ଓଡ଼ିଶାର କମନୀୟ ପର୍ଯ୍ୟଟନ କ୍ଷେତ୍ର

ଶରତ କୁମାର ରାଉତ
ଦୁର୍ଲଭ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଲାଭ କରିଥିବା ବିଶ୍ୱର କୌଣସି ସମୁଦ୍ର ତଟ୍ଟ, ଆଇଲାଣ୍ଡ ବା ଐତିହାସିକ ସ୍ଥାନ ଠାରୁ ଯେ ଓଡ଼ିଶାର ସମୁଦ୍ର ତଟ୍ଟ, ଆଇଲାଣ୍ଡ ବା ଐତିହାସିକ ସ୍ଥାନ ଅଧିକ ମନୋରମ, ଉନ୍ନତମାନର ଓ ଅପରୂପ ସୌନ୍ଦର୍ଯ୍ୟରେ ଭରା, ତାହା ହୁଏତ ସମସ୍ତେ ଜାଣନ୍ତି ନାହିଁ । ଏଠାରେ କେନ୍ଦ୍ରାପଡ଼ା ଜିଲ୍ଲାର ସମୁଦ୍ର ତଟ୍ଟ ଓ ବଙ୍ଗୋପସାଗର ମଧ୍ୟରେ ଥିବା ବିଭିନ୍ନ ଦ୍ୱୀପର ଉଦାହରଣ ନିଆ ଯାଇପାରେ । ଏକ କମନୀୟ କ୍ଷୁଦ୍ର ବେଳାଭୂମି ସଦୃଶ ଅବିକଳ ଧନୁ ଆକାରର ୭.୬ କି.ମି. ଦୈର୍ଘ୍ୟ ବିଶିଷ୍ଟ ଏକ ମନଲୋଭା ବେଳାଭୂମି ଲମ୍ବିଛି ସାତଭାୟା ଓ ବରୁଣେଇ ମୁହାଣ ମଧ୍ୟରେ । ଯାହା ସଂଲଗ୍ନ ରହିଛି ବିଶ୍ୱ ବିଖ୍ୟାତ ଭିତରକନିକା ପ୍ରାଣୀ ଅଭୟାରଣ୍ୟ, ସାମୁଦି୍ରକ ଅଭୟାରଣ୍ୟ ଗହୀରମଥା ତଥା କଇଁଛ ପ୍ରଜନନ କେନ୍ଦ୍ର । ତଟ୍ଟବର୍ତୀ ଅଳ୍ପ କେତୋଟି ଗ୍ରାମକୁ ଛାଡ଼ିଦେଲେ, ସାରା ଅଂଚଳ ଘଂଚ ଅରଣ୍ୟାନିରେ ପୂର୍ଣ୍ଣ । ଏହି ସୁଦୀର୍ଘ କମନୀୟ ବେଳାଭୂମି ଠାରୁ ବଙ୍ଗୋପସାଗର ଭିତରକୁ ହାରାହାରି ୧୮ କି.ମି. ଦୂରରେ ରହିଛି ଏକ ପ୍ରାକୃତିକ ଅନାମଧେୟ ଆଇଲାଣ୍ଡ୍ । ଯାହା ସୁନ୍ଦର ବୃକ୍ଷରାଜି ଓ କମନୀୟ ସୌନ୍ଦର୍ଯ୍ୟରେ ଭରା ୨୪ ଏକର ପରିମିତ ଅଂଚଳ । ଏହାର ମାତ୍ର ୫ କି.ମି. ଦୂର ଦକ୍ଷିଣକୁ ବ୍ରିଟିସ୍ ବାଣିଜ୍ୟର କୋଠା ହୁକିଟେଲା ଓ ଏଠାରୁ ମାତ୍ର ୪.୫ କି.ମି. ଦୂର ଦକ୍ଷିଣକୁ ବତୀଘର ଏବଂ ଏହାର ପଶ୍ଚିମକୁ ସ୍ଥଳ ସୀମାକୁ ଲାଗି ରହିଛି ଜମ୍ବୁ ଜେଟ୍ଟୀ ଓ ଖରିନାସୀ ଜେଟ୍ଟୀ । ଜମ୍ବୁ ଜେଟ୍ଟୀ ନିକଟରୁ ୬.୫ କି.ମି. ସମୁଦ୍ର ଭିତରକୁ ଅନ୍ୟ ଏକ ଆଇଲାଣ୍ଡ ରହିଛି, ଯାହାର ନାମ ମାଦେଲି ଚଢା । ପ୍ରାୟ ୧୦୦ଏକର ପରିମିତ ଅଂଚଳର ଏହି ଆଇଲାଣ୍ଡ, ହୁକିଟେଲା ଓ ବତୀଘର ଭୌଗୋଳିକ ଦୃଷ୍ଟିରୁ ଏକ ସମବାହୁ ତି୍ରଭୁଜ ଭିତରେ ରହିଛନ୍ତି । ଅର୍ଥାତ୍ ଏହି ଆଇଲାଣ୍ଡ ପାଖରୁ ୪.୫ କି.ମି. ଉତର-ପୂର୍ବକୁ ହୁକିଟେଲା ଓ ୪.୫ କି.ମି. ଦକ୍ଷିଣ-ପୂର୍ବକୁ ବତୀଘର ଓ ବଙ୍ଗୋପସାଗରର ରିମ୍ଝିମ୍ ନୀଳ ଜଳରାଶି ପ୍ରତ୍ୟେକ ନିଜ ନିଜର ଅପରୂପ ସୌନ୍ଦର୍ଯ୍ୟ ପରିପ୍ରକାଶ କରୁଥିବା ବେଳେ ଏସବୁର ଫେଂଟାଫେଂଟିରେ ଯେଉଁ ଦୁର୍ଲଭ ପ୍ରାକୃତିକ ଦୃଶ୍ୟରାଜିର ସମାହାର ଘଟୁଛି ଏଠାରେ, ତାହାର ଏଯାଏ ଉପଯୁକ୍ତ ଉପଯୋଗ ହୋଇ ପାରିନାହିଁ । ତେବେ ବହୁ ବିଳମ୍ବରେ ହେଲେ ମଧ୍ୟ ଭିତରକନିକା ଓ ଏହାର ଆଖପାଖ ଅଂଚଳର ବିକାଶ ତଥା କ୍ରୁଇଜ୍ ବ୍ୟବସ୍ଥା ପାଇଁ କେରଳ ଇନ୍ଲାଣ୍ଡ ଅଥରିଟି ସହିତ ରାଜିନାମା ସ୍ୱାକ୍ଷରିତ ହୋଇଛି । ସେହିପରି ୨୦୧୪ ମସିହାରେ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଥିବା ବତିଘର ଓ ଜମ୍ବୁ ଦ୍ୱୀପରେ ଥିବା ହୁକିଟେଲାର ଶୀଘ୍ର ବିକାଶ ହେବାର ଆବଶ୍ୟକତା ରହିଛି । ହୁକିଟେଲାରେ ଥିବା ବ୍ରିଟିସ୍ ଅମଳର କୋଠାକୁ ବିଶ୍ୱବ୍ୟାଙ୍କର ୧କୋଟି ୩ଲକ୍ଷ ୯୩ ହଜାର ଟଙ୍କା ଅନୁଦାନରେ ପୁନରୁଦ୍ଧାର କରାଯିବାର ବ୍ୟବସ୍ଥା ହୋଇଛି । ହୁକିଟେଲା ଠାରେ ଗୋଟିଏ ଫ୍ଲୋଟିସ୍ ଜେଟି ନିର୍ମାଣ ହେବାର ପ୍ରସ୍ତାବ ରହିଥିବାବେଳେ ହୁକିଟେଲା ଯା’ଆସ ପାଇଁ ନଦୀକୂଳ ଠାରୁ ହୁକିଟେଲା ପର୍ଯ୍ୟନ୍ତ ଏକ ସଂଯୋଗ ରାସ୍ତା ନିର୍ମାଣ ହୋଇଛି । ହୁକିଟେଲା ଠାରେ ମଧ୍ୟ ଏକ ୱାଚ୍ ଟାୱାର ନିର୍ମିତ ହୋଇଛି । ବାସ୍ତବିକ ଓଡ଼ିଶାର ବେଳାଭୂମିକୁ ଉପଯୁକ୍ତ ଉପଯୋଗ କରି ବିଶ୍ୱର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରାଇବା ଉକ୍ରଳର ମୁକୁଟବିହୀନ ସମ୍ରାଟ ବିଜୁବାବୁଙ୍କର ସ୍ୱପ୍ନ ଥିଲା ଓ ସେ ବହୁବାର ଉପକୂଳବାସୀଙ୍କୁ ଏଥିପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ସେ ସ୍ୱୟଂ ଇଣ୍ଡୋନେସିଆ, ଥାଇଲାଣ୍ଡ ଓ ସିଙ୍ଗାପୁର ବେଳାଭୂମିର ଉପଯୁକ୍ତ ଉପଯୋଗ ହୋଇଥିବା ଦେଖି ଓଡ଼ିଶାର ବେଳାଭୂମିକୁ ସେହି ଢଙ୍ଗରେ ଗଢି ତୋଳିବାକୁ ଏକପ୍ରକାର ବଦ୍ଧ ପରିକର ଥିଲେ । ମାତ୍ର ତାଙ୍କ ଜୀବଦ୍ଦଶାରେ ଏହା ସମ୍ଭବ ହୋଇ ପାରିନଥିଲା । ହେଲେ ତାଙ୍କର ଅଧୂରା ସ୍ୱପ୍ନ ପୂରଣ କରିବା ତାଙ୍କ ପୁତ୍ର ନବୀନ ପଟ୍ଟନାୟକଙ୍କ ପାଇଁ କିଛି ବଡ଼ କଥା ନୁହେଁ ।
ମନୋରମ ଦେଶ ଥାଇଲାଣ୍ଡ ଏକ ପ୍ରଦୂଷଣ ମୁକ୍ତ ଦେଶ ଓ ଏହା ମଧ୍ୟ ମନୋରମ ସପିଙ୍ଗ୍ କମ୍ପ୍ଲେକ୍ସ, ସୁନ୍ଦର ସଡ଼କ ଓ କମନୀୟ ଦୃଶ୍ୟରାଜି ଭରା ସମୁଦ୍ର ବେଳାଭୂମି ଏବଂ ସୁସ୍ଥ ପରିବେଶ ପାଇଁ ପ୍ରସିଦ୍ଧ । ଥାଇଲାଣ୍ଡ ଓ ତାହାର ସମୁଦ୍ର ବେଳାଭୂମିର ମନୋରମ ଦୃଶ୍ୟରାଜି ବିଶ୍ୱରେ ପ୍ରମୁଖ ସ୍ଥାନ ଦଖଲ କରିଛି । ସବୁଠୁ ଆକର୍ଷକ ଦୃଶ୍ୟରାଜି ହେଲା, ଏହାର ପଟାୟା ସମୁଦ୍ର ବେଳାଭୂମିର କମନୀୟ ରୂପ । ଏହି ବେଳାଭୂମିର ଦୈର୍ଘ୍ୟ ମାତ୍ର ୧.୨୫ କିଲୋମିଟର ଓ ଚଉଡ଼ା ମାତ୍ର ୧୫୦ ମିଟର । ୧୭ ଏକର ବିଶିଷ୍ଟ ଏହି ଆଇଲାଣ୍ଡର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ସାରା ବିଶ୍ୱରୁ ଛୁଟି ଆସନ୍ତି ହଜାର ହଜାର ପର୍ଯ୍ୟଟକ ପ୍ରତିଦିନ । ଆଉ ପର୍ଯ୍ୟଟକ ମାନଙ୍କ ଆଗମନରେ ପଟାୟା ଅନେକ ସୁନ୍ଦର ଅଟ୍ଟାଳିକାକୁ ନେଇ ଏକ ଲୋଭନୀୟ ନଗରୀରେ ପରିଣତ ହୋଇଛି । ଏହା ବିଶ୍ୱ ପର୍ଯ୍ୟଟନର ବିଖ୍ୟାତ କ୍ଷେତ୍ର ସିଙ୍ଗାପୁରଠାରୁ ମଧ୍ୟ ଲୋଭନୀୟ । ସେହିପରି କେନ୍ଦ୍ରାପଡ଼ାର ମନୋରମ ସାମୁଦ୍ରିକ ପର୍ଯ୍ୟଟନ ଓ ପର୍ଯ୍ୟଟନ ସ୍ଥଳ ଗୁଡ଼ିକୁ ପଟାୟା ଭଳି ବିକଶିତ କରାଯାଇ ପାରିଲେ, ଏହା ବିଶ୍ୱ ପର୍ଯ୍ୟଟନ କ୍ଷେତ୍ର ଗୁଡ଼ିକ ମଧ୍ୟରେ ଅଦ୍ୱିତୀୟ ହୋଇ ପାରିବ । ତେବେ ଏହି ଅଂଚଳକୁ ଏକ ଦୁର୍ଲ୍ଲଭ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରିବାକୁ ହେଲେ, ଅତି ବେଶୀରେ ୫୦୦ ରୁ ୬୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରେ । ଏହାର ଦାୟିତୃ ରାଜ୍ୟ ସରକାର ମଧ୍ୟ କୌଣସି ଘରୋଇ ସଂସ୍ଥାକୁ ଦେଇ ପାରନ୍ତି । ଏହି ଆଶା ବାସ୍ତବରେ ପରିଣତ ହେଲେ, ଏହା ଯେ ପୃଥିବୀର ଦୁର୍ଲଭ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରେ ଅନନ୍ୟ ଭୂମିକା ଗ୍ରହଣ କରିବ, ଏଥିରେ ତିଳେହେଁ ସନେ୍ଦହ ନାହିଁ । ଏହା ଦ୍ୱାରା ଓଡ଼ିଶା ସରକାରଙ୍କର ପ୍ରଚୁର ବୈଦେଶିକ ମୁଦ୍ରା ଆୟ ହେବା ସହ ସ୍ଥାନୀୟ ଅଂଚଳର ଆର୍ଥିକ, ସାମାଜିକ ଓ ପାରିପାଶ୍ୱିର୍କ ଉନ୍ନତି ସମ୍ଭବ ହେବ । ସେହିପରି ଆମର ୪୮୦ କିମି ବ୍ୟାପୀ ମନୋରମ ଉପକୂଳର ପ୍ରାକୃତିକ ଦୃଶ୍ୟରାଜି ଓ ରାଜ୍ୟରେ ଥିବା ଅନେକ ଅପରୂପ ସୌନ୍ଦର୍ଯ୍ୟ ଭରା ପର୍ଯ୍ୟଟନସ୍ଥଳୀ କୁଡ଼ିକର ବିକାଶ ଆବଶ୍ୟକ ହୋଇ ପଡ଼ିଛି ।
ବିଶ୍ୱର ଅନେକ ବିକଶିତ ଦେଶ ନିଜର ପର୍ଯ୍ୟଟନ ଶିଳ୍ପର ବିକାଶ ଯୋଗୁ ଆଗକୁ ବଢିଥିବା ନଜିର ରହିଛି । ମାତ୍ର ଆମ ଦେଶରେ ଏଇ ଧାରଣ, ଧାରଣାରେ ହିଁ ରହିଯାଇଛି । ଏ କ୍ଷେତ୍ରରେ ରାଜ୍ୟ ପର୍ଯ୍ୟଟନ ବିଭାଗର ସକି୍ରୟ ଭୂମିକା ଆବଶ୍ୟକ । ଏହି ଅଂଚଳର ପର୍ଯ୍ୟଟନ କ୍ଷେତ୍ରକୁ “ବିଜୁ ପର୍ଯ୍ୟଟନ କ୍ଷେତ୍ର”ନାମରେ ନାମିତ କରାଯାଇପାରେ । ପଟାୟା ଭଳି ଦେଶ-ବିଦେଶର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ପରିଭ୍ରମଣ କରିଥିବା ବିଶିଷ୍ଟ ବ୍ୟକ୍ତିଙ୍କ ମତରେ, ବିଶ୍ୱର ଅନ୍ୟାନ୍ୟ ଦ୍ୱୀପ ଠାରୁ ଆମ ଓଡ଼ିଶାର ଦ୍ୱୀପଗୁଡ଼ିକ ବହୁ ଗୁଣରେ ଉନ୍ନତ, କମନୀୟ ଓ ଦର୍ଶନୀୟ । ବିଶ୍ୱ ବିଖ୍ୟାତ ପର୍ଯ୍ୟଟନ ସ୍ଥଳୀ ଭଳି କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଠାରୁ ଆରମ୍ଭ କରି ସମୁନ୍ଦ୍ର ଉପକୂଳର ଅପରୂପ ପ୍ରାକୃତିକ ଦୃଶ୍ୟ, ହୁକିଟେଲା, ଜମ୍ବୁ, ବ୍ରିଟିସ୍ ବାଣିଜ୍ୟର କୋଠା ଓ ମନୋରମ ଦ୍ୱୀପଗୁଡ଼ିକୁ ନେଇ ଏକ ବିଶାଳ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳିବା ଉଚିତ । ଏଥିପାଇଁ ରାଜ୍ୟ ଓ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନର ନିଷ୍ଠା ଓ ଆନ୍ତରିକତାର ଆବଶ୍ୟକତା ରହିଛି । ତେବେ ଜିଲ୍ଲାରେ ଅସୁରକ୍ଷା ବଳୟରେ ରହିଥିବା ବିଶ୍ୱବିଖ୍ୟାତ ଭିତରକନିକା ଅଭୟାରଣ୍ୟ, ସାମୁଦି୍ରକ ଅଭୟାରଣ୍ୟ, ଜାତୀୟ ଉଦ୍ୟାନ, ହେନ୍ତାଳ ଜଙ୍ଗଲ ଆଦି ଐତିହ୍ୟର ମଜଭୁତ୍ ସୁରକ୍ଷା ଓ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଜିଲ୍ଲାର ସାଂସଦ ଓ ବିଧାୟକ ମାନେ ନିଷ୍ଠାର ସହ ଉଦ୍ୟମ କରିବେ ବୋଲି ଜିଲ୍ଲାବାସୀ ଗଭୀର ଆଶା ରଖିଛନ୍ତି ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍,
ଭୁବନେଶ୍ୱର, ମୋ-୯୩୩୭୩୬୯୪୪୮

Leave a Reply

Your email address will not be published.