ମଣ୍ଡି ଯନ୍ତ୍ରଣା

ସବୁ ମୁହଁରେ ଗୋଟିଏ କଥା, ମଣ୍ଡିରୁ ଧାନ କାହିଁକି ଉଠୁନି ? ଦିନ ଦନି ଧରି ଭୋକ ଉପାସ ରେ ଚାଷୀ ଅଖିଆ ଅପିଆ ଶୀତ କାକର ରେ ତା ଧାନ ବସ୍ତା ଜଗି ଖୋଲା ଆକାଶ ତଳେ ପଡିଛି । ଶୀତ ଯାଇ ଗ୍ରୀଷ୍ମ ଆସିଲାଣି । ଅଦିନିଆ ବର୍ଷା କୁଆ ପଥର ମାଡରେ ତା ଧାନ ଗଜା ହେଲାଣି । ମାତ୍ର ଧାନ ଉଠି ପାରୁନି । କାହା ପାଖକୁ ଟୋକନ ଆସିଛି ତ କାହା ପାଖ କୁ ଆଦୌ ଟୋକନ ଆସିନି । କାହିଁ ଆସିନି ତାର ଉତ୍ତର ଦେବାକୁ କେହି ନାହାଁନ୍ତି । ଟାରଗେଟ ପୂରଣ ହେଲାଣି କହି ମଣ୍ଡି ବନ୍ଦ ହେଲା ବୋଲି କୁହା ଯାଉଛି । ଚାଷୀ ଟୋକନ ଧରି ମୁଣ୍ଡ ରେ ହାତ ପିଟୁଛି । ଧାନ ବିକିଲେ ସାହୁକାର ଋଣ ଦେବ, ପିଲା ମାନଙ୍କ ପାଇଁ କପଡା କିଣିବ, ସ୍କୁଲ ଫି ଦେବ,ଅନେକ ସ୍ୱପ୍ନ ସେ ଦେଖୂଥିଲା,ହେଲେ ସବୁ ପାଣିଚିଆ ହୋଇଗଲା ।
ଏବର୍ଷ ସରକାର ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ଧାନ କିଣି ସାରିଲେଣି ବୋଲି କହି ବାହାବା ନଉଛନ୍ତି(୫୬ ଲକ୍ଷ କୁ୍ୟଣ୍ଟାଲ) । ବିଧାନ ସଭାରେ ମଣ୍ଡି ତାତି । ସବୁ ଦିନେ ହୋ ହାଲା,ଟେବୁଲ ବାଡିଆ, ମାଇକ ଫିଙ୍ଗା, ସଭା ଚାଲି ପାରୁନି । ଜଣେ ବିଧାୟକ ଏଥିପାଇଁ ଆତ୍ମହତ୍ୟା କରିବାକୁ ମଧ୍ୟ ଚେଷ୍ଟା କରି ସାରିଲେଣି । ଆଜି ବିଜେପି ବିଧାୟକ ମାନେ ନବିନ ନିବାସରେ ପହ­ଞ୍ଚଲେଣି । ପଶ୍ଚିିମ ଓଡିଶାର ବରଗଡ,ଅତାବିରା, ସୋହଲା,ନୂଆପଡା ଭଳି ଯାଗାରେ ଚାଷୀ ମାନେ ରାଜ ରାସ୍ତାରେ ଧାନ ବସ୍ତା ରଖି ବାଟ ବନ୍ଦ କରିଛନ୍ତି । ଧାନ ବସ୍ତା ନେଇ ବିଭିନ୍ନ ସରକାରୀ ଅଫିସ ଭିତରେ ଗଦା କଲେଣି । ସମବାୟ ସମିତି ମାନରେ ତାଲାଠୁଙ୍କି ଦେଲେଣି । ଗୋଟେ ଗଣତନ୍ତ୍ର ରାଷ୍ଟ୍ର ରେ ସରକାର ଏପରି ସମ୍ବେଦନ ହୀନତା ହେବାର କାରଣ କଣ? ତାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଛି ।
        ମଣ୍ଡି ବ୍ୟବସ୍ଥା କିଛି ନୂଆ କଥା ନୁହେ । ଏହା ଏକ ପାରସିକ ଶଦ୍ଦ । ମୋଗଲ ଯୁୁଗରୁ ଚଳି ଆସୁଛି । ଏହା ବଜାର ବ୍ୟବସ୍ଥାକୁ ବୁଝାଏ । ଦିଲ୍ଲୀର ସବଜିମଣ୍ଡି, ଢାକାର ଧାନ ମଣ୍ଡି ନା କେଉଁ କାଳରୁ ଅଛି । ଆବହ ମାନ କାଳରୁ ଗାଁର ଲୋକ ମାନେ ନିଜର ଉତ୍ପନ ଦ୍ରବ୍ୟ ଜୁ ମୁଣ୍ଡରେ କିମ୍ବା ଶଗଡ, କାନ୍ଧରେ ବୋହ ି ବିକ୍ରୟ ପାଇଁ ହାଟ କୁ ନିଅନ୍ତି । ସେଠାରେ ବେପାରୀ ମାନେ ଆସି ଥାଆନ୍ତି । ଦରଦାମ ନେଇ ଆଲୋଚନା ପରେ ଏକ ଦର ସ୍ଥିର ହୁଏ, ତାପରେ କିଣା ବିକା ହୁଏ । ସାଙ୍ଗେ ସାଙ୍ଗେ ପଇସା ମିଳେ । ଏହା ଉପରେ ସରକାର ଙ୍କର ନିୟନ୍ତ୍ରଣ ନଥିଲା । ବଜାରର ନିଜସ୍ୱ ପ୍ରକ୍ରୀୟାରେ ଆବଶ୍ୟକତା ଓ ମହଯୁଦ ପରିମାଣ ନେଇ ଦର କମି ବେଶି ହୁଏ । ଛାଡଖାଇ ବେଳେ ମାଛ ମାଂସର ଉଚ୍ଚା ଦର, ବର୍ଷା ଦିନେ ପିଆଜ, ଟମାଟୋର ଦର ବୃଦ୍ଧି ସାଧାରଣ କଥା । ଉପାôଦନ ବଢିଲେ ଦର ଛାଏଁ କମି ଯାଏ , ଯେପରି ଟମାଟୋକୁ ବର୍ତ୍ତମାନ ବ୍ୟବସାୟୀ ମାନେ ମାଗଣାରେ ବାଣ୍ଟୁଛନ୍ତି । ଆମ ଗଣ ମାଧ୍ୟମ ଖାଲି ବଜାର ରେ ଲାଗିଲା ନିଆଁ ଲେଖି ତୁଛା ହଟ ଚମଟ ସୃଷ୍ଟି କରନ୍ତି ।
ଇଂରେଜ ମାନେ ତାଙ୍କ ଶାସନ କାଳରେ କୌଣସି ବ୍ୟବସାୟରେ ସରକାରୀ ହସ୍ତକ୍ଷେପକୁ ପସନ୍ଦ କରୁନଥିଲେ ।ଏପରି କି ନଅଙ୍କ ଦୁର୍ଭିକ୍ଷ ବେଳେ ମଧ୍ୟ ନୁହଁ । ସେମାନେ କହୂଥିଲେ “ଗବକ୍ସଳରଗ୍ଧ ଗ୍ଦଷକ୍ଟଙ୍କକ୍ଷୟ ଭର ଶଙ୍କସୟରୟ ଭଚ୍ଚ ସଗ୍ଧଗ୍ଦ କ୍ଟଙ୍ଗଦ୍ଭ ୟଚ୍ଚଦ୍ଭବଜ୍ଞସମ ଲକ୍ଟକ୍ସମର”ା
ଦିତୀୟ ମହାଯୁଦ୍ଧ ପରେ ସରକାର ବଜାର ଉପରେ ନିୟନ୍ତ୍ରଣ ଆରମ୍ଭ କଲେ । ଆସିଲା କଣ୍ଟ୍ରୋଲ ଓ କଳାବଜାର ର ଯୁଗ । ଅସାଧୁ କର୍ମଚାରୀ ଓ ବ୍ୟବସାୟୀ ମାନେ କୁତ୍ରିମ ଅଭାବ ସୃଷ୍ଟି ସେହ ିସୁଯୋଗରେ ସମାଜ କୁ ଲୁଟିଲେ, କଳା ବଜାର ଶଦ୍ଦର ସୃଷ୍ଟି ହେଲା । ଚାଉଳ ,ଲୁଗା ଚିନି,କିରୋସିନି , ସିମେଣ୍ଡ.ଶିଶୁ ଖାଦ୍ୟ, କିପରି ଅଭାବ ପଡେ ଲୋକେ ବିକଳ ହୋଇ ଧାଇଁ ଧାଇଁ ଶେଷକୁ କିଳାପୋତା ଦେଇ କିଣନ୍ତି, ତାହାନେଇ ସୁଅ ମୁହଁରେ ପତର ଭଳି ଅନେକ ଗଳ୍ପ ଲେଖା ହୋଇଛି । ଥରେ ନିୟନ୍ତ୍ରଣ ଉଠିଗଲେ କିପରି ବଜାରରେ ସବୁ ଜିନିଷ ଭର୍ତ୍ତି ହୋଯାଏ,ତାହା ଜରୁରୀ ଅବସ୍ଥା ପରେ ଲୋକେ ଦେଖିଲେ । ନିୟନ୍ତ୍ରଣର ଅନ୍ୟ ନାମ ଘୋଟଲା । ଏ କଥା କିଏ ନଜାଣେ? କିଛି ଦୁର୍ନୀତି ଗ୍ରସ୍ତ ନେତା ଓ ବେପାରି ଦଳକୁ ଚାନ୍ଦା ଦିଅନ୍ତି । ସେମାନଙ୍କର ଲାଭ ପାଇଁ ସରକାର ନାନା କଟକଣା ଜାରି କରନ୍ତି । ସେହି କଟକଣା ରୂପି ଅସ୍ତ୍ର ଧରି ଅଫିସର ମାନେ ବ୍ୟବସାୟୀଙ୍କୁ ଶୋଷଣ କରନ୍ତି ।
         ୧୯୬୬-୬୭ ମସିହାରେ ସରକାର ଦେଶ ରେ ଅଭାବ ପଡୁଥିବା ଖାଦ୍ୟ ଶସ୍ୟ ର ଅଧିକ ଉତ୍ପାଦନ ପାଇଁ ଅନେକ ନୂଆ ଯୋଜନା କଲେ । ସେଥିରୁ ଗୋଟିଏ ହେଲା ଏମ.ଏସ .ପି (ଗସଦ୍ଭସଜ୍ଞଙ୍କଜ୍ଞ ଗ୍ଦଙ୍କକ୍ଟ୍ରକ୍ଟ୍ରକ୍ଟକ୍ସଗ୍ଧ କ୍ଟ୍ରକ୍ସସମର)) ନିର୍ଦ୍ଧାରଣ ଓ ଅନ୍ୟ ଟି ହେଲା ଇନ ପୁଟ ସବସିଡ (ଓଦ୍ଭକ୍ଟ୍ରଙ୍କଗ୍ଧ ଝଙ୍କଭଗ୍ଦସୟ) ପ୍ରଦାନ । ଚାଷୀ ମାନେ କିପରି ଆଗ୍ରହରେ, ଲାଭ ସହିତ କୃଷି ଉତ୍ପାଦନ କରିବେ, ସେଥିପାଇଁ ସରକାର ବିଭିନ୍ନ ପାହାଚରେ ଆର୍ଥିକ ଅନୁଦାନ ପ୍ରୋସôାହନ ଦ୍ୱାରା ଚାଷୀ ର ବୋଝ ଲାଘବ କଲେ । ସେଗୁଡିକ ହେଲା ବିହନ,ମଞ୍ଜି, କୀଟନାଶକ ଔଷଧ ଓ ଫର୍ଟିଲାଇଜର, କୃଷି ଯନ୍ତ୍ରପାତି କିଣା,ଜଳ ସେଚନ ଓ ବିଦୁ୍ୟତ ଶକ୍ତି ଯୋଗାଣରେ ରିହାତି, ଫସଲ ବୀମା ବ୍ୟବସ୍ଥା କରିବା ଭଳି ପଦକ୍ଷେପ । ବଜାର ମୂଲ୍ୟ ଠାରୁ ଚାଷୀ କୁ ରିହାତିରେ ପାଇବାର ବ୍ୟବସ୍ଥା ଆଜକୁ ପଚାଶ ବର୍ଷ ହେଲା ସରକାର କରିଆସୁଛନ୍ତିି । ଏହା ଫଳରେ ଆମର ସବୁଜ ବିପ୍ଲବ ହୋଇ ଉତ୍ପାଦନ ପ୍ରାୟ ପାଞ୍ଜ ଗୁଣ ବୃଦ୍ଧି ପାଇଛି ଓ ଆମେ ନିଅଁଟିଆ ଦେଶ ରୁ ବଳକା ରାଷ୍ଠ୍ରରେ ପରିଣତ ହୋଇଛୁ ।
ଉତ୍ପାଦନ ପରେ ତାର ଉତ୍ପାଦନ ଖର୍ଚ୍ଚ, ନିଜର ଓ ପରିବାରର ପରିଶ୍ରମ,ଚାଷ ପାଇଁ ଲାଗିଥିବା ମୂଳଧନର ସୁଧ ଓ ଜମିର ପ୍ରାପ୍ୟ ଭରଣା କରି ଚାଷିକୁ ଲାଭ ଦେବା ପାଇଁ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ଗସଦ୍ଭସଜ୍ଞଙ୍କଜ୍ଞ ଝଙ୍କକ୍ଟ୍ରକ୍ଟ୍ରକ୍ଟକ୍ସଗ୍ଧ ଚକ୍ସସମର ନିର୍ଦ୍ଧାରଣ କରି ଥାଆନ୍ତି । ଏହା ପ୍ରତିବର୍ଷ ଦର ବୃଦ୍ଧି ସହ ତାଳ ରଖି କମ ବେଶି ହୋଇଥାଏ । ଧାନ ସମେତ ସାତ ଟି ଖାଦ୍ୟ ଶସ୍ୟ ପାଇଁ ସରକାର ଏମ.ଏସ.ପି.ଘୋଷଣା କରିଛନ୍ତି ।ଏବର୍ଷ ଗହମର ୧୭୯୫ ଟଙ୍କା ଓ ଧାନ ପାଇଁ ୧୮୬୬ ଟଙ୍କା ଏମଏସପି ଘୋଷିତ ହୋଇଛି । ଚାଷୀ ଯେପରି ଏହି ବିକ୍ରୟ ମୂଲ୍ୟ ପାଏ ସେଥିପାଇଁ ସରକାର ମଣ୍ଡିରେ ତାଙ୍କ ପ୍ରତିନିଧି (ଇଚଗଉଝ) ଙ୍କ ଦ୍ୱାରା ଗହମ ଓ ଧାନ କୁ କିଣି ନିଅନ୍ତି ଓ ଚାଷି କୁ ତାର ମୂଲ୍ୟ ତା ବ୍ୟାଙ୍କ ଖାତା କୁ ପଠାନ୍ତି । ଦୁଇ ତିନି ବର୍ଷ ହେଲା ଅନଲାଇନରେ ସବୁ ହେଉଅଛି । ତା ପରେ ମଣ୍ଡି ବ୍ୟବସ୍ଥାର ଦୁର୍ବଳତା ଧରା ପଡିଛି ।ଏହି ବ୍ୟବସ୍ଥାରେ ଜଣେ ଚାଷୀ ବିକ୍ରୟ ଆଗରୁ ନିଜର ପଟ୍ଟାଜମିର କାଗଜପତ୍ର, ଆଧାର ପରିଚୟ ଓ ବ୍ୟାଙ୍କ ନମ୍ବର ଦେଇ ନାମ ପଞ୍ଜିକୃତ ତା ବିକ୍ରୟ ସଂସ୍ଥା ପାଖରେ କରେ । ସେ କେତେ ଧାନ ବିକି ପାରିବ,ତାହା ହିସାବ ହୋଇ ଟୋକନ ପାଇବାକୁ ଆବେଦନ କରାଯାଏ । କିଛିଦିନ ପରେ ତା ଫୋନ ନମ୍ବରକୁ ଟୋକେନ ଆସି ସେ କେଉଁଦିନ କେତେ ବସ୍ତା ଧାନ, କେଉଁ ମଣ୍ଡକି ନବ ଖବର ଆସେ । ଏଣେ ସରକାର ରାଜ୍ୟରେ ଥିବା ଧାନ ମିଲର ମାନଙ୍କୁ ପଞ୍ଜିକୃତ କରିବା ପାଇଁ ଆହ୍ୱାନ କରନ୍ତି । ସେମାନେ କେତେ ଧାନ ନେବେ, ତାହାର ଟାରଗେଟ ଦିଅନ୍ତି । ଧାନ ମିଲିଙ୍ଗ ପରେ କେତେ ଚାଉଳ କେଉଁ ଗୋଦାମରେ ଦେବେ ତାହା ନିଦେ୍ର୍ଦଶ ଥାଏ । ତା ପାଇଁ ସେମାନେ ତାଙ୍କର କମିଶନ ପାଆନ୍ତି । ଏଣେ ନିର୍ଦ୍ଧିଷ୍ଟ ଦିନ ସରକାର ଙ୍କର ପ୍ରତି ନିଧି ସମବାୟ ସମିତି, ଲ୍ୟାମ୍ପସ,ଆର.ସି.ଏମ ଏସ,ସ୍ୱଂୟ ସହାୟକ ଗୋଷ୍ଠି ଗୃପ ମାନଙ୍କୁ ଧାନ କ୍ରୟ ପାଇଁ କ୍ଷମତା ଦିଆ ଯାଏ । ସେମାନେ ଧାନ ପରୀକ୍ଷାକରି(ଏଫ କୁ୍ୟ) କିଣି ମିଲ ମାନଙ୍କୁ ପଠାନ୍ତି । ଏତିକି ବେଳେ କଟନିିଛଟନି କଥା ଉଠେ । ବସ୍ତା ମୂଲ୍ୟ ଓ ପରିବହନ ଖର୍ଚ୍ଚକୁ ହଡପ କରାଯାଏ । କେନ୍ଦ୍ର ସରକାରଙ୍କ ନିଷେଧ ପରେ ମଧ୍ୟ ରାଜ୍ୟ ସରକାର ବିକ୍ରୟ ଉପରେ ସେସ, ମଣ୍ଡି ଫି ଦଲାଲ ଫି ଆଦାୟ କରନ୍ତି । ତାଙ୍କ ଲିଷ୍ଟ ଗଲା ପରେ ଚାଷୀର ଅର୍ଥ ତା ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଏ ।
           ଚାଉଳ ମାନ ମିଲର ମାନେ ରାଜ୍ୟ ଯୋଗାଣ ନିଗମକୁ ହସ୍ତାନ୍ତର କଲା ପରେ ନିଗମ କେନ୍ଦ୍ର ଖାଦ୍ୟ ନିଗମ (ଏଫ.ସି.ଆଇ.) କୁ ହସ୍ତାନ୍ତର କରେ ।
ପରେ ଚାଉଳ ମାନ ଆବଶ୍ୟକାତା ଅନୁଯାୟୀ ଏଫ.ସି .ଆଇ ଗୋଦାମ ରୁ ଖାଦ୍ୟ ସୁରକ୍ଷା ଯୋଜନାରେ ବିଭିନ୍ନ ପଂଚାୟତକୁ ଗରିବ ମାନଙ୍କ (ବିପିଏଲ) ଟଙ୍କାାକିଆ ଚାଉଳ ଆକାର ରେ ଯାଏ । ସ୍କୁଲ, ଅଙ୍ଗନବାଡି କେନ୍ଦ୍ରକୁ ମଧ୍ୟାହ୍ନ ଭୋଜନ ପାଇଁ ଯାଏ । ଏ ଗୁଡିକ ବଣ୍ଟନ ପାଇଁ ରାଜ୍ୟ ସରକାର ଗୋଦାମ ଏଜେଣ୍ଟଙ୍କୁ ଦାୟିର୍ୱ ଦିଅନ୍ତି । ଘଟଣା ଟା ସରଳ ଲାଗିଲେ ମଧ୍ୟ ତାହା ନୁହେ । ଏଫିସିଆଇ ଗୋଦାମରୁ ଏଜେଣ୍ଟ ପାଖକୁ ବଣ୍ଟନ ପାଇଁ ଚାଉଳ ଗଲାପରେ ଘୋଟଲା ଆରମ୍ଭ ହୁଏ । କିଛି ବର୍ଷ ତଳେ ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରି ହେଲାପରେ, ରାଜ୍ୟରେ ରାତା ରାତି ଶହଶହ ଚାଉଳ କଳ ମୁଣ୍ଡ ଟେକିଲେ । ହଟାତ ସେମାନଙ୍କର ଅହେତୁକ ବୃଦ୍ଧିି ପଛରେ କାରଣ ହେଉଛି, ସରକାରଙ୍କୁ ପିଡିଏସ. ଚାଉଳ ଯୋଗାଇବା । ଯାହା ଧାନ କିଣା ଯାଉଛି ସେମାନେ ତାହା ସରକାରଙ୍କ ଠାରୁ ଗ୍ରହଣ କରି ଚାଉଳ କଲାପରେ ତାହା ଗୋଦାମ (ଡବକ୍ସର ଐକ୍ଟସଙ୍କଗ୍ଦର) କୁ ଯାଉଛି,ଏଜେଣ୍ଟ ମାନେ ଗୋଦାମ ରୁ ନିଜ ଗୋଦାମକୁ ଆଣି ଅନୁଷ୍ଠାନରେ ବାଣ୍ଟୁଛନ୍ତି , ସେଥିରୁ ଏକ ବଡ ଭାଗ ଖାଲି କାଗଜ ପତ୍ରରେ ଯିବା ଆସିବା ହେଉଛି । ଧରନ୍ତୁ କାଗଜ ପତ୍ରରେ ୫୬ ଲକ୍ଷ କୁ୍ୟଣ୍ଟାଲ କହିଲେ, ମଧ୍ୟ ବାସ୍ତବରେ କମ ଧାନ କିଣା ଯାଇଛି । ଏହାର ଏକ ବଡ ଅଂଶ ମିଛରେ କାଗଜ ପତ୍ରରେ କିଣା ଦେଖା ହୋଇଛି । ତାହାପାଇଁ ପରିବନନ ଖର୍ଚ୍ଛ ମଧ୍ୟ ଅସୁଲ ହୋଇଛି । ସେହିପରି ମିଲ ମାନଙ୍କର ମିଲିଙ୍ଗ ମଧ୍ୟ ଅନେକ ଭାଗ ମିଛ । ବାସ୍ତବରେ ଧାନ ଆଦୌ କିଣାହୁଏ ନା କି ମିଲକୁ ଯାଏନା କି ଚାଉଳ ମଧ୍ୟ ବାହାରେ ନାହିଁ । ପିଡିଏସ ଚାଉଳ ଆତ୍ମସାତ କରି ଚାଉଳ ଏଜେଣ୍ଟ ମାନେ କେବଳ ରିସାଇକେଲଙ୍ଗ କରନ୍ତି । ନେତା, ଅଫିସର, ପାର୍ଟି ସାମ୍ବାଦିକ ସମେସ୍ତ ପଣି ପାଆନ୍ତି । ଏହି ମିଲ ମାନେ ଗୋଟାଏ ବସ୍ତା ଧାନ ମଧ୍ୟ ଚାଉଳ କରି ବଜାର କୁ ଛାଡନ୍ତି ନାହି । ବଜାର ରେ ମିଳୁଥିବା ସମସ୍ତ ଚାଉଳ ରାୟପୁର କିମ୍ବା କଲିକତା,ବିଳାସପୁରର ମିଲ ମାନଙ୍କରୁ ଆସେ । ଆମ ଓଡିଶା ର ମିଲ ମାନେ କେବଳ ରିସାଇକେଲିଙ୍ଗ ଉପରେ ନିର୍ଭର ଶୀଳ ଥିଲେ । ମୋଦି ଠିକ ଆଙ୍କ ର ନାଡି ଜାଣି ମଣ୍ଡି ଘୋଟାଲା ବନ୍ଦ କରିବାକୁ ଫାର୍ମ ବିଲ ଆଣିଛନ୍ତି । ଦେଣ ନେଣ ଇଲେକ୍ଟ୍ରୋନିକ ହେବାରୁ ରିସାଇକେଲିଙ୍ଗ ହୋଇ ପାରୁନି । ତେଣୁ ବିଭିନ୍ନ ଆଳ ଦେଖାଇ ମିଲର ମାନେ ଅଙ୍ଗୁର ଖଟା କହି,ଆଉ ଧାନ ଉଠାଉ ନାହାନ୍ତି । ମିଛ ଟୋକନ,ଭୂତ ଚାଷୀଙ୍କ ନାଁ ପୁରାଉ ଥିବା ସମବାୟ ଅନୁଷ୍ଠାନ ମାନେ ମଧ୍ୟ ଧରା ପଡି ହନ୍ତସନ୍ତ ହେଉଛନ୍ତି । ଏମାନ ଙ୍କର ପୃଷ୍ଠପୋଷକ ଥିବା ରାଜ୍ୟ ସରକାର ମିଛରେ ତୁମ୍ବି ତୋଫାନ କରୁଛନ୍ତି । ରାଜ୍ୟରେ ବର୍ତ୍ତମାନ ୨.୭ ମିଲିଅନ ଟନ(୨,୭ କୋଟି କୁ୍ୟଣ୍ଟାଲ)ସରିକି ଧାନ ବାହାରୁଛି । ସେଥିରୁ ୫୬ ଲକ୍ଷ କୁ୍ୟଣ୍ଟାଲ ଏବର୍ଷ ମଣ୍ଡିରେ କିଣା ଯାଇଛି । ଏଥିରୁ ଏକ ବଡ ଭାଗ ଫେକ ବା ମିଛ । ଅନ୍ୟ ଧାନ ଚାଷୀ କିପରି ବିକିବ ତାର ବ୍ୟବସ୍ଥା ନାହିଁ । ବ୍ୟବସାୟୀ ମାନେ ନେଲେ ସେମାନଙ୍କୁ ବାହାରକୁ ପଠାଇବାକୁ ଅନୁମତି ଦିଆ ଯାଉ ନାହିଁ । ବାଟରେ ଧରି ନାନା ହଇରାଣ କରା ଯାଉଛି । ଖୋଲା ବଜାରକୁ ଚାଉଳ ଦବା ପାଇଁ କୈାଣସି ମିଲ ଓଡିଶାରେ ରାଜି ନୁହଁନ୍ତି । ସେମାନେ ମଧ୍ୟ ବିପିଏଲ ପରି ସୁସ୍ଥି ହୋଇ ଗଲେଣି । ମାଗଣା ବା କଳାବଜାର ଚାଉଳ ମିଳୁ ଥିବାରୁ ରାଜ୍ୟରେ ଚାଉଳର ଚାହିଦା ଆଦୌନାହିଁ । ଏମସ ିପି ରେଟରେ ବେପାରି ମାନେ ଧାନ କିଣୁ ନାହାଁନ୍ତି । ବିକ୍ରି ହେଲେ ହିଁ ବେପାରି ମାନେ ଧାନ କିଣି ପାରିବେ । ମହା ଦୁର୍ନିତିର ଆଖଡାଶାଳା ସମବାୟ ବିଭାଗ, ଯୋଗାଣ ବିଭାଗ ମାନ ମୋଦି ଙ୍କର ଫାର୍ମ ବିଲ ଆସିଲେ ବେସାହାରା ହୋଇ ପଡିବେ । ସେମାନଙ୍କର ଦୁଧିଆଳୀ ଗାଈ ସେଭେନ ଇସି ଆଉ ରହିବ ନାହିଁ ।
        ଏହାଛଡା ଭାଗ ଚାଷୀ,ପଟ୍ଟା ନଥିବା ଜମିରେ ଚାଷ କଲେ,ଧାନ ସେ କିପରି ବିକିବ ତାହାର ବ୍ୟବସ୍ଥା ନାହିଁ ।
ମଣ୍ଡି ନାମରେ ଲୋକମାନଙ୍କୁ ଯାହା ହନ୍ତସନ୍ତ କରାଗଲାଣି । ଏକ ଗଣତନ୍ତ୍ର ରାଷ୍ଟ୍ରପାଇଁ ତାହା କଳଙ୍କ । ଶୀଘ୍ର କିପରି ଏହାର ସମାଧାନ ହେବ ତାହା ପାଇଁ ସରକାର ତତ୍ପର ହେବା ଉଚିତ । ଫାର୍ମ ବିଲକୁ ଆପଣାଇ, ଶୀଘ୍ର ଏ କଳା ଅଧ୍ୟାୟର ପରିସମାପ୍ତି ଦେଶ ପାଇଁ ମଙ୍ଗଳକର ହେବ ।
ଡାଃ ସୁରେନ୍ଦ୍ର ନାଥ ଦାଶ, ଓଡ଼ିଶା ନୁ୍ୟଜ୍ ସର୍ଭିସ୍, ଉମରକୋଟ, ନବରଙ୍ଗପୁର, ମୋ:୯୪୩୭୨୩୫୩୮୬

Leave a Reply

Your email address will not be published. Required fields are marked *