କଟକ ନଗର, ଧବଳ ଟଗର

କଟକ ନଗର, ଧବଳ ଟଗର

ଭକ୍ତକବି ମଧୁସୁଦନ ରାଓ ନିଜର ପୁସ୍ତକ ବର୍ଣ୍ଣବୋଧ େ ର ଲେଖିଥିବା ଏହି ଦୁଇ ଧାଡି ଯେ କାଳଜୟୀ ହୋଇ ରହିଯିବ, ତାହା କବି କଳ୍ପନା କରିନଥିଲେ । ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ବିଶାଳ ଓଡିଶାର ଗର୍ବ, ଗୌରବ ଓ ସଂସ୍କୃତିର ପ୍ରତୀକ ଥିଲା କଟକ । ଓଡିଶାର ନୂତନ ଜାଗରଣ, ଜ୍ଞାନର ବିକାଶ, ରାଜନୈତିକ ଚେଚନାର ସୃଷ୍ଟି କଟକ ସହରରୁ ହିଁ ହୋଇଥିଲା । ନୂତନ ଓ ସ୍ୱତନ୍ତ୍ର ପ୍ରଦେଶ ଗଠନର ମୁଳୁଦୂଆ ପକାଯାଇ ୧୯୦୩ ମସିହାରେ ଏହି ସହର ରେ ଉକôଳ ସମ୍ମିଳନୀ ବସି କୁହାଯାଇଥିଲା, “ଏହି ସମ୍ମିଳନୀ ଜାତିପ୍ରାଣ ସିନ୍ଧୁ କୋଟିପ୍ରାଣ ବିନ୍ଦୁ ଧରେ, ତୋର ପ୍ରାଣ ବିନ୍ଦୁ ମିଶାଇ ଦେ ଭାଇ ଡେଇଁ ପଡି ସିନ୍ଧୁନିରେ ।”
ଦିନ ଥିଲା ଓଡିଶା କହିଲେ କଟକ ବୁଝାଉଥିଲା । ଆଜି କର୍ପୁର ଉଡିଯାଇ କନା ପଡିଲେ ବି କଟକରେ ଯିଏ ରହିଛି, ତା ପାଣି ପିଇଛି ପୁରୁଣା ଦିନର କଥା ମନେ ପକାଇ ଝୁରି ହେଉଛି । ।
ଗୋଟିଏ କଡରେ ବିଶାଳ ବକ୍ଷା ମହାନଦୀ, ଆର କଡରେ କାଠଯୋଡୀ ,ତଳକୁ ଛନ୍ଦା ଛନ୍ଦି ହୋଇ ବିରୁପା, ବିଲୁଆଖାଇ, କୁଆଖାଇ, ଦୟା ଶାଖା ପ୍ରଶାଖା ନଦୀ ମାନ ଦ୍ୱ୍ିପା­ଳ ର ଗୋଲକ ଧନ୍ଦା ସୃଷ୍ଟି କରି କଟକ କୁ ଏକ ବିସ୍ମୟକର ପ୍ରତିରକ୍ଷା ପ୍ରଦାନ କରିଥିଲେ । ଖାସ ସେଥିପାଇଁ ଏହି ବାଲୁକାପୁର୍ଣ୍ଣ ସନ୍ତସନ୍ତିଆ ଭୂମି କୁ ୯୯୦ ମସିହାରେ କେଶରୀ ବଂଶର ନୃପ କେଶରୀ ରାଜ୍ୟର ରାଜଧାନୀ କରିଥିଲେ ।
ବନ୍ୟା ଆସିଲେ ସବୁ ନଦୀ ମିଶି ଏକା କାର ହୋଇ ଯାଉଥିଲେ । କଟକ ସହର ପାଣି ରେ ବୁଡି ଯାଉ ଥିଲା । ମର୍କତ କେଶରୀ ସେଥିପାଇଁ (୧୦୨୦ ମସିହା)ନଦୀ କଡରେ ପଥର ବନ୍ଧ ବାନ୍ଧି ଥିଲେ । ଗଙ୍ଗ ବଂଶର ଅନଙ୍ଗଭୀମ ଦେବ କଟକରେ ବାରବାଟୀ ଦୁର୍ଗ ନିର୍ମାଣ କରିଥିଲେ । ବିଡାନାସୀ–କଟକ ନାମରେ ପରିଚିତ ସେହି ବାଲୁକା ଶଯ୍ୟା,
ନଈପଠା ଓ କୂଳରେ କିଛି ଗୋପାଳ ମାନେ ଗାଈ ମଈଁଷି ରଖି ପଲା ମାରି ସେତେବେଳେ କଟକର ଅଧିବାସୀ ଥିଲେ । ନଈ ପଠାରେ ଦୁଇ ପୁରୁଷ ଉଚ୍ଚା ଘାସ(ଖରି) ବଢୁଥିଲା । ଶହ ଶହ ବାଘ,ହେଟା, ବିଲୁଆ ବୁଲୁଥିଲେ । ନଦୀ ପ୍ରାକୃତିକ ସୁରକ୍ଷା ଦେଉଥିବାରୁ ଏଠାରେ ରାଜଧାନୀ ବସାଇବାର ନିଷ୍ପତ୍ତି ହୋଇଥିଲା । ଓଡିଆ ଗଜପତି ମାନଙ୍କ ଦ୍ୱାରା ତିଆରି ରାଜପ୍ରାସାଦର ଚିହ୍ନ ଦେଖାଯାଏ ନାହିଁ । କେବଳ ବାରବାଟୀ ଦୁର୍ଗର ପ୍ରଧାନ ଦ୍ୱାର ,ଗଡଚଣ୍ଡି ମନ୍ଦିର, ମୁସଲମାନ ମାନେ ତିଆରି କରିଥିବା ବୁଖାରୀ ବାବାଙ୍କ ମଜିର, ଗଡ ଖାଇ, ପ୍ରାଚୀର ର କିଛି ଅଂଶଏକ ଦୁର୍ଗ ର ଚିହ୍ନ ବହନ କରେ । ସେ ସବୁ ମଧ୍ୟ ଲୋପପାଇ ଗଲାଣି । ଦୁର୍ଗ ମଝିରେ ଗୋଟାଏ ମାଟିକୁଦ ଥିଲା ଯେଉଁଠ ି ନଅ ତାଲା କୋଠା ଥିଲା ବୋଲି କିମ୍ବଦନ୍ତୀ ରହିଛି ।
୧୫୬୮ ମସିହାରେ ବଙ୍ଗଳା ମୁସଲମାନ ସେନାପତି କଳାପାହାଡ ଏହି ଦୁର୍ଗ ଆକ୍ରମଣ କରିଥିଲା ବୋଲି କଥା ଅଛି । ସେତେବେଳକୁ ରାଜା ମୁକୁନ୍ଦ ଦେବ ମୃତ । ସେନାପତି ଗୋବିନ୍ଦ ବିଦ୍ୟାଧର ଶତୃ ସହିତ ହାତ ମିଳାଇଲାଣି । ମହାରାଣୀ ନାନା ପ୍ରକାର ଉପହାର ଦେଇ ଶତୃକୁ ସ୍ୱାଗତ କରି ନିଜର ସମ୍ମାନ ରକ୍ଷା କଲେ ।
“ଅଇଲା କଳାପାହାଡ, ଭାଙ୍ଗିଲା ଲୁହାର ବାଡ, ପିଇଲା ମହାନଦୀ ପାଣି, ସୁବର୍ଣ୍ଣ ଥାଳିରେ ହିରା(ହେଡା) ପରଶିଲେ
ମୁକୁନ୍ଦ ଦେବଙ୍କ ରାଣୀ ।”
ଓଡିଶାର ସ୍ୱାଧିନତା ରବି ଅସ୍ତମିତ ହେଲା । ବାରବାଟୀ ଦୁର୍ଗ ମୁଖ୍ୟତଃ ଏକ ବନ୍ଦୀଶାଳ ହେଲା ଯେଉଁଠି ଓଡିଶାର ଗଜପତି ରାମଚନ୍ଦ୍ର ଦେବ ବନ୍ଦୀ ହୋଇ ମୁସଲମାନ ଧର୍ମ ଗ୍ରହଣ କରି ନାଏବ ନାଜିମ ତକି ଖାଁ ର ଭଉଣୀ କୁ ବିବାହ ପରେ ହାଫିଜ କାଦର ହୋଇଥିଲେ । ବଙ୍ଗର ନାଏବ ନାଜିମ ମାନେ କାଠଯୋଡ ି କୂଳର ଲାଲବାଗ ପ୍ରାସାଦରେ ରହିଲେ ।୧୫୯୨ ମସିହାରେ ମୋଗଲ ସେନାପତି ମାନସିଂ ଓଡିଶା ଅଧିକାର କଲେ । ମୁସଲମାନ ଅତ୍ୟାଚାର କିଛ ି ମାତ୍ରାରେ କମିଲା । ଗଜପତି ମାନେ ଖୋର୍ଦ୍ଦା ବରୁଣେଇ ଓ ରଥିପୁର ଗଡରେ ରହିଲେ । ପରେ ଇଂରେଜ ମାନଙ୍କ ଦ୍ୱାରା ସେଠାରୁ ତଡାଖାଇ ପୁରୀ ବାଲିସାହି ଉଆସରେ ବାସକଲେ ।
ଏହା ମଧ୍ୟରେ ଓଡିଶା ଦେଇ ବଙ୍ଗଳା ଉପରେ ବର୍ଗି ଆକ୍ରମଣ ଆରମ୍ଭ ହେଲା । ଦେଶରେ ଅରାଜକତା ଦୁର୍ଭିକ୍ଷ ପଡିଲା । ଦଶ ବର୍ଷର ଯୁଦ୍ଧ ପରେ ମରହଟା ମାନେ କଟକ ଅଧିକାର କଲେ(୧୭୫୧) ।୧୮୦୩ ମସିହାରେ ନାମ ମାତ୍ର ଯୁଦ୍ଧରେ ଇଂରେଜ ମାନେ ମରହଟ୍ଟାଙ୍କୁ ପରାସ୍ତ କରି କଟକ ଅଧିକାର କଲେ ଓ ବାରବାଟୀ ଦୁର୍ଗ କୁ ଭାଙ୍ଗି ପଥର ମାନ ନେଇ ରାସ୍ତା ପୋଲ ତିଆରିକଲେ । ଲୋକମାନେ ମଧ୍ୟ ପଥର ଖୋଳି ନିଜ ଘରକୁ ନେଇଗଲେ । ବଙ୍ଗଳା ଅଧିନରେ ଓଡିଶା ଏକ ଡିଭିଜନ ହୋଇ ରହିଲା (୧୮୧୬)ା କଟକ ରେ କମିସନର ଅଫିସ ଥିଲା । ସେତେବେଲେ କଟକ କହିଲେ କାଠଯୋଡ ି ନଦୀକୂଳର ଚାନ୍ଦିନିଚୌକ, ଚୌଧୂରି ବଜାର, ବାଲୁବଜାର, ନିମଚଉଡି ଓ ଆଖପାଖ ଅ­ଞ୍ଚଳକୁ ବୁଝାଉଥିଲା । ମହାନଦୀରେ ଡଙ୍ଗାରେ ମାଲମାନ ଆସି ମହାନଦୀ କୂଲରେ ମାତା ମଠ ପାଖରେ ରହୁଥିଲା । କାଠଯୋଡି କୂଳରେ ବର୍ତ୍ତମାନ ଜଜକୋର୍ଟ ସ୍ଥାନରେ ଲୁଣ ଗୋଦାମ ଥିଲା । ବାଉଁଶ, କାଠ ଖଣ୍ଡ ମାନ ନଦୀରେ ଭେଳା ଆକାରରେ ଆସୁଥିଲା । ଅନେକ ମାରଓା୍ୱଡି ଗୁଜୁରାଟି ଆଖପାଖରେ ଦୋକାନ ମାନ ଖୋଲିଲେ । ମୁଖ୍ୟତଃ ମାରୁଆଡି ପଟି,ଚୌଧୂରି ବଜାର, ଯାଉଁଳିଆ ପଟି ବାଲୁବଜାରରେ ସେମାନେ ରହିଲେ । ମୁସଲମାନ ରାଜତ୍ୱ ସମୟରେ ଅନେକ ସୈନ୍ୟ ଓ କର୍ମଚାରୀ ଆସି ବକ୍ସିବଜାର, ସେକ ବଜାର, ଉର୍ଦ୍ଦୁ ବଜାର,ମହମଦିଆ ବଜାର,ଖଟବିନ ସାହିରେ ରହିଲେ । ଇଂରେଜମାନେ ଆସିଲା ପରେ ଅନେକ ବଙ୍ଗାଳୀ କର୍ମଚାରୀ ଆସି ସହରରେ ରହିଲେ । ସୁଭାଷ ବୋଷଙ୍କ ପିତା ଜାନକୀ ବୋଷ ସେମାନଙ୍କ ମଧ୍ୟରେ ଅନ୍ୟତମ, ଅନେକ କଚେରୀ ରେ ଓକିଲ କାମ କଲେ । ସେମାନେ ରହୁଥିବା ସାହି କୁ ବଙ୍ଗାଳୀ ସାହି କୁହା ଯାଉଛି । କଟକ ସହର ଏପର୍ଯ୍ୟନ୍ତ କଚେରି ଆଖ ପାଖରେ ସିମିତ ଥିଲା । ଅନେକ ଆନ୍ଧ୍ର ତେଲଙ୍ଗା ଆସି ଶ୍ରମିକ,ଧୋବା , ରିକସା ଚାଳକ ହେଲେ । ତାଙ୍କ ନାରେ ତେଲଙ୍ଗ । ବଜାର ଗଢି ଉଠିଲା । ଓଡିଆ ମାନେ ମୁଖ୍ୟତଃ ଗଉଡ,ଶଗଡିଆ, ବୋଝ ବୁହାଳି,ଦୋକାନୀ(ସାହୁ ସଂପ୍ରଦାୟ) କେଉଟ,ପରିବା ବେପାରୀ ଭଳି କାର୍ଯ୍ୟରେ ନିଯୁକ୍ତ ଥେôଲ ।
ଗୌରିଶଙ୍କର ରାୟ, ନନ୍ଦକିଶୋର ବଳ, ମଧୁସୁଦନ ଦାସ,ଗୋପବନ୍ଧୂ ଦାସ, ବ୍ରଜବନ୍ଧୂ ସିଂ,ବିଶ୍ୱନାଥ କର, ରାଧାନାଥ ରାୟ ପ୍ରଥମ ଶିକ୍ଷିତ ଓଡିଆ ଗୋଷ୍ଠି ବାହାରି ସରକାରୀ ଚାକିରୀ କଲେ । ନଅଙ୍କ ଦୁର୍ଭୀକ୍ଷ ପରେ ଓଡିଶାର ପ୍ରଗତି ଆରମ୍ଭ ହେଲା । ଜୋବ୍ରାରେ ଆନିକଟ ହୋଇ କେନାଲ ମାନ ଖୋଳା ହେଲା । ସହର ଦେଇ ତାଳଦଣ୍ଡା କେନାଲ ଗଲା ଓ ବେଙ୍ଗଲ ନାଗପୁର ରେଲଲାଇନ ମାନ୍ଦ୍ରାଜ ଗଲା । ରେଲ ଲାଇନ ହେବାରୁ ମାଲ ମାନ ଆସି ଷ୍ଟେସନ ନିକଟରେ ମାଲଗୋଦାମ ଗଢି ଉଠିଲା । ତା ପାଖକୁ ପରିବା ବ୍ୟବସାୟ କେନ୍ଦ୍ର ଛତ୍ର ବଜାର ଗଢି ଉଠିଲା । ନଈ ଓ କେନାଲ ଦେଇ ଗ୍ରାମା­ଳକୁ ମାଲ ମାନ ସହଜରେ ଗଲା । ଓଏମି ଛକ, ଯେଉଁଠି ସାମରିକ ପୁଲିସ ବାଟାଲିଅନ ରହୁଛନ୍ତି,ତାହା ମରହଟା ମାନଙ୍କ ବାରାକ ଥିଲା ।
ରେଭେନସା କଲେଜ ବସି ଓଡିଆ ମାନଙ୍କୁ ଶିକ୍ଷା ପ୍ରସାରରେ ସାହାଯ୍ୟ କଲା । କଟକ ପୂର୍ବା­ଲକୁ ସଂପ୍ରସାରିତ ହେଲା । ନୁଆ ବଜାରରେ ଏକ ଗୋଶାଳା ବସିଲା । ମଧୁପାଟଣାରେ ଏକ ଶିଳ୍ପା­ଳ ଓ ତାଲିମ କେନ୍ଦ୍ର ବସିଲା । ଷ୍ଟେସନ ହେବାରୁ ଦୋକାନ ବଜାର ହୋଟଲେ ଖୋଲିଲ ।
କଟକ ଦେଇ ସ୍ୱାଧିନତା ଆନେ୍ଦାଳନର ବାତ୍ୟା ମଧ୍ୟ ବହିଲା । ତେଲ ଙ୍ଗା ବଜାରର ସ୍ୱରାଜ୍ୟ ଭବନ କଂଗ୍ରେସ ତୀର୍ଥ ସ୍ଥାନ ହୋଇଗଲା । ଅନେକ ସର୍ବଭାରତୀୟ ନେତାଙ୍କ ପାଦପଡି ତାହା ପବିତ୍ର ହୋଇଛି ।୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖ ଦୋଳ ପୂର୍ଣ୍ଣୀମା ଦିନ, ଗାନ୍ଧୀଜୀଙ୍କ କଟକ ଆଗମନ କଟକ ପାଇଁ ଏକ ସ୍ମରଣୀୟ ଦିନଥିଲା । ମଙ୍ଗଳାବାଗରେ ମେଡିକାଲ ବସିବାରୁ ସହର ବଢିଲା । କଟକ ଓଡିଶାର ଶିକ୍ଷା,ଚିକିସôା ଓ ବାଣିଜ୍ୟର କେନ୍ଦ୍ର ହୋଇ ଗଲା । ଓଡିଶାର ସ୍ୱାଭିମାନ ଓ ସ୍ୱତନ୍ତ୍ରତା ପାଇଁ ଲଢାଇ କରୁଥିବା ମଧୂସୁଦନ ଦାସ କଟକ ର ସବୁଠାରୁ ପ୍ରତିଷ୍ଠିତ ଓଡିଆ ଥିଲେ । ତାଙ୍କର ବାସଗୃହ ରେ ଶୈଳବାଳା ମହିଳା କଲେଜ ହୋଇଛି । ଅନେକ ଦେଶୀୟ ରାଜାମାନେ ସେମାନଙ୍କର କୋଠି କଟକରେ କଲେ । କନିକା କୋଠି, ଆଳି ହାଉସ, ହିନେ୍ଦାଳ, ମଧୁପୁର,ଦର୍ପଣୀ,ସେମାନଙ୍କ ମଧ୍ୟରେ ପ୍ରଧାନ । ରାଜାମାନେ ଅର୍ଥ ପ୍ରଦାନ କରି ରେଭେନସା କଲେଜର କନିକା ଲାଇବ୍ରେରୀ, ବିଜ୍ଞାନ ବିଭାଗ,ଶ୍ରୀରାମଚନ୍ଦ୍ର ମେଡିକାଲ କଲେଜ ଭଳି ଅନେକ ଅନୁଷ୍ଠାନ ଗଢିଥେôଲ । ।
୧୯୩୬ ମସିହାରେ ରାଜ୍ୟ ସ୍ୱତନ୍ତ୍ରତା ପାଇଲାପରେ ନୂଆ ରାଜଧାନୀ କଟକ ରେ ରହିଲା । ରେଭେନସା କଲେଜରେ ବିଧାନସଭା ବସୁଥିଲା । ଲାଲ ବାଗରେ ଗଭର୍ଣ୍ଣର ରହିଲେ ।୧୯୬୦ ମସିହା ପରେ(ଯଶୋବନ୍ତ ନାରାୟଣ ସୁକଠଣକରଙ୍କ ବେଳେ) ତାହା ଭୁବନେଶ୍ୱର ଉଠିଗଲା । ଲାଲବାଗ କୋଠାରେ ଶିଶୂ ଭବନ ଚିକିସôାଳୟ ବସିଲା ।
ଦ୍ୱତୀୟ ମହାଯୂଦ୍ଧ ବେଳେ କଟକର ସୁରକ୍ଷାପାଇଁ କ୍ୟାଣ୍ଟନମେଣ୍ଟ ମହାନଦୀ କୂଲରେ ବସିଲା । ରାଜଧାନୀ ସମ୍ବଲପୁରକୁ ଜାପାନ ଆକ୍ରମଣ ପାଇଁ ଆଂଶିକ କିଛିଦିନ ପାଇଁ ସ୍ଥାନାନ୍ତରିତ ହେଲା । କ୍ୟାଣ୍ଟନମେଣ୍ଟ ରୋଡରେ ଚାଳ ଛପର ବଡବଡ ବଙ୍ଗଳାରେ ଉଚ୍ଚଦସ୍ଥ ଅଫିସର ମାନେ ରହୁଥିଲେ । ବକ୍ସି ବଜାରରେ ଗୋପବନ୍ଧୂ ଦାଶ ସମାଜ ଅନୁଷ୍ଠାନ ଗଢିଲେ । ସରକାରୀ ଛାପାଖାନା ଏଠାରେ ଥିଲା, ପରେ ମଧୂ ପାଟଣାକୁ ସ୍ଥାନାନ୍ତରିତ ହେଲା । ଚାନ୍ଦିନି ଚୌକରେ ପ୍ରଜାତନ୍ତ ୍ର ପତ୍ରିକା, ଦରଘା ବଜାରରେ ବିଶ୍ୱନାଥ କର ମାତୃଭୂମି ପତ୍ରିକା ପ୍ରକାଶ କଲେ । ରାଣିହାଟରେ ହିନ୍ଦ,ବକ୍ସି ବଜାରରେ ପ୍ରଭାତ, କାପିଟାଲ ସିନେମା ହଲ ମାନ ବସିଲା । ମହତାବ ରୋଡରେ ପରେ ଗ୍ରାଣ୍ଡ ଓ ପ୍ରଜାତନ୍ତ୍ର ପରିସରରେ ସୁରଜ ସିନେମା ହଲ ନୂଆ ହୋଇ ଆରମ୍ଭ ହେଲା । ଅନ୍ନପୂର୍ଣ୍ଣା,ଜନତା,କଳାଶ୍ରୀ ଥିଏଟର ସେ ସମୟରେ କଟକରେ ଆରମ୍ଭ ହୋଇଥିଲା ।
ମଧୁବାବୁ ତାଳଦଣ୍ଡା କେନାଲ କଡରେ ଉକôଳ ଟାନେରି ଯୋତା କାରଖାନା ପ୍ରତିଷ୍ଠା କଲେ । ଇଂରେଜ ମାନେ ମିଶନ ପ୍ରେସ ରୁ ବାଇବେଲ ସୁସମାଚାର ଓ ଗୌରିଶଙ୍କର ରାୟ କଟକ ପ୍ରିଣ୍ଟିଙ୍ଗ ପ୍ର୍ରେସ ବସାଇ ଉକôଳ ଦିପିକା ପତ୍ରିକା ବାହାର କଲେ । ଷ୍ଟୁଆର୍ଟ କଲେଜ ,ସେଣ୍ଟ ଜନସ କନଭେଣ୍ଟ ସ୍କୁଲ, ବକଲି ଗାର୍ଲସ ସ୍କୁଲ ଖ୍ରୀଷ୍ଟିଆନ ପାଦ୍ରୀ ମାନେ ବସାଇଲେ ।
୧୯୪୮ ମସିହା ପର୍ଯ୍ୟନ୍ତ କଟକ ଓଡିଶା ର ରାଜଧାନୀ ଥିଲା । ବାରବାଟୀ ଷ୍ଟାଡିଅମ ଭୈରବ ଚନ୍ଦ୍ର ମହାନ୍ତି ଙ୍କ ଚେଷ୍ଟାରେ ଚାରିଅଣା ଲଟେରି ରେ ହୋଇଥିଲା । ତା ପାଖରେ ଅନେକ ଗୁଡିଏ ପୁରୁଣା ଆଜବେଷ୍ଟସ ଘର ଅଛି । ସେଠାରେ ସେକ୍ରେଟେରିଏଟ ଚାଲୁଥିଲା । ପରେ ପରିବହନ ଅଫିସ ଓ ଅନ୍ୟ କାର୍ଯ୍ୟାଳୟ ହେଲା । କଟକରେ ବେତାର କେନ୍ଦ୍ର, ଲୋକସେବା ଆୟୋଗ ପ୍ରତିଷ୍ଠା ହେଲା । ନାରୀ ସେବା ସଦନ, ସାହିତ୍ୟ ସମାଜ, ଶହୀଦ ଭବନ, ୟଙ୍ଗ ମାନସ ଖ୍ରିଷ୍ଟିଆନ ଭଳି ଅ ନୁଷ୍ଠାନ ଗଢି ଉଠିଲା । କଳା ବିକାଶ କେନ୍ଦ୍ର,ଭଞ୍ଜ ମଣ୍ଡପ, ମାରୁତି ମଣ୍ଡପ ପ୍ରତିଷ୍ଠା ହେଲା । କଟକ ଚଣ୍ଡୀ, ଗଡଗଡିଆ ମହାଦେବ, ତେଲଙ୍ଗା ବଜାର ରଘୁନାଥ ମନ୍ଦିର, ବକ୍ସି ବଜାର ଅମରେଶ୍ୱର ମନ୍ଦିର,ଝାଞ୍ଜିର ମଙ୍ଗଳା ପରମହଂଶ ମନ୍ଦିର, କଦମରସୁଲ(ମହମ୍ମଦଙ୍କ ପାଦଚିହ୍ନ)ପ୍ରସିଦ୍ଧ ତୀର୍ଥ ସ୍ଥାନମାନ ଥିଲା । କାଳିଆ ବୋଦାରେ ଗୁରୁଦ୍ୱାର (ଗୁରୁ କା ଦତୁନ) ଓ ଗୁରୁକ୍ଷେତ୍ର ନାମରେ ମଠଥିଲା । ମହାନଦୀ ବକ୍ଷରେ ଏକ ପଠାରେ ଧବଳେଶ୍ୱର ମନ୍ଦିରକୁ ଲୋକେ ଚହଟା ଘାଟରୁ ନାବରେ ପାରି ହେଉଥିଲେ । ସତିଚଉରା ଗୋରାକବର କାଳିଆବୋଦା, ଓ ଖାନନଗର ଠାରେ ଶମସାନ ଥିଲା । କଟକରେ ରାଜ୍ୟ ହାଇକୋର୍ଟ ସ୍ଥାପିତ ହେଲା ।
ଆଜି ମହାନଦୀ ବକ୍ଷରେ କଟକକୁ ଏକାଧିକ ବ୍ୟସ୍ତବହୁଳ ସେତୁ ଦେଖିଲେ ମନେ ହୁଏନା ଯେ ,୧୯୬୪ ମସିହା ପର୍ଯ୍ୟନ୍ତ ପୋଲ ନଥିଲା । ସେହିବର୍ଷ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଚେନ୍ନା ରେଡି ମହାନଦୀ ସେତୁକୁ ଉଦଘାଟନ କରିଥିଲେ ।
କଟକ ନିଜର କର୍ମକୌଶଳ ପାଇଁ ପ୍ରସିଦ୍ଧ ଥିଲା । ବଣିଆ ସାହିର ସୁନା ରୁପା ତାରକାସି କାରିଗର, ହରିପୁର ରୋଡର କାଠ ଓ ମୂର୍ତ୍ତି କାମ ଉଚ୍ଚ କୋଟିର । ଓଡିଶାରେ ପ୍ରଥମେ ଚାନ୍ଦିନିଚୌକ ରେ ଚାନ୍ଦି ଓ ପରେ ସୁନା ମେଢ ହୋଇ ପ୍ରସିଦ୍ଧିଲାଭ କରିଥିଲା । ସମୟ କ୍ରମେ ସହରରେ ଅନେକ ଚାନ୍ଦି ଓ ସୁନା ମେଢ ତିଆରି ହେଲାଣି ଓ ଚାନ୍ଦି ର ସହର ନାମକୁ ସାର୍ଥକ କରିଛି ।
ଆକବର ଖାଁ ଗୁଡାଖୁ, ହଇଦର ଅଲ୍ଲୀ ବିଡି, ମଣିରାଜା, ଡନ ବିସ୍କୁଟ,ଭାରତ ସଲଟ ଆଣ୍ଡ କେମିଚାଲ ଔଷଧ କାରଖାନା ବେଶ ନାଁ କରା ଅନୁଷ୍ଠାନ ଥିଲା । ରାଜ୍ୟର ପ୍ରଥମ ଆଇନ କଲେଜ କଟକରେ ଖୋଲିଥି ଲା । ଅନେକ ଗୁଡିଏ ସାଉଥ ଇଣ୍ଡିଆନ ହୋଟେଲ, କଟକ ସୁଇଟ ଷ୍ଟଲ, ପେନ ହସପିଟାଲ, ଭିମା ପହିଲମାନ ରଙ୍ଗ ଦୋକାନ,ଦାମ ମହାରାଜ, ଗାଙ୍ଗୁରାମ ମିଠା ଦୋକାନ, କଟକ ଲ ଟାଇମ, କିତାବ ମହଲ, ଗ୍ରନ୍ଥ ମନ୍ଦିର, କଟକ ଷ୍ଟୁଡେଣ୍ଟ ଷ୍ଟୋର, ଧର୍ମ ଗ୍ରନ୍ଥ ଷ୍ଟୋର, ବିଲମୋରିଆ ଦିପାର୍ଟ ମେଣ୍ଟାଲ ଷ୍ଟୋର, ଏଟି ଦାଁ ଆରମୋରି, ହକଂ,ୱାଲଡରଫ ରେଷ୍ଟୁରାଣ୍ଟ, ହାଓଡା ମୋଟର କମ୍ପାନୀ, ହଂସରାଜ ମେସିନାରୀ ଉପରେ ସାରା ଓଡିଶା ନିର୍ଭର କରୁଥିଲା । ଏସିଆନ ହୋଟେଲ, ବମ୍ବେ ହୋଟେଲ, ସମ୍ଭ୍ରାନ୍ତ ଶ୍ରେଣୀୟ ଥିଲା । କଲିକତାରୁ ପୁରୀକୁ ଯାତ୍ରୀ ଯାଉଥିବା ଜଗନ୍ନାଥ ସଡକ କଟକ ସହର ଦେଇ ଗଡଗଡିଆ ଘାଟରୁ ପୁରୀ ଘାଟ ଦେଇ ଯାଇଥିଲା ।
ବାଉନ ବଜାର ଛପନ ଗଳିର ସହର,ନାଳ ନର୍ଦ୍ଦମା ପାଣିରେ ଭରା, କଟକ; ତଥାପି ନଇ କୂଳେକୂଳେ ଛାଇ ଖରା ମିଶା ରାସ୍ତା ଦେଇ ରିକସାରେ ଗଲା ବେଳେ ବେଶ ମଜା ଲାଗେ । ଜଣେ ବାହାର ଲୋକ ନିର୍ଭୟ ରେ ବିଳମ୍ବିତ ରାତିରେ କଟକ ରେ ବୁଲି ପାରିବ । ବିପଦରେ ପଡିଲେ ସାହି ଲୋକ ଧାଇଁ ଆସିବେ । ଭାଇଚାରାର ସହର ଅଟେ କଟକ । ମୂର୍ତ୍ତି ବିସର୍ଜନ ବେଳେ ବୋମାମାଡ ସୋଡା ବୋତଲ ପଡେ, ପୁଣି ସମେସ୍ତ ମିଶି ଯାଆନ୍ତି । ଏଠାରେ ଜୀବନର ଏକ ଆକର୍ଷଣ ଅଛି/ମାୟା ଅଛି, ପର ପାଇଁ ଏଠାରେ ଲୋକେ ଆହା ଟିକେ କହନ୍ତି । ଏଠାରେ କେହି ସାର ନୁହଁନ୍ତି, ସମେସ୍ତ ଭାଇ । କଟକର ବାଲିଯାତ୍ରା,ଦଶହରା,କାଳିପୁଜା ଅତ୍ୟନ୍ତ ଉପଭୋଗ୍ୟ । କଟକର ଠୁଙ୍କା ପୁରି ଓ ଛଙ୍କା ତରକାରୀ,ରାସ୍ତା କଡର ବରା ଭୁଗୁନି ବେଶ ସ୍ୱାଦିଷ୍ଟ ଓ ଆତ୍ମିୟତା ଭରା । ରାଜଧାନୀ ଉଠି ଯାଇଛି । କଟକ ସହର ମଳିନ ପଡି ଯାଇଛି । ବ୍ୟବସାୟ କମି ଯାଇଛି । ରାସ୍ତାରେ ପ୍ରତି ବର୍ଷ ନର୍ଦ୍ଦମା ପାଣି ବହୁଛି । ତଥାପି କଟକ ଭାଇଚାରାର ସହର, ପରକୁ କୋଳେଇ ନେବା ସହର ହୋଇ ରହିଛି । ତାହାର ମାଦକତା ଓ ଆତ୍ମିୟତା ଗୋଲାମ ଓ ସ୍ୱାର୍ପରତାର ସହର ଭୂବନେଶ୍ୱର ଦେଇ ପାରିବ ନାହିଁ । ଡାଃ ସୁରେନ୍ଦ୍ର ନାଥ ଦାଶ,
ଓଡ଼ିଶା ନୁ୍ୟଜ୍ ସର୍ଭିସ୍, ଉମରକୋଟ, ନବରଙ୍ଗପୁର, ମୋ:୯୪୩୭୨୩୫୩୮୬

Leave a Reply

Your email address will not be published. Required fields are marked *