“ଟିକିଟିକି ତାରା” ପକ୍ଷରୁ ଭାରତ ରନô ଡ.ଅବଦୁଲ୍ କଲାମଙ୍କ ଜୟନ୍ତୀ ପାଳନ

ପାରାଦ୍ୱୀପ, (ଆଇଏନ୍ଏସ୍): ପୂର୍ବତନ ରାଷ୍ଟ୍ରପତି, ଭାରତୀୟ କ୍ଷେପଣାସ୍ତ୍ର ଜନକ, ଭାରତୀୟରନô ଡକ୍ଟର ଏ.ପି.ଜେ ଅବଦୁଲ କଲାମଙ୍କ ୯୦ତମ ଜୟନ୍ତୀ ସମାରୋହ ତ୍ରୟ ମାସିକ ଶିଶୁ ସାହିତ୍ୟ ପତ୍ରିକା “ଟିକିଟିକି ତାରା” ପକ୍ଷରୁ କୁଜଙ୍ଗସ୍ଥିତ ଜଗନ୍ନାଥ ମନ୍ଦିର ପରିସର ମ୍ମରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅ୍ମକ୍ଷତା କରି ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କୃତ କବି ପିତାମ୍ବର ତରାଇ ଡ.କଲାମ ଗଭୀର ଆତ୍ମବିଶ୍ୱାସ, ପ୍ରବଳ ଅଧ୍ୟବସାୟ ଓ ଅକ୍ଳାନ୍ତ ପରିଶ୍ରମ ବଳରେ ସାଧାରଣ ଜୀବନରୁ ଜଣେ ଅସାଧାରଣ ବ୍ୟକ୍ତି ଭାବରେ ସଫଳତାର ଯେଉଁ ଶୀର୍ଷରେ ପହଁଚିଛନ୍ତି, ତାଙ୍କର ସମକ୍ଷକ ହେବାପରି ଆଜିବି କେହି ଦୃଷ୍ଟିଗୋଚର ହୁଅନ୍ତି ନାହିଁ । ଦେଶର ସୁରକ୍ଷା ପାଇଁ ଯେଉଁ ଗୁରୁତ୍ୱପୂର୍ଣ୍ଣ ଭୂମୀକା କଲାମ୍ କରି ଯାଇଛନ୍ତି , ତାହା କୋଟିକୋଟି ଭାରତୀୟଙ୍କ ହୃଦୟରେ ପ୍ରିୟ ମଣିଷ ଭାବେ ଯୁଗଯୁଗ ଧରି ପୂଜା ପାଉଥିବେ ବୋଲି କହିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମ୍ବାଦ ସାହିତ୍ୟ ଘରର ବରିଷ୍ଠ ସଦସ୍ୟ ବିଜୟ କୁମାର ଖଟେଇ କଟକ ବଡ ଡାକ୍ତରଖାନାରେ ଚିକିସôାଧିନ ଥିବାରୁ ତାଙ୍କର ଆଶୁ ଆରୋଗ୍ୟ କାମନାକରି ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା । “ଟିକିଟିକି ତାରା”ର ପ୍ରତିଷ୍ଠାତା ତଥା ସ୍ତମ୍ବକାର ଅକ୍ଷୟ କୁମାର ରାଉତ ପତ୍ରିକା ସଂପର୍କରେ ସମ୍ୟକ ଧାରଣା ଦେବା ସହ ପ୍ରତିବର୍ଷ କୁଜଙ୍ଗର ଶ୍ରେଷ୍ଠ ଶିଶୁ ସାହିତ୍ୟକଙ୍କୁ ଅର୍ଥରାଶି ସହିତ ଡ.ଅବଦୁଲ କଲାମଙ୍କ ନାମରେ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବାବୁରାମ ଚଉଧୂରୀ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଅନଙ୍ଗ କୁମାର ମହାପାତ୍ର ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁବାସ ସାମନ୍ତରାୟ,ନବୀନ ଚନ୍ଦ୍ର ପ୍ରଧାନ, ସାମ୍ବାଦିକ ବିଭୁତି ଭୂଷଣ ଦାସ, ନୂତନ ତ୍ରିପାଠୀ, କୃଷ୍ଣଚନ୍ଦ୍ର ମହାନ୍ତି ପ୍ରମୁଖ ବର୍ଣ୍ଣ, ଧର୍ମ, ଲିଙ୍ଗ, ଜାତି ତଥା ରାଜନୈତିକ ଉଦ୍ଧ୍ୱର୍ରେ ରହି ଡ.କଲାମ ଏକାଦଶତମ ରାଷ୍ଟ୍ରପତି ଭାବେ ସାଧାରଣ ଜନତାଙ୍କର ନିକଟରେ ହୋଇ ପାରିଥିଲେ । ଜୀବନ ଓ ସମୟକୁ ସଠିକ୍ ଭାବରେ ଉପଯୋଗ କରି ପାରିଲେ ସଫଳତାର ଶୀର୍ଷରେ ପହଁଚି ହେବ, ଏହା ଥିଲା ଡ.କଲାମଙ୍କ ଯୁବ ସମାଜ ପାଇଁ ଅନ୍ତିମ ବାର୍ତା ବୋଲି ବକ୍ତାମାନେ କହିଥିଲେ । କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଡ.କଲାମଙ୍କ ଉଦେ୍ଦଶ୍ୟରେ ଶ୍ରୀମତି ଗୀତା ଦାସ ଓ ମୀନର୍ଭା ସ୍ୱାଇଁଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠ ଉତ୍ସବରେ ବ୍ୟଙ୍କକବି ନୀରଂଜନ ରାଉତ, ଗୋଲାପରାଣୀ ସାହୁ, ନିହାରିକା ବାରିକ, ନଗେନ୍ଦ୍ର ନାଥ ସ୍ୱାଇଁ, ମୀରାଙ୍ଗିନୀ ଦେଇ, ଅଭିରାମ ଦାସ, ସଂଜୀବ ରାଉତ, କୃଷ୍ଣ ଚନ୍ଦ୍ର ଦାସ, ପୂର୍ଣ୍ଣଚନ୍ଦ୍ର ଦାସ, ରଂଜିତା ସାହୁ, ପ୍ରଭାତୀ ମାଝୀ, ଶଙ୍କର ଚନ୍ଦ୍ର ଦାସ ପ୍ରମୁଖ ସୂରଚିତ କବିତା ପାଠ ପରିଥିଲେ । ଶେଷରେ “ଟିକିଟିକି ତାରା” ସଂପାଦିକା ମୀନର୍ଭା ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *