ ପ୍ରଦୂଷଣ)ରେ ଭୟଙ୍କର ଭାବେ ପ୍ରଭାବିତ ହୋଇ ୪୭,୬୭୪ ଶିଶୁ ଅସମୟରେ ମୃତୁ୍ୟ ବରଣ କରିଥିବାବେଳେ ପାକିସ୍ତାନରେ ୨୧,୧୩୬ ଶିଶୁ ଓ କାଙ୍ଗୋ ରେ ୧୨,୮୯୦ ଶିଶୁ ଅସମୟ ମୃତୁ୍ୟ ମୁଖରେ ପଡ଼ିଥିଲେ ।
ଏହି ହିସାବକୁ ଦେଖାଗଲେ, ବାୟୁ ପ୍ରଦୂଷଣ ଯୋଗୁ ହେଉଥିବା ଅସମୟ ମୃତୁ୍ୟରେ ଭାରତର ଭୂମିକା ବିଶ୍ୱରେ ୨୫ ଶତକଡ଼ା । ୨୦୧୬ ରେ ପ୍ରଦୂଷଣ ହାୱା ଓ ନିଶ୍ୱାସ ସମସ୍ୟା ଯୋଗୁ ମୋଟ ୬,୦୦,୦୦୦ ଶିଶୁଙ୍କର ମୃତୁ୍ୟ ହୋଇଥିଲା । ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବ୍ୟତୀତ ବିଶ୍ୱର ପରିବେଶ ଉପରେ କାର୍ଯ୍ୟ କରୁଥିବା ସଂଗଠନ “ଗ୍ରୀନ୍ପୀସ” ପକ୍ଷରୁ କୁହା ଯାଇଛି ଯେ, ଦିଲ୍ଲି, ଓଡ଼ିଶା, ଉତର ପ୍ରଦେଶ ଓ ମଧ୍ୟ ପ୍ରଦେଶରେ ମାରାତ୍ମକ ନାଇଟ୍ରିକ୍ ଅକ୍ସାଇଡ଼୍ (ସାଂଘାତିକ ବାୟୁ ପ୍ରଦୂଷଣ)ର ସୃଷ୍ଟି ବିପଦ ପୂର୍ଣ୍ଣ ସ୍ତରରେ ପହଂଚି ଗଲାଣି ।
ତେବେ ଦିଲ୍ଲୀର ଆଖପାଖ ଅଂଚଳରେ ସବୁଠୁ ଅଧିକ ପ୍ରଦୂଷଣ ସ୍ଥଳ ରହିଥିବା କୁହା ଯାଉଛି । ଯଦିଓ କାନପୁର, ଆଗ୍ରା, ଲକ୍ଷ୍ନୌ ଭଳି ମଧ୍ୟ-ଉତର ପ୍ରଦେଶର ସହର ଗୁଡ଼ିକୁ ବାଦ୍ ଦିଆଯାଏ, ତଥାପି ଅତି କମ୍ରେ ୧୭ ଟି ଅତ୍ୟଧିକ ପ୍ରଦୂଷିତ ସହର ଦିଲ୍ଲୀ ସହିତ ସଂଯୁକ୍ତ ହୋଇ ରହିଛି । ଏହି ସାଂଘାତିକ ଅବସ୍ଥାକୁ ନିୟନ୍ତ୍ରଣ ପାଇଁ କିଛି ସମୟ ପର୍ଯ୍ୟନ୍ତ ନିର୍ମାଣ କାମ ବନ୍ଦ ରଖିବା, ଫସଲ ଅମଳ ପରେ କୁଟା ଜାଳିବା ଉପରେ ପ୍ରତିବନ୍ଧକ ଓ ପୁରୁୂଣା ଗାଡ଼ି ଗୁଡ଼ିକର ଚଳାଚଳ ବନ୍ଦ କରିବାରେ ସମ୍ଭବ ନୁହେଁ ବୋଲି କୁହାଯାଉଛି ।
କାରଣ ଏହି ସମସ୍ୟା ଏତେ ବଡ଼ ଯେ, ଏଥିପାଇଁ ବିକାଶର ସଂପୂର୍ଣ୍ଣ ମଡ଼େଲ୍ ର ପରିବର୍ତନର ଜରୁରୀ ହୋଇ ପଡ଼ିଛି । ତେବେ କିଛି ଭାବନାତ୍ମକ ବିଷୟରେ ଛନ୍ଦି ହେଉଥିବା ଆମ ସମାଜର କିଛି ଲୋକେ ଉକ୍ତ ସମସ୍ୟା ବୁଝିବାକୁ ପ୍ରସ୍ତୁତ ହେଉ ନାହାନ୍ତି । ଭାରତ ଭଳି ଆମ ବିଶାଳ ସମାଜରେ ମଧ୍ୟ ଏହି ବିଷୟକୁ ନେଇ ସଶକ୍ତ ଆନେ୍ଦାଳନ ହେଉନାହିଁ । ଏଭଳି ଅବସ୍ଥାରେ ଆମେ ବିକାଶ ନାଁରେ ଏକ ରୋଗ ଗ୍ରସ୍ତ ସମାଜର ହିଁ ସୃଷ୍ଟି କରୁଛୁ । ଏଣୁ ପରିବେଶ ସମସ୍ୟାକୁ ଆମେ ରାଜନୀତିକ ଓ ଆଇନର ସଶକ୍ତ ମାପଦଣ୍ଡ ଭିତରକୁ ଆଣିବା ଜରୁରୀ ହୋଇ ପଡ଼ିଛି ।
ସେହିପରି କ୍ରମେ ଓଡ଼ିଶାରେ ପରିବେଶ ପ୍ରଦୂଷିତ ହେବା ସହ ଉତାପ ଦ୍ରୂତ ଗତିରେ ବୃଦ୍ଧି ପାଉଛି । ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଦେଖା ଦେଉଛି ଓ ଜଳବାୟୁ ପରିବର୍ତନରେ ଅନିୟମିତତା ପରିଲଖିତ ହେଉଛି । ଖୁବ୍ ଶୀଘ୍ର ଆମେ ଭୟାବହତାର ସିଧା ସାମ୍ନା କରିବା, ଏଥିରେ ସନେ୍ଦହ ନାହିଁ । ସାଂପ୍ରତିକ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ, ମହାବାତ୍ୟା, ଅସମୟରେ ଖରା, ଅନିୟମିତ ବର୍ଷା, ଶୀତ ଆଦି ଏହାର ପରିଣତି ହୋଇଛି । ଆଉ କ୍ରମଶଃ ବୃଦ୍ଧି ପରିବେଶ ପ୍ରଦୂଷଣର ଏହା ମୂଳ କାରଣ ହୋଇଛି । ଏହାର ସିଧା ପ୍ରଭାବ ପଡ଼ୁଛି ମଣିଷ ସମାଜ ବିଶେଷ କରି ଶିଶୁ ସ୍ୱାସ୍ଥ୍ୟ ଉପରେ । ପରିବେଶ ପ୍ରଦୂଷଣ ସିଧା କୋମଳ ମତି ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଏଣୁ ଆଉ ସମୟ ନଷ୍ଟ ନକରି ଏହି ସମସ୍ୟାର ସମାଧାନ ପାଇଁ ସମସ୍ତେ ଚିନ୍ତା କରିବା ଉଚିତ ।
ଅନ୍ୟାନ୍ୟ କାରଣ ଥିଲେ ମଧ୍ୟ ମୁଖ୍ୟତଃ ପରିବେଶ ପ୍ରଦୂଷଣ ଯୋଗୁ ଓଡ଼ିଶାରେ ଶିଶୁ ମୃତୁ୍ୟ ହାର ଅଧିକ ରହିଛି । ୨୦୧୬-୧୭ ବର୍ଷରେ ରାଜ୍ୟରେ ୬ମାସ ବୟସ ମଧ୍ୟରେ ପ୍ରାୟ ୧୨ ହଜାର ଶିଶୁଙ୍କ ମୃତୁ୍ୟ ଘଟିଥିଲା । ଜନ୍ମର ମାସକ ମଧ୍ୟରେ ୬୧ ଶତକଡ଼ା ଶିଶୁଙ୍କର ପ୍ରାଣହାନି ଘଟୁଥିବା ବେଳେ ଜନ୍ମର ୨୪ ଘଂଟା ମଧ୍ୟରେ ୯ଶତକଡ଼ା ଶିଶୁଙ୍କର ମୃତୁ୍ୟ ଘଟୁଛି । ଏସବୁର କାରଣ ମ୍ୟାଲେରିଆ, ଆନେମିଆ ଏବଂ ଓଜନ କମ୍ ବୋଲି କୁହାଯାଉଛି ।
କେବିକେ ଆଦିବାସୀ ଅଂଚଳରେ ଶିଶୁ ମୃତୁ୍ୟ ଘଟଣା ନୂଆ ନୁହେଁ । ଦୁର୍ଗମ ଆଦିବାସୀ ଗ୍ରାମ ଗୁଡ଼ିକରେ ନିୟମିତ ଏଭଳି ଘଟଣା ଘଟି ଆସୁଛି । ତଥାପି ଏହାର ମୂଳ କାରଣକୁ ସରକାର ଖୋଜୁ ନାହାନ୍ତି । ସରକାର ଅନେକ ଉନ୍ନୟନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ହେଲେ ଯୋଜନାର ଗତିପଥକୁ ଦେଖନ୍ତି ନାହିଁ । ପରିବେଶ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ସହ ଶିଶୁ ସ୍ୱାସ୍ଥ୍ୟ ପ୍ରତି ଗୁରୁତ୍ୱ ଦିଆଯିବା ଉଚିତ । କେବିକେର ଲକ୍ଷଲକ୍ଷ ଆଦିବାସୀ ଶିଶୁଙ୍କର ଭବିଷ୍ୟତ ନେଇ ଅନେକ ପ୍ରଶ୍ନବାଚୀ । ଆଦିବାସୀ ଅଂଚଳରେ ସୁସ୍ଥ ପରିବେଶ ସୃଷ୍ଟି ପାଇଁ ଆଦø ଦୃଷ୍ଟି ଦିଆ ଯାଉନାହିଁ । ଏହା ସହିତ ଆଦିବାସୀ ଗାଁକୁ ସ୍ୱାସ୍ଥ୍ୟସେବା ନପହଂଚିବା ଦୁଃଖ ଦାୟକ । ଏବେ ବି ଆଦିବାସୀ ମଣିଷ ଆମ୍ବ ଟାକୁଆ, ଗଛର ଚେରମୂଳ ପତ୍ର ଖାଉଛି, ·ଉଳ ସେମାନଙ୍କ ପାଇଁ ସାତ ସପନ । ଆଦିବାସୀ ମଣିଷ ଆଜି ବି ଘୁଷୁରୀ ମେଳରେ ଶୋଉଛି, ବଣ ଜଙ୍ଗଲରେ ବୁଲି କାଠ କାଟୁଛି, ମେଲେରିଆ, ଡ଼ାଇରିଆ ଓ ପୃଷ୍ଟିହୀନତାରେ ମରୁଛି । ଶହଶହ ଏନ୍ଜିଓ ସେଠାରେ ପରିବେଶ ସୁରକ୍ଷା ପାଇଁ କିଭଳି କାମ କରୁଛନ୍ତି, ଭଗବାନଙ୍କୁ ଜଣା । ଶିଶୁ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଯୋଜନା ପରେ ଯୋଜନା କାର୍ଯ୍ୟକାରୀ ହେଉଛି । କିନ୍ତୁ ସେଥିରୁ କୌଣସି ସୁଫଳ ପାଉନି ଆଦିବାସୀ ଶିଶୁ । ୧୯୭୨ ମସିହା ଅକ୍ଟୋବର ୨ ତାରିଖରୁ ରାଜ୍ୟରେ କାର୍ଯ୍ୟକାରୀ ହୋଇ ଆସୁଛି ସମନ୍ନ୍ିତ ଶିଶୁ ବିକାଶ ପ୍ରକଳ୍ପ(ଆଇସିଡ଼ିଏସ୍) । ହେଲେ ଏଥିରୁ ସୁଫଳ ମିଳୁଛି କି? ସେବିଷୟରେ ଖୋଳତାଡ଼ କରିବାକୁ ସରକାରଙ୍କ ପାଖରେ ସମୟ ନାହିଁ! ସତରେ କ’ଣ ଅଙ୍ଗନୱାଡ଼ୀ କେନ୍ଦ୍ରରେ ଶିଶୁ ମାନଙ୍କୁ ନିୟମିତ ସୁଷମ ଖାଦ୍ୟ ବଂଟନ ହେଉଛି? ଯଦିଓ ହଁ, ତେବେ କାହିଁକି ଅପପୃଷ୍ଟି କଥା ଉଠୁଛି ଓ ମୃତୁ୍ୟହାର ବଢୁଛି?….
ରାଜ୍ୟରେ ଶିଶୁ ମୃତୁ୍ୟହାର ହ୍ରାସ ସବୁ ଯୋଜନାର ମୁଳ ଲକ୍ଷ୍ୟ! ହେଲେ ଯୋଜନା ଗୁଡ଼ିକ କିପରି, କେଉଁଠି କାର୍ଯ୍ୟକାରୀ ହେଉଛି, କେହି କିଛି ଜାଣି ପାରୁ ନାହାନ୍ତି । ଶିଶୁ ମୃତୁ୍ୟ ହାର ହ୍ରାସ ପାଇଁ ଯୋଜନାର ଅଭାବ ନାହିଁ କି ଅର୍ଥର । କେବଳ ରାଜ୍ୟ ସରକାରଙ୍କ ଇଚ୍ଛାଶକ୍ତିର ଅଭାବ ରହିଛି! କ’ଣ ପାଇଁ ମଜଭୁତ ହୋଇ ପାରୁନି ଶିଶୁ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା? କ’ଣ ପାଇଁ ପରିବେଶ ପ୍ରଦୂଷଣକୁ ରୋକା ଯାଉନାହିଁ? ତେବେ ରାଜ୍ୟରେ ଶିଶୁ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ଭିତିଭୂମିର ଘୋର ଅଭାବ ଓ ପରିଚାଳନାଗତ ତୃଟି ରହିଥିବା ଜଳ ଜଳ ଦେଖା ଯାଉଛି । ଏହାର ନିରାକରଣ ପାଇଁ ରାଜ୍ୟ ସରକାର ଆନ୍ତରିକତାର ସହ କର୍ତବ୍ୟ କରିବା ଉଚିତ ।

ଓଡ଼ିଶା ନୁ୍ୟଜ୍ ସର୍ଭିସ୍,
ଭୁବନେଶ୍ୱର, ମୋ-୯୩୩୭୩୬୯୪୪୮

Leave a Reply

Your email address will not be published. Required fields are marked *