ମା’ ମନସା ଦେବୀ ଶକ୍ତିପୀଠ

ଶରତ କୁମାର ରାଉତ
ଶିୱାଲିକ୍ ପର୍ବତ ମାଳାରୁ ନେଇ କୁରୁକ୍ଷେତ୍ର ପର୍ଯ୍ୟନ୍ତ ୪୮କୋଷର ସିନ୍ଧୁବନରେ ଋଷି-ମୁନୀ ମାନେ ପୁରାଣ ରଚନା କରିଥିଲେ । ଏହି ସମସ୍ତ ଭୂଭାଗ ଦେବଧରା ନାମରେ ଜଣାଶୁଣା ।
ଏହି ପରମ୍ପରାରେ ହରିଆନାର ପଞ୍ଚକୁଳାରେ ଶିୱାଲିକ୍ ପର୍ବତ ମାଳାର କୋଳରେ ସିନ୍ଧୁବନର ଶେଷ ସୀମାରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଆଚ୍ଛାଦିତ ଏକଦମ ମନୋରମ ଏବଂ ଶାନ୍ତ ପରିବେଶରେ ମାତା ମନସା ଦେବୀଙ୍କ ମନ୍ଦିର ଅବସ୍ଥିତ । ଯଦି କୌଣସି ଭକ୍ତ ସଚ୍ଚା ମନରେ ଚାଳିଶ ଦିନ ପର୍ଯ୍ୟନ୍ତ ଲଗାତାର ମାତା ମନସା ଦେବୀ ଙ୍କର ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରନ୍ତି, ତେବେ ମାତା ମନସା ଦେବୀ ତାଙ୍କର ମନୋକାମନା ଅବଶ୍ୟ ପୂରଣ କରିଥାନ୍ତି । ମାତା ମନସା ଦେବୀଙ୍କର ଚୈତ୍ର ଏବଂ ଆଶ୍ୱିନ ମାସର ନବରାତ୍ର ପର୍ବରେ ରେ ବଡ଼ ଧରଣର ମେଳା ବସିଥାଏ । ଏହି ପର୍ବ ମାତାଙ୍କର ପ୍ରମୁଖ ପର୍ବ ଭାବେ ପାଳନ କରାଯାଏ ।
ମାତା ମନସା ଦେବୀଙ୍କ ମନ୍ଦିରକୁ ନେଇ କେତେକ ଧାରଣା ଓ ମାନ୍ୟତା ପ୍ରଚଳିତ ରହିଛି । ଶ୍ରୀ ମାତା ମନସା ଦେବୀଙ୍କ ଇତିହାସ ଅନ୍ୟ ସିଦ୍ଧ ଶକ୍ତିପୀଠ ଭଳି ଅତି ପ୍ରାଚୀନ । ଶ୍ରୀ ମାତା ମନସା ଦେବୀଙ୍କ ଆବିର୍ଭାବ ହେବାର ଉଲ୍ଲେଖ ଶିବ ପୁରାଣରେ ରହିଛି ।
ହିନ୍ଦୁ ପୁରାଣ ଶାସ୍ତ୍ର ଅନୁଯାୟୀ ଦକ୍ଷରାଜ ଯଜ୍ଞ କଲାବେଳେ ନିଜ ଝିଅ ବା ଭଗବାନ ଶିବଙ୍କ ପତ୍ନୀ ଦେବୀ ସତୀ ଓ ଶିବଙ୍କୁ ଯଜ୍ଞରେ ଉପସ୍ଥିତ ହେବାକୁ ନିମନ୍ତ୍ରଣ କରି ନଥ୍ôବାରୁ ଅତି ଦୁଃଖରେ ମା’ସତୀ ଯଜ୍ଞକୁଣ୍ଣରେ ଆତ୍ମଦାହ କଲେ । ତି୍ରକାଳଦର୍ଶୀ ଶିବ ଏ ଖବର ଜାଣି ପାରିଲେ । ଭଗବାନ ଶିବ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ଯାହା ଦେଖିଲେ, ସେ ନିଜେ ବି ବିଶ୍ୱାସ କରି ପାରିଲେ ନାହିଁ । ରାଗରେ ଜର୍ଜ୍ଜରିତ ହୋଇ ଭଗବାନ ଶିବ ସତୀଙ୍କ ମର ଶରୀର ନିଜ ହାତରେ ଧରି ତାଣ୍ଡବ ନୃତ୍ୟ କରିବାକୁ ଲାଗିଲେ । ସବୁଆଡ଼େ ଚାଲିଲା ଧ୍ୱଂସଲୀଳା । ଏହାର ସମାଧାନ ପାଇଁ ଦେବ ଦେବୀ ମାନେ ଭଗବାନ ବ୍ରହ୍ମା ଓ ଭଗବାନ ବିଷ୍ଣୁଙ୍କୁ ଅନୁରୋଧ କଲେ । ଭଗବାନ ଶିବ ଧରିଥିବା ସତୀଙ୍କ ମର ଶରୀରକୁ ଖଣ୍ଡ ବିଖଣ୍ଡିତ କରି ଆତ୍ମା ରହିତ କରିବାକୁ ବିଷ୍ଣୁ ନିଜର ସୁଦର୍ଶନ ଚକ୍ରକୁ ଆଦେଶ ଦେଲେ । ସୁଦର୍ଶନ ଚକ୍ର ଦ୍ୱାରା ମା’ସତୀଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଗଲା ଓ ମା’ଙ୍କ ଶରୀରର ବିଭିନ୍ନ ଅଂଶ ଭାରତୀୟ ଉପମହାଦେଶର ଅନେକ ସ୍ଥାନରେ ବିଞ୍ଚି ହୋଇ ପଡ଼ିଲା । ସର୍ବ ଶେଷରେ ସତୀଙ୍କ ଅଙ୍ଗର ମୁଖ୍ୟାଂଶ ସହ ସମସ୍ତ ଖଣ୍ଡକୁ ଖୋଜି ପୂଜାର୍ଚ୍ଚନା ତଥା ଖଣ୍ଡ ଗୁଡ଼ିକୁ ସୁରକ୍ଷା ଦେବାକୁ ଭଗବାନ ଭୈରବଙ୍କୁ ନିଦେ୍ର୍ଦଶ ଦେଲେ ବ୍ରହ୍ମା । ସେହି ଦୁର୍ଲଭ ସ୍ଥାନ ଗୁଡ଼ିକୁ ବ୍ରହ୍ମା, ବିଷ୍ଣୁ ଓ ଶିବ ମିଶି ଶକ୍ତି ପୀଠର ମାନ୍ୟତା ଦେଲେ । ସେଗୁଡ଼ିକ ମଧ୍ୟରେ ୪ଟି ଆଦିଶକ୍ତି ପୀଠ, ୧୮ଟି ମହାଶକ୍ତି ପୀଠ ଓ ୫୧ଟି ଶକ୍ତିପୀଠ ରହିଛି । ଆଦିଶକ୍ତି ପୀଠ ହେଲେ, (୧)ପୁରୀ ଶ୍ରୀମନ୍ଦିରରେ ପୂଜିତା ମା’ବିମଳା(ପାଦଖଣ୍ଡ), (୨) ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ନିକଟସ୍ଥ ଋଷିକୂଲ୍ୟା ନଦୀ ଉପକଣ୍ଠରେ କୁମାରୀ ପାହାଡ଼ ଉପରେ ବିରାଜିତ ମା’ତାରା ତାରିଣୀ(ସ୍ତନଖଣ୍ଡ), ୩) ଆସାମର ଗୌହାଟୀ ସ୍ଥିତ କାମାକ୍ଷା ଦେବୀ(ଜୋନିଖଣ୍ଡ) ଓ ୪) କୋଲକତାର ଦକ୍ଷିଣ କାଳୀ(ମୁଖଖଣ୍ଡ) । ଓଡ଼ିଶାରେ ମଧ୍ୟ ଗୋଟିଏ ମହା ଶକ୍ତିପୀଠ ମା’ “ବିରଜା” ରହିଛନ୍ତି ।
ତେବେ ଭାରତୀୟ ଉପମହାଦେଶରେ ଥିବା ଶକ୍ତିପୀଠ ମାନଙ୍କ ମଧ୍ୟରେ ହିମାଞ୍ଚଳ ପ୍ରଦେଶର କାଙ୍ଗଡ଼ାରେ ମାତା ସତୀଙ୍କ ମସ୍ତକ ଖଣ୍ଡ ପଡ଼ିଥିଲା । ଏଥିଯୋଗୁ ଏହି ସ୍ଥାନରେ ମାତା ମନସା ଦେବୀଙ୍କର ଭବ୍ୟ ମନ୍ଦିର ନିର୍ମାଣ ହୋଇଥିଲା । ସେହିପରି ଏଠାରେ ମାତାଙ୍କ ମସ୍ତକ ପଡ଼ିବାରୁ ବୃଜେଶ୍ୱରୀ ଦେବୀ ଶକ୍ତିପୀଠ, ଜ୍ୱାଳାମୁଖୀରେ ଜିହ୍ôା ଖଣ୍ଡ ପଡ଼ିବାରୁ ଜ୍ୱାଳାଜୀ, ମନର ଭାଗ ପଡ଼ିବାରୁ ଛିନ୍ନ ମସ୍ତିକା, ନୟନରୁ ନୟନ ଦେବୀ ହୋଇଛନ୍ତି ।
ସେହିପରି ତି୍ରପୁରାରେ ଜଙ୍ଘ ଖଣ୍ଡ ପଡ଼ିବାରୁ ମାତା ଜୟନ୍ତୀ ଦେବୀ, କୋଲକତାରେ ଡ଼ାହାଣ ପାଦ ଅଙ୍ଗୁଳି ପଡ଼ିବାରୁ କାଳୀ ମନ୍ଦିର, ସହରାନପୁର ନିକଟ ଶିୱାଲିକ୍ ପର୍ବତ ଉପରେ ମସ୍ତକ ଖଣ୍ଡ ପଡ଼ିବାରୁ ଶକୁମ୍ଭରୀ, କୁରୁକ୍ଷେତ୍ରରେ ଗଳାର ଆଭୂଷଣ ପଡ଼ିବାରୁ ଭଦ୍ରକାଳୀ ଶକ୍ତିପୀଠ ତଥା ଶିୱାଲିକ୍ ଗିରି ମାଳାରେ ଦେବୀଙ୍କ ମସ୍ତିସ୍କର ଅଗ୍ରଭାଗ ପଡ଼ିବାରୁ ମନସା ଦେବୀ ଶକ୍ତିପୀଠ ସୃଷ୍ଟି ହେଲା ।
ଏହି ଶକ୍ତିପୀଠରେ ମହାଭାରତର ପାଣ୍ଡବ ଭାଇ ମାନେ ବନବାସ ସମୟରେ ମାତା ମନସା ଦେବୀ ମନ୍ଦିରରେ ଦେବୀଙ୍କୁ ଆରାଧନା କରିଥିଲେ । ପାଣ୍ଡବ ମାନେ ବନବାସ ସମୟରେ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଏହି ଅଞ୍ଚଳକୁ ଆସିଥିବା ପ୍ରମାଣ ରହିଛି । ତେବେ ପିଞ୍ଜøର, ସକେତଡ଼ୀ ଓ କାଲକା ଅଞ୍ଚଳରେ ପୁରାତତ୍ତ୍ୱବିତ ମାନଙ୍କ ଅନୁସନ୍ଧାନରୁ ଏଠାରେ ଯେଉଁ ପ୍ରଚୀନ ପଦାର୍ଥ ମିଳିଛି, ତାହା ପାଷାଣ ଯୁଗର ବୋଲି କୁହାଯାଉଛି । ଏଥିରୁ ଷ୍ପଷ୍ଟ ହେଉଛି ଯେ, ଆଦିମ କାଳରେ ମଧ୍ୟ ଏହି କ୍ଷେତ୍ରରେ ମଣିଷର ଅବସ୍ଥାନ ଥିଲା ଓ ସେ ଦେବୀ ଦେବତାଙ୍କୁ ପୂଜା କରୁଥିଲେ । ଏଣୁ ଏହି ସ୍ଥାନରେ ମାତା ମନସା ଦେବୀଙ୍କ ମନ୍ଦିର ବିଦ୍ୟମାନ ଥିବା ଜଣା ପଡ଼ୁଛି ।
ବର୍ଷର ବିଭିନ୍ନ ସମୟରେ ମାତା ମନସା ଦେବୀଙ୍କ ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଳି ଲାଗି ରହିଥାଏ । ମାତା ମନସା ଦେବୀଙ୍କ ମନ୍ଦିରର ଅପରୂପ ଶୋଭା ଦେଖିବା ଭଳି ହୋଇଥାଏ । ଏଥିପାଇଁ ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ମୁଖ୍ୟତଃ ମାତା ମନସା ଦେବୀଙ୍କୁ ପୂଜା କରିବାକୁ ଆସିଥାନ୍ତି । ଏଠାକାର ପୂଜାବିଧିର ପ୍ରତ୍ୟେକ କାର୍ଯ୍ୟକ୍ରମ ଖୁବ୍ ଆନନ୍ଦ ଦାୟକ ଓ ମନୋରମ ।

ମୋ: ୯୪୩୭୪୪୧୦୭୨/୯୩୩୭୩୬୯୪୪୮

ଭୁବନେଶ୍ୱର, ମୋ: ୯୩୩୭୩୬୯୪୪୮

Leave a Reply

Your email address will not be published. Required fields are marked *