କୋଟିଆ ବିବାଦ

ଡାଃ ସୁରେନ୍ଦ୍ର ନାଥ ଦାଶ
ଦୀର୍ଘ ୭୦ ବର୍ଷ ଧରି ଆନ୍ଧ୍ର ଓ ଓଡିଶା, ଦୁଇ ପଡୋଶୀ ରାଜ୍ୟ ମଧ୍ୟରେ ସୀମାନ୍ତ ରେ ଥିବା କୋଟିଆ ଗ୍ରାମ ପୁଞ୍ଜ ବା ଉକ୍ଷଙ୍କଗ୍ଦଗ୍ଧରକ୍ସ ଙ୍ଖସକ୍ଷକ୍ଷବଶର କୁ ନେଇ କ୍ରମାଗତ ବିବାଦ ଚାଲିଛି । ସ୍ୱାଧିନତାପୂର୍ବ ରୁ ଏହି ଇଲାକା ଜୟପୁର ଦେଶୀୟ ରାଜ୍ୟର ଅନ୍ତର୍ଗତ ଥିଲା, ଯାହା ବିଶାଖାପାଟଣା ଏଜେନ୍ସି ଦ୍ୱାରା ଜଣେ ଇଂରେଜ ଏଜେଣ୍ଟଙ୍କ ଦ୍ୱାରା ଶାସିତ ହେଉଥିଲା । ୧୯୩୬ ମସିହାରେ ଓଡିଶା ସ୍ୱତନ୍ତ୍ର ପ୍ରଦେଶ ହେଲା ପରେ, କୋରାଫୁଟ ଏକ ନିଆରା ଜିଲ୍ଲା ମାନ୍ୟତା ପାଇ ଓଡିଶା ସହ ମିଶିଲା । ୧୯୫୩ ମସିହାରେ ଆନ୍ଧ୍ର, ମାନ୍ଦ୍ରାଜ ପ୍ରଦେଶରୁ ପୃଥକ ହୋଇ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଲା ଓ ସୀମା ବିବାଦ ଆରମ୍ଭ ହେଲା ।
କୋଟିଆ ଗା୍ରମପୁଞ୍ଜ ଓଡିଶାର କୋରାଫୁଟ ଜିଲ୍ଲା,ପଟାଙ୍ଗି ନିର୍ବାଚନ ମଣ୍ଡଳୀ ଓ କୋରାଫୁଟ ଲୋକସଭା କ୍ଷେତ୍ର ର ଅର୍ନ୍ତଭୁକ୍ତ । ସେହିପରି ଆନ୍ଧ୍ରର ସାଲୁର ଥାନା ଓ ଆରୁକ ଲୋକସଭା ନିର୍ବାଚନ ମଣ୍ଡଳୀରେ ଏହା ଅଛି ବୋଲି ଆନ୍ଧ୍ର ସରକାର କାଗଜ ପତ୍ରରେ ଦେଖାଇଛନ୍ତି । ଏଥିରେ ୨୧ ଟି ଛୋଟ ପଡା ଗ୍ରାମ ରହିଛି । ଲୋକସଂଖ୍ୟା ପ୍ରାୟ ଚାରିହଜାର ଏହାକୁ ନେଇ ଏକ ଗ୍ରାମ ପ­ାୟତ କାମ କରୁଛି । ଓଡିଶା ସରକାର ଙ୍କ ତର‘ରୁ ହସପିଟାଲ, ଆଦିବାସୀ ବିଦ୍ୟାଳୟ ଆବାସିକ ମଧ୍ୟ ସ୍ଥାପିତ ହୋଇଛି । ଓଡିଶାର କୋରାଫୁଟ-ବିଜୟନଗରମ ରାଜପଥରେ ଗଲାବେଳେ କୁନ୍ଦୁଲି ହାଟ ପାଖରୁ ବାମ ଦିଗକୁ ରାସ୍ତା ଟି ପଡିଛି, ସେ ରାସ୍ତାରେ ପ୍ରାୟ ୨୦ କିମି ଗଲେ ଗୋଟିଏ ଛକ ପାଖରୁ ରାଜ୍ୟର ଉଚ୍ଚତ୍ତମ ଶୃଙ୍ଗଦେଓମାଳୀକୁ ଦିଗ ଦେଖା ଯାଇଛି(୧୦ କିମି), ଦକ୍ଷିଣ କୁ କୋଟିଆ ଗ୍ରାମ ପୁଞ୍ଜ ୧୪ କିମି ବୋଲି ଲେଖା ରହିଛି । ପୁର୍ବ ଘାଟର ପ୍ରାୟ ତିନିରୁ ଚାରି ହଜାର ଉଚ୍ଚରେ ଅତି ଅନୁନ୍ନତ କନ୍ଧ ଶ୍ରେଣିର ଲୋକ ଏଠାରେ ବାସ କରନ୍ତି । ସେମାନଙ୍କୁ କୁଟିଆ କନ୍ଧ କୁହାଯାଏ । କୁଟିଆ ଅର୍ଥ ଗୋଟିଏ ଚାଳ ତଳେ ରହୁଥିବା ଜନଜାତି । ଆଗେ ପୋଡୁ ଚାଷ କରି ଏମାନେ ବ­ୁଥିଲେ । ଜଙ୍ଗଲ ରୁ ବିଭିନ୍ନ ବଣ୍ୟଦ୍ରବ୍ୟ ସଂଗ୍ରହ ଲରି ପିଲା ଙ୍କ ମୁହଁରେ ଦାନା ଦେଉଥିଲେ । ଏହା ମଧ୍ୟରେ ପୋଡୁଚାଷ ବନ୍ଦ ହେଲା, ଜଙ୍ଗଲ ସରିଗଲା,ପେଟ କୁ ଦାନା ମିଳିଲା ନାହିଁ । ସରକାରୀ ହାତଟେକା ଚାଉଳ ଓ ଭତ୍ତା ହିଁ ବ­ôବାର ମାଧ୍ୟମ ହେଲା । ବୁଭୂକ୍ଷିତ କିଂ ନ କରୋତି? ଯିଏ ଅଧିକ ଦେଲା, ସେ ମଉସା ହେଲା । ଆନ୍ଧ୍ରର ସାହାଯ୍ୟ ପରିମାଣ ଓ କାର୍ଯ୍ୟକର୍ମ ଯେ ଅଧିକ ଗ୍ରହଣୀୟ,ତାହା ଆମର ନେତା ମାନେ ମଧ୍ୟ ମୁକ୍ତକଣ୍ଠରେ ସ୍ୱିକାର କରୁଛନ୍ତି ।
ନିକଟରେ କୋଟିଆ ଅ­ଞ୍ଚଳକୁ ଆନ୍ଧ୍ରର ସାଲୁର ତାଲୁକା କୁରାକୁଟି ଗ୍ରାମ ପ­ାୟତରେ ମିଶାଇ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ଓ ସେଥିରେ କୋଟିଆ ଗ୍ରାମ ଲୋକଙ୍କର ଯୋଗଦାନ ସ୍ୱରୁପ କିଛି ପ୍ରାର୍ଥିପତ୍ର ଦାଖଳ ଆମର ଦୁର୍ବଳତାକୁ ପଦାରେ ପକାଇ ଦେଇଛି ।ଏହି ଅ­ଞ୍ଚଳରେ ସୁନା ଭଳି ମୁଲ୍ୟବାନ ଧାତୁ ଥିବାରୁ ଆନ୍ଧ୍ର ରାଜ୍ୟ ଏହାକୁ ହାତଛଡା କରିବାକୁ ଚାହେଁନାହିଁ । ତରତରିଆ ଭାବେ ଜିଲ୍ଲାପାଳଙ୍କ ବଦଳି, ପ୍ରମାଣ କଲା ଯେ, ଆମେ ଆମ କାମ ଠିକ କରୁନଥିଲୁ । କୋଟିଆକୁ ଏକ ଆଦର୍ଶ ପ­ଞ୍ଚାୟତ କରିଯିବ ଭାଷଣ ପ୍ରମାଣ କରେ ଯେ, ଏପର୍ଯ୍ୟନ୍ତ ଏହା ଆଦର୍ଶ ହୋଇ ପାରିନି । ବାହାଘର ବେଳେ ବାଇଗଣ ରୂଆ ପରି ଆମ ଯୋଜନା ମାନ ହେଉଛି ।
ଏହା ମଧ୍ୟରେ ଆନ୍ଧ୍ର ତିନୋଟି ଗାଁ ଗଞ୍ଜେଇ ପଦର, ପାଟୁ ସିନେରି,ଫଗୁଣ ସିନେରିକୁ ନାମ ବଦଳାଇ ଗଞ୍ଜେଇ ଭଦ୍ର, ପାଟି ଚିନେରୁ ଓ ଫଗଲୁ ଚିନେରୁ ରଖି ତାର ସରକାରୀ ପ୍ରକ୍ରିୟା ଆଗେଇ ନେଲାଣି ।
ଏଇମାତ୍ର କୋଟିଆ ପ୍ରକଳ୍ପ ମାନ୍ୟବର ମୁଖ୍ୟମନ୍ତ୍ରୀ ଭୂବନେଶ୍ୱରରୁ ରହି ଉଦ୍ଘାଟନ କରିଛନ୍ତି । ୭୦୦ କିମି ଦୂରରେ ରହି ସେ କେତେ ଏମାନଙ୍କ ମନ କିଣିବେ ତାହା ପରେ ଜଣା ପଡିବ ।
ଖଣି ଖାଦାନରେ ଭରପୂର, ନାଲକୋ, ହାଲ୍, ଇମଫା, ଜେ.କେ, ଆଦିତ୍ୟ ଆଲୁମିନିୟମ, ବେଦାନ୍ତ ଭଳି ବିଶ୍ୱ ସ୍ତରୀୟ କାରଖାନା ଏହି ଜିଲ୍ଲାରେ ଅଛି । ବାଲିମେଳା, କୋଲାବ, ଡୁଡୁମା,ଇନ୍ଦ୍ରାବତୀ ଭଳି ଯୋଜନା ମାନ ମୁଣ୍ଡ ଟେକିଛ । ରାଜ୍ୟ ତଥା ଜାତୀୟ ରାଜକୋଷ କୁ ଏହା ସମୃଦ୍ଧ କରୁଛି । ତଥାପି ଏ ଇଲାକାର ସ୍ୱାସ୍ୟ୍ଥ ସେବା ପାଇଁ ଲୋକମାନେ ସଂପୂର୍ଣ୍ଣ ରୂପେ ଆନ୍ଧ୍ରର ବିଶାଖାପାଠଣା ଉପରେ ନିର୍ଭରଶୀଳ, ଏହା ସମସ୍ତେ ସ୍ୱିକାର କରିବେ । ଗତ ବର୍ଷ କରୋନା ବିପତ୍ତି ବେଳେ ରୋଗୀ ବିଶାଖାପାଟଣା ବୁହା ହୋଇ ଗଲା ବେଳେ କିପରି ବାଟରେ ଜୀବନ ଯାଏ, ତାହା ଏବେବି ଲୋକଙ୍କ ଆଖିକୁ ଲୁହ ଆଣେ । ଏତେ ପ୍ରାକୃତିକ ପଂପତ୍ତି ଥାଇ ମଧ୍ୟ କାହିଁକି ଆଦିବାସୀ ମାନଙ୍କ ଭାଗ୍ୟ ବଦଳୁ ନାହିଁ? କୋଟିଆର ବିକାଶର ମୁଳୁଦୂଆ ପାଇଁ ୭୦ ବର୍ଷ କାହିଁକି ଅପେକ୍ଷା କରିବାକୁ ପଡିଲା? ଦେଖାଶିଖା ଓଡିଆ,ଆନ୍ଧ୍ର ଆସିଲେ ଆମ ନିଦ ଭାଙ୍ଗେ । ଡ୍ୟାସ ଗଲେ ଡ୍ୟାସ ଉଶ୍ୱାସ ଭଳି ଆମ ପ୍ରକୃତି । ବର୍ଷ ବର୍ଷ ଧରି କାହାର ପାଦ ପଡେନା ସେ ଅପନ୍ତରା ମୁଲକରେ । କିଛÿି ଦିନ ତତ୍ପର ହୋଇ ପୁଣି ଶୋଇ ପଡନ୍ତି । ଚୌର ଗତେ କିଂ ସାବଧାନ, ପୟଂ ଗତେ କିଂ ଖଳୁ ବନ୍ଧ ସାଧନ । ଏହା ହିଁ କୋଟିଆ ଲୋକଙ୍କ ଓଡିଶାରୁ ମୁହଁ ଫେରାଇ ବାର ମୁଖ୍ୟ କାରଣ ।
ନିକଟରେ ଉଭୟ ରାଜ୍ୟର ଅଫିସର ମାନେ ମାପଚୁପ କରି ସୀମା ନିର୍ଦ୍ଧାରଣ ପାଇଁ ଏକାଠି ହୋଇଥିଲେ, ମାତ୍ର ସୀମା ପଥର ବା ବେଞ୍ଚ­ ମାର୍କ ଟି ସ୍ଥାନାନ୍ତରିତ ଅଭିଯୋଗ କରି କଥାବାର୍ତ୍ତା ବିଫଳ ହେଲା । ସେ ସମୟର ମ୍ୟାପ ଟିଏ ମଧ୍ୟ ଆମ ପାଖରେ ନାହିଁ । ତତକାଳିନ କଲେକ୍ଟର ବେଲ ସାହେବଙ୍କ ଝିଅ ପାଖରୁ ସଂଗ୍ରହ କରିବାର ଚେଷ୍ଟା କରାଯାଇଛି
ଓଡିଶାର ପ୍ରଗତି କିପରି ହୁଏ ତାହା ନିକଟରେ, ଝରିଗାଁ ବ୍ଲକର ପାଇଖାନା କେଳଙ୍କରିରୁ ପ୍ରତିୟମାନ ହୁଏ । ନିଲମ୍ବିତ ବ.ିଡି.ଓ. ପରିଷ୍କାର ଭାବରେ,ଏହା ଉପରିସ୍ଥ ଅଫିସରଙ୍କ ନିଦେ୍ର୍ଦଶରେ ହୁଏ ବୋଲି ପ୍ରକାଶ କରିଛନ୍ତି ।
ବିଭିନ୍ନ ରାଜ୍ୟ ମଧ୍ୟରେ ସୀମା ବିବାଦ ନୂଆ ନୁହେଁ । ଆଜକୁ ଅନେକ ବର୍ଷ ହେବ କୋଟିଆ ବିବାଦ ସୁପ୍ରିମ କୋର୍ଟ ରେ ରହିଅଛି । ନିଜ ଭିତରେ ଆଲୋଚନା କରି ବିବାଦ ତୁଟାଇ ବାକୁ କୋର୍ଟଙ୍କ ନିଦେ୍ର୍ଦଶ ଥିଲେ ମଧ୍ୟ ଥରକ ପାଇଁ ଦୁଇ ମୁଖ୍ୟ ମନ୍ତ୍ରୀ ଏକାଠି ବସି ନାହାନ୍ତି । ପୁର୍ବତନ ରାଜସ୍ୱ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ଉକ୍ତି ଅନୁଯାୟୀ ଓଡିଶା ସହ ପାଞ୍ଚ­ଟି ରାଜ୍ୟର ୯୦ ଟିି ଗ୍ରାମକୁ ନେଇ ବିବାଦ ରହଛି । ଗଞ୍ଜାମର ଚିକିଟି, ପାତ୍ରପୁର ଗ୍ରାମରେ ମଧ୍ୟ ବିବାଦ ଲାଗିରହିଛି । ଆନ୍ଧ୍ର ଓ ଓଡିଶାର ସିମା ଛନ୍ଦା ଛନ୍ଦି ହୋଇ ରହିଛନ୍ତି । ଗୋଟିଏ ଗାଁର ଖଣ୍ଡେ ଓଡିଶାରେ ତ ଖଣ୍ଡେ ଆନ୍ଧ୍ର ରେ । ଏ ସବୁ ଅ­ଞ୍ଚ­ଳରେ ଅନେକ ତେଲଗୁ ଭାଷୀ ଲୋକ ରହନ୍ତି । ସେମାନେ ଭାଇ ଭଳି ଚଳନ୍ତି । ଡୁଡୁମା, ବାଲିମେଳା ଯୋଜନା ଉଭୟ ରାଜ୍ୟର ସହଯୋଗରେ ଚାଲିଛି । ଯାହା ବି ସୀମା ବିବାଦ ରହିଛି ସେଗୁଡିକ ଆପୋଷ ଦିଆ ନିଆ ନୀତିରେ ସମାଧାନ ହେବା ମଙ୍ଗଳ କର । ରାଜନୈତିକ ସ୍ୱାର୍ଥ ପାଇଁ ବିଭ୍ର୍ାନ୍ତ କରି ବିବାଦକୁ ବ­ାଇ ରଖିବା କାହା ପାଇଁ ମଙ୍ଗଳ କର ହେବ ନାହିଁ ।
ଉମରକୋଟ, ନବରଙ୍ଗପୁର, ମୋ: ୯୪୩୭୨୩୫୩୮୬

Leave a Reply

Your email address will not be published. Required fields are marked *