ଲାଦାଖ-ଭାରତର ଏକ ରକ୍ତଝରା କ୍ଷତ

ଉତ୍ତରରେ କାରାକୋରମ ଓ ଦକ୍ଷିଣ ରେ ଅତୁ୍ୟଚ୍ଚ ହିମାଳୟ ପର୍ବତ ଶ୍ରେଣୀ ମଧ୍ୟରେ ଲାଦାଖ ଏକ ଶୀତଳ ଉଚ୍ଚତ୍ତମ ମରୁ ମୟ ମାଳଭୂମି ରୂପେ ଅବସ୍ଥିତ । ସମୁଦ୍ର ପତ୍ତନ ରୁ ଏହା ୧୨ ରୁ ୧୮ ହଜାର ଫୁଟ ଉଚ୍ଚରେ ରହିଅଛି । ୨୦୧୯ ମସିହା ପର୍ଯ୍ୟନ୍ତ ଜାମୁ କାଶ୍ମୀର ରାଜ୍ୟର ଏକ ଅଂଶ ରୂପେ ଏହା ରହିଥିଲା । ୨୦୧୯ ମସିହା ଅକ୍ଟୋବର ୩୧ ତାରିଖ ଦିନ ପାର୍ଲିଆମେଣ୍ଟର ସ୍ୱତନ୍ତ୍ର ଆଇନ ବଳରେ ଏହାକୁ ଏକ କେନ୍ଦ୍ରଶାସିତ ଅ­ଞ୍ଚଲର ମାନ୍ୟତା ମିଳିଳା ଓ ରାଜ୍ୟ ଅର୍ଥ ଅନୁଦାନ ୫୯ କୋଟି ରୁ ଚାରିଗୁଣ ବଢିଯାଇ ୨୩୦ କୋଟି କରାଯାଇ ବିକାଶକୁ ତ୍ୱରାନ୍ୱିତ କରାଗଲା ।
ଲାଦାଖ କେନ୍ଦ୍ରଶାସିତ ରାଜ୍ୟର କ୍ଷେତ୍ରଫଳ ୫୯ ହଜାର ବର୍ଗ କିମି ଓ ଲୋକସଂଖ୍ୟା ମାତ୍ର ୨.୮ ଲକ୍ଷ । ଭାରତ ତଥା ପୃଥିବୀ ର ଏହା ଏକ ଜନ ବିରଳ ଇଲାକା (ବର୍ଗକିମି କୁ ମାତ୍ର .୪୬ ଜଣ)ା ଅଧିକାଂଶ ଲୋକ ମୁଖ୍ୟତଃ ନଦୀ ଉପତ୍ୟକାରେ ବାସ କରନ୍ତି । ଏହାର ଅଧିକାଂଶ ଅଧିବାସୀ ବୌଦ୍ଧ ଧର୍ମାବଲମ୍ବୀ ଅଟନ୍ତି । ମୁସଲମାନ ମାନେ ଉଦାରପନ୍ଥୀ ସିଆ ସଂପ୍ରଦାୟର ଅର୍ନ୍ତଭୂକ୍ତ, ସେମାନେ ଗିଲଗିଟରୁ ଆସି ସେଠାରେ ରହିଛନ୍ତି ।
ଏହା ଦୁଇଟି ଜିଲ୍ଲା ଲାଦାଖ ଓ କାରଗିଲରେ ବିଭକ୍ତ । ରାଜଧାନୀ ଲେହ ଠାରେ ରହିଲେ ମଧ୍ୟ ଶୀତ ଦିନେ କାରଗିଲ କୁ ଶାସନ ଦପ୍ତର ଉଠିଆସେ । ସ୍ୱାାଧିନତା ପରଠାରୁ ଏହା ଏକ ବିବାଦୀୟ ଅ­ଞ୍ଚଳ ରୂପେ ରହି ଆସିଛି । ଲାଦାଖ ଚିନ, ତିଦ୍ଦତ, ପାକିସ୍ତାନ ସହ ଭାରତର ମିଶ୍ରଣ ସ୍ଥଳରେ ରହିଛି । ଏହା ଦେଇ ପ୍ରାଚୀନ ରେଶମ ବାଣିଜ୍ୟ ପଥ (ଝସକ୍ଷଳ ଜକ୍ଟଙ୍କଗ୍ଧ) ଯାଇଥିଲା । ୧୯୪୯ ମସିହାରୁ ଚୀନ କାରା କୋରମ ଗିରିପଥକୁ ବନ୍ଦ କରିଥିବାରୁ ବାଣିଜ୍ୟ ପଥ ବନ୍ଦ ଅଛି ।୧୯୪୭ ମସିହା ଆଗରୁ ଏହା କାଶ୍ମୀର ଦେଶୀୟ ରାଜ୍ୟର ଶାସକ ମହାରାଜା ହରି ସିଂଙ୍କ ଅଧିନରେ ଥିଲା । ଲାଦାଖ ସହ ବାଲଟିସ୍ତାନ, ଗିଲଗଟ, ହୁଞ୍ଜ ମିଶି ଏକ ଏଜେନସି ରୂପେ ରହିଥିଲା । ଏହାର ପ୍ରତିରକ୍ଷା ପାଇଁ ଇଂରେଜ ମାନେ ଗିଲଗିଟ ସ୍କାଉଟ ନାମରେ ଏକ ସ୍ୱତନ୍ତ୍ର ସୈନ୍ୟ ବାହିନି ମୁତୟନ କରôଥିଲେ ।
ଇଂରେଜ ମାନେ ୧୯୪୭ ମସିହାରେ ହରିସିଂ ଙ୍କୁ ଶାସନ ଭାର ଦେଇ ବିଦାୟ ନେଲେ । ଏହାର ସୀମା ଚିହ୍ନିତ ନଥିଲା । ମାକମୋହନ ଲାଇନ ନେପାଳ ସୀମାନ୍ତ ପରେ ବନ୍ଦ ହୋଇଗଲା । ଏହି ଜନବିରଳ ରାଜ୍ୟରେ ନାମ ମାତ୍ର ସିମାନ୍ତ ଘାଟି ରହି ଶାସନ ଚାଲୁଥିଲା । ସ୍ୱାଧିନତା ପରେ ଗିଲଗଟର ସୈନ୍ୟ ମାନେ ବିଦ୍ରୋହ କଲେ । ସେମାନଙ୍କର ଇଂରେଜ ସେନାପତି ପାକିସ୍ତାନକୁ ସମର୍ଥନ କରି ହିନ୍ଦୁ ସୈନ୍ୟଙ୍କୁ ମାରିଦେଲେ । ରାଜାଙ୍କ ଗଭର୍ଣ୍ଣରଙ୍କୁ ବନ୍ଦୀ କରି ଗିଲଗଟକୁ ପାକିସ୍ତାନ ସହିତ ମିଶିଲା ବୋଲି ଘୋଷଣା କରି ସୁକ୍ରୁଡୁ, ଲେହ, କାରଗିଲ ଅଧିକାର କରିବାକୁ ମାଡି ଆସିଲେ । ପାକିସ୍ତାନ ପ୍ରରୋଚନାରେ ସୀମାନ୍ତ ପ୍ରଦେଶର ଦୁର୍ଦ୍ଦାନ୍ତ ପାହାଡୀ ମାନେ କାଶ୍ମୀର ଉପତ୍ୟକାକୁ ଅଧିକାର ପାଇଁ ବରମୁଳା, ଉରୀ ବାଟେ ଆକ୍ରମଣ ଆରମ୍ଭ କଲେ । ସେମାନେ ଶ୍ରୀନଗର ଉପକଣ୍ଠରେ ପହ­ଞ୍ଚିଗଲେ ।
ଅନ୍ୟ ଏକ ଦଳ ପୁ­ଉରୀ, ଅଭିମୁଖେ ଆଗେଇଲେ । ତୃତୀୟ ଦଳ ସୁକୃଡୁ ଘେରାଉ କରି କାରଗିଲ ଅଧିକାର କରି ଲେହ ଲକ୍ଷ୍ୟ ରଖି ଆକ୍ରମଣ ଜାରି ରଖିଲେ । ସେତେବେଳେ ଭାରତ ସହ କାଶ୍ମୀରକୁ ଯୋଗାଯୋଗ ପାଇଁ ରାସ୍ତା ନଥିଲା । ମହାରାଜା ମିଶ୍ରଣ ଚୁକ୍ତି(୧୯୪୭ ଅକ୍ଟୋବର ୨୬) ରେ ସ୍ୱାକ୍ଷର କଲା ପରେ ଭାରତୀୟ ସେନା ଆକାଶ ମାର୍ଗରେ ଯାଇ ଶ୍ରୀନଗରରେ ଓହ୍ଲାଇଲେ । ଶ୍ରୀନଗରକୁ ମୁକ୍ତ କଲା ପରେ ଯୋଜିଲା ଘାଟି ପାର ହୋଇ ଟ୍ୟାଙ୍କ ସାହାଯ୍ୟରେ କାରଗିଲକୁ ମୁକ୍ତ କଲେ । ମାତ୍ର ବାଲଟିସ୍ତାନ ଓ ତଥାକଥିତ ଆଜାଦ କାଶ୍ମୀର ପାକିସ୍ତାନ ଅଧିକାର ରେ ରହିଲା । ୧୯୯୯ ମସିହାରେ କାରଗିଲ ଉପରେ ଆଉଥରେ ଆକ୍ରମଣକୁ ଭାରତୀୟ ସେନା ପଣ୍ଡ କରିଦେଲେ । (ଙକ୍ଟ୍ରରକ୍ସବଗ୍ଧସକ୍ଟଦ୍ଭ ଙ୍ଖସହବଚ୍ଚ)
ଲାଦାଖର ପୂର୍ଭଭାଗରେ ଜନଶୂନ୍ୟ ଶୀତଳ ମରୁଭୂମି ଆକସାଇ ଚିନ ଅବସ୍ଥିତ (୩୬ ହଜାର ବର୍ଗକିମ)ା ଭାରତ ସରକାରଙ୍କ ଅଜାଣତରେ କମ୍ୟୁନିଷ୍ଟ ଚୀନ ତାହାକୁ ଅଧିକାର କରି କାରାକୋରମ ହାଇୱେ ନିର୍ମାଣ କରି ତିଦ୍ଦତ ସହ ସିକିୟାଂ ପ୍ରଦେଶକୁ ସଂଯୁକ୍ତ କରି ସାରିଥିଲା । ଏହି ପ୍ରକ୍ରିୟାରେ ପାକିସ୍ତାନ ନିଜେ ଅଧିକାର କରିଥିବା କାସଗାର କାରାକୋରମ କରିଡର ନାମକ ଏକ ଅ­ଞ୍ଚଳକୁ ଚୀନକୁ ହସ୍ତାନ୍ତର କରି ଦେଇଛି । ଭାରତ ଏହା ପ୍ରତିବାଦ କଲେ ମଧ୍ୟ ଚିନ କର୍ଣ୍ଣପାତ କଲାନି, ବରଂ ପୂର୍ବ ରେ ଅରୁଣାଂଚଳ ପ୍ରଦେଶକୁ ନିଜର ବୋଲି ଦାବି କଲା । ଏ ସମସ୍ୟାକୁ ନେଇ ୧୯୬୨ ମସିହା ଚୀନ ସହ ଯୁ୍ୁଦ୍ଧ ହେଲେ ମଧ୍ୟ ଭାରତ ଅକସାଇ ଚିନକୁ ଉଦ୍ଧାର କରିବାରେ ସକ୍ଷମ ହେଲା ନାହିଁ ।
ଏହା ମଧ୍ୟରେ କାଶ୍ମୀରରେ ଇସଲାମ ଆତଙ୍କ ବାଦୀଙ୍କର ଆବିର୍ଭାବ ହେଲା । ଶାନ୍ତିପ୍ରିୟ ଲାଦାଖ ଅଧିବାସୀ ସବୁବେଳେ ଭାରତକୁ ସମର୍ଥନ କରୁଥିଲେ । ସେମାନଙ୍କ ପାଇଁ କେନ୍ଦ୍ର ପ୍ରଭୁତ ଅର୍ଥ ଦେଉଥିଲେ ମଧ୍ୟ ତାହା ସେମାନଙ୍କ ପାଖକୁ ଯାଉ ନଥିଲା । ସେମାନେ ସବୁବେଳେ ଏକ ସ୍ୱତନ୍ତ୍ର ରାଜ୍ୟ ଦାବି କରୁଥିଲେ । ପ୍ରଧାନ ମନ୍ତ୍ରୀ ମୋଦୀ ସେମାନଙ୍କର ସ୍ୱପ୍ନ ସଫଳ କଲେ ।
ଅକସାଇ ଚିନ ଭଳି ସିଆ ଚିନ ବରଫାବୃତ ଅ­ଞ୍ଚଳ କାରାକେରାରମ ଓ ଜାସ୍କାର ପର୍ବତ ଶ୍ରେଣୀ ମଧ୍ୟରେ ଏକ ତୁଷାର ସ୍ରୋତ ଇଲାକା (୭୬ କିମିର ଗ୍ଲାସିଆର) । ମେରୁ ମଣ୍ଡଳ ପରେ ଏହା ପୃଥିବୀର ଦ୍ୱିତୀୟ ବୃହତ୍ତମ ତୁଷାର ସ୍ରୋତ । ସିମଳା ଚୁକ୍ତି ବେଳେ ଏହାର ସୀମା ଚିହ୍ନିତ ହୋଇ ପାରିନଥିଲା । ସେଥିପାଇଁ ଉଭୟ ଦେଶ ପାକିସ୍ତାନ ଓ ଭାରତ ଏହି ଦୁର୍ଗମ ଜନଶୂନ୍ୟ ଅ­ଞ୍ଚଳକୁ ଅକ୍ତିଆର କରିବାକୁ ଚେଷ୍ଟା କରୁଛନ୍ତି । ବର୍ତ୍ତମାନ ତାହା ଭାରତ ଅଧିନରେ ରହିଛି ।
ଲେହ ଲାଦାଖ ର ରାଜଧାନୀ । ଏଠାରେ ଅନେକ ବୌଦ୍ଧ ମନ୍ଦିର ଅଛି । ଶ୍ରୀନଗରକୁ ଏହା ଜାତୀୟ ରାଜପଥ-୧ (୫୩୪ କିମି) ଦ୍ୱାରା ସଂଯୁକ୍ତ । ଏହି ରାଜପଥ କଡରେ କାରଗିଲ, ଡ୍ରାସ ଭଳି ସ୍ଥାନ ରହିଛି । ପାକିସ୍ତାନ ସୀମା କଡରେ ଯାଇଥିବାରୁ ହିମାଚଳ ପ୍ରଦେଶର ମନାଲି ଠାରୁ ଆଉ ଏକ ରାଜପଥ ଲେହକୁ ନିର୍ମିତ ହୋଇଛି ।
ଲେହ କଡଦେଇ ସିନ୍ଧୁ ନଦୀ ବହି ଯାଇଛି । ଦେଶ ବିଭାଜନ ପରେ ପବିତ୍ର ସିନ୍ଧୂର ଅଳ୍ପ ଅଂଶ ଲାଦାଖରେ ଅଛି । ପ୍ରତିବର୍ଷ ସିନ୍ଧୁ ଦର୍ଶନ ଉସôବ ସେଠାରେ ହୋଇଆସୁଛି । ସିନ୍ଧୁ ଛଡା ଅନ୍ୟ ନଦୀ ହେଲେ (ଝଷଚ୍ଚକ୍ଟଳ, ଘଙ୍କଭକ୍ସବ, ଝଙ୍କକ୍ସଙ୍କ, ଊକ୍ସବଗ୍ଦ, ତବଦ୍ଭଗ୍ଦଳବକ୍ସ) ଲେହର ରାଜ ପ୍ରାସାଦ ଲାସାର ପୋଟାଲା ରାଜପ୍ରସାଦ ଶୈଳୀ ରେ ତିଆରି ହୋଇଥିଲା । ଏଠାରେ ପୃଥିବୀ ର ଉଚ୍ଚତ୍ତମ ବିମାନଘାଟି ଅଛି ।
କାଶ୍ମୀର ଉପତ୍ୟକାରେ ଆତଙ୍କୀ କାର୍ଯ୍ୟକଳାପ ଯୋଗୁ ଲେହକୁ ପର୍ଯ୍ୟଟନ ମାନଙ୍କୁ ଆକୃଷ୍ଟ କରିବା ପାଇଁ ସରକାର ଉଦ୍ୟମ କରୁଛନ୍ତି । ଲାଦାଖ ହିମାଳୟର ବୃଷ୍ଟିଛାୟାରେ ଅବସ୍ଥିତ ଥିବାରୁ ଖୁବ କମ ବର୍ଷା ହୁଏ । ଶୀତ ଦିନରେ ସବୁଆଡ ବରଫରେ ଭରି ଯାଏ । ରାସ୍ତା ବନ୍ଦ ହୋଇଯାଏ । ମୁଖ୍ୟ ନଦୀ ଜାନସ୍କର ର ଶଯ୍ୟା କଠିନ ବରଫରେ ଭରିଯା ଏ । ନଦୀ ଶଯ୍ୟାରେ ଭ୍ରମଣକାରୀଙ୍କ ଦ୍ୱାରା ପ୍ରସିଦ୍ଧ ଚାଦର ଟ୍ରେକ (ଉଷବୟବକ୍ସ ଞକ୍ସରଳ) ଅନୁଷ୍ଠିତ ହୁଏ । ଗ୍ରୀଷ୍ମ କାଳ ଖୁବ ଆରାମ ଦାୟକ । ତାପମାତ୍ରା ୩ ରୁ ୩୦ ଡିଗ୍ରୀ ସେ.ମଧ୍ୟରେ ରହେ । ଶୀତ ଦିନେ-୨୧ରୁ-୩ ଡିଗ୍ରି ସେ.ରହିଥାଏ । ଜଳବାୟୁ ପରିବର୍ତ୍ତନ ଯୋଗୁ ଫ୍ଲାସ ଫ୍ଲଡ ଘଟୁଛି । ଏକ୍ଷକ୍ଟଭବକ୍ଷ ଡବକ୍ସଜ୍ଞସଦ୍ଭଶ ହୋଇ ଗ୍ଲାସିଅର ତରଳି ଏପରି ଘଟୁଛି । ଏକ୍ଷବମସବକ୍ସ ଗବଦ୍ଭ ନାମରେ ପରିଚିତ ଉଷରଙ୍ଗବଦ୍ଭଶ ଘକ୍ଟକ୍ସକ୍ଟ୍ରଷରକ୍ଷ ଙ୍କ ପ୍ରଚେଷ୍ଟାରେ ଗ୍ଲାସିଅରର ସୁରକ୍ଷା ପାଇଁ କାମ ଆରମ୍ଭ ହୋଇଛି ।
ଲାଦାଖର ଶୀତଳ ଜଳବାୟୁରେ ନଦୀ ଶଯ୍ୟା ଓ ଜଳାଭୂମିରେ ବାର୍ଲ ିଜାତିୟ ଫସଲ ଓ କିଛି ପନିପରିବା ଚାଷ ହୁଏ । ଲାଦାଖରେ ଅନେକ ପ୍ରଜାତିର ପଶୁପକ୍ଷୀ ଦେଖା ଯାଆନ୍ତି । ସେଗୁଡିକ ହେଲେ ଏସିଆଟିକ ଆଇବେକ୍ସ (ଓଭବଙ୍ଘ), ନୀଳ ମେଷ(ଈକ୍ଷଙ୍କର ଝଷରରକ୍ଟ୍ର), ଲାଦାଖ ଉରାଲ, ତିବେତାନ ରଜିଲ, ସ୍ନୋ-ଲିଓପାଡ, ହେଟାବାଘ, ତିବେତାନ ଆଣ୍ଟିିଲୋପ, ଗାଜିଲା, ବଣୁଆ ଗଧ, ଲିନକ୍ସ, ସାଣ୍ଡ ଫକ୍ସ । ଏଗୁଡିକର ଲୋମର ବହୁତ ଚାହିଦା ବିଦେଶରେ ଅଛି । ଏକ ସ୍ୱତନ୍ତ୍ର ରାଜ୍ୟ ପାଇଁ ତଥା ଆତଙ୍କ ବାଦୀ କବଳରୁ ମୁକ୍ତ ି ଲାଭକରି ଲାଦାଖର ଅଧିବାସୀ ମାନେ ଏକ ନୂତନ ସ୍ୱର୍ଣ୍ଣିଳ ଭବିଷ୍ୟତ ପାଇଁ ବେଶ ଆଶାବାଦୀ ଅଛନ୍ତି ।
ଡାଃ ସୁରନେ୍ଦ୍ର ନାଥ ଦାଶ, ଓଡ଼ିଶା ନୁ୍ୟଜ୍ ସର୍ଭିସ୍, ଉମରକୋଟ, ନବରଙ୍ଗପୁର,ମୋ:୯୪୩୭୨୩୫୩୮୬

Leave a Reply

Your email address will not be published. Required fields are marked *