ଶୁଭଶ୍ରୀ ସାରଦାର ଗାନ୍ଧୀ ବିଶେଷାଙ୍କ ଉନ୍ମୋଚନ ଉତ୍ସବ
ପାରାଦ୍ୱୀପ,(ଆଇଏନ୍ଏସ୍): କୁଜଙ୍ଗ ସାହିତ୍ୟ, ସଂସ୍କୃତି ଓ ସାମାଜିକ ସୁରକ୍ଷାର ତ୍ରୈମାସିକ ସାହିତ୍ୟ ପତ୍ରିକା ଶୁଭଶ୍ରୀ ସାରଦାର ପୂଜା ସଂଖ୍ୟା ଓ ଗାନ୍ଧୀ ବିଶେଷାଙ୍କ କୁଜଙ୍ଗ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଉନ୍ମୋଚନ ହୋଇଯାଇଛି । ପତ୍ରିକା ଉନ୍ମୋଚନକରି ଓଡିଶା ସାହିତ୍ୟ ଏକାଡେମିର ପୁରସ୍କୃତ କବି ପିତାମ୍ବର ତରାଇ, ଘୃଣା ଉଦ୍ରେକ, ସମ୍ପାଦାୟିକ ବିବାଦ ଓ ଧାର୍ମିକ ବିତର୍କ ସହିତ ସାମାଜିକ ବ୍ୟବଧାନ ପ୍ରତି ପତ୍ରିକାର ସମ୍ପାଦକ ମାନେ ସତର୍କରହି ମାନବଜାତିର ହିତ ଉଦେ୍ଦଶ୍ୟରେ କାର୍ଯ୍ୟକାରିବାପାଇଁ ସେ ଆହ୍ୱାନ ଦେଇଥିଲେ । ଉତ୍ସବରେ ସାମାଜସେବି ବାବାରାମ ଚୌଧୁରୀ ପୌରହିତ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ ଶିକ୍ଷାବିତ ନିଶାକର ମୁଦୁଲି ସାହିତ୍ୟ ପତ୍ରିକା ସମାଜର ମୁଖପତ୍ର ବୋଲି କହିଥିଲେ । ମୁଖ୍ୟ ବକ୍ତାଭାବେ ଅନଙ୍ଗ କୁମର ମହାପାତ୍ର, ସମ୍ମାନିତ ଅତିଥି ଉତକଳ ସାହିତ୍ୟ ସମାଜର କାର୍ଯ୍ୟକାରି କମିଟି ସଦସ୍ୟ ଜୀବନାନନ୍ଦ ଅଧିକାରୀ, ସମାଜସେବୀ ବିରେନ୍ଦ୍ର ବିଶ୍ୱାଳ ପ୍ରମୁଖ ଅତି ଥିଭାବେ ଯୋଗଦେଇ ଗାନ୍ଧିବାଦ ଉପରେ ଆଲୋଚନା କରିଥିଲେ । କବି ନିତମ୍ବିନୀ ସାମନ୍ତରାୟଙ୍କ ସଂଯୋଜନାରେ ମଞ୍ଜୁଶ୍ରୀ ପ୍ରଧାନ, ଅଧିକାରୀ ବଂଶିଧର ଦାସ, ନବୀନ ଚନ୍ଦ୍ର ପ୍ରଧାନ, ଅଭିରାମ ଦାସ, ନିରଞ୍ଜନ ରାଉତ, ମିନର୍ଭା ସ୍ୱାଇଁ, ରଞ୍ଜିତା ସାହୁ, ସୁବାଶ ସାମାନ୍ତରାୟ, କୃଷ୍ଣ ଚନ୍ଦ୍ର ଦାସ, ଅଧ୍ୟାପକ ପ୍ରତାପ ମହାପାତ୍ର, ରବୀନ୍ଦ୍ର କୁମାର ମଲ୍ଲ, ଅଜିତ କୁମାର ମହାପାତ୍ର, ରବୀନ୍ଦ୍ର କୁମାର ଦାସ, ଗୋପବନ୍ଧୁ ଓଝା ପ୍ରମୁଖ ୪୦ରୁ ଉଦ୍ଧ୍ୱର୍କବି ଗାନ୍ଧୀବାଦ ଉପରେ ସ୍ୱରଚିତ କବିତା ଆବୃତି କରିଥିଲେ । କୋଭିଡ କଟକଣାକୁ ନେଇ ସାମାବେଶ ଅତ୍ୟନ୍ତ ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଶୁଭଶ୍ରୀ ସାରଦାର ସମ୍ପାଦକ ଗୀତା ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ଜୀବନାନନ୍ଦ ଅଧିକାରୀ ଭଜନ ପରିବେଷଣ କରିଥିଲେ । ଶଙ୍କର ଚରଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରତାପରୁଦ୍ର ବେହେରା ଓ ଗୋପାଳଚନ୍ଦ୍ର ଦାସ ଉସôବ ପରିଚାଳନା କରିଥିଲେ ।