କରୋନା ସମୟରେ ଅସହାୟ ସଂଖ୍ୟାଲଘୁ ପରିବାରକୁ ସହାୟତା

ଉଦାହରଣ ସୃଷ୍ଟି କଲେ ପାରାଦ୍ୱୀପ ଯୁବକ ସଂଘ

ପାରାଦ୍ୱୀପ, (ଆଇଏନ୍ଏସ୍): ସଂପ୍ରତି କରୋନା ମହାମାରୀ କରୋନା ସଂକ୍ରମଣ ବିରୁଦ୍ଧରେ ଲଢେଇ ଜାରୀ ରହିଥିବା ବେଳେ ବେରୋଜଗାର ଓ ଅଭାବ ଅନଟନରେ ଦିନ କାଟୁଛନ୍ତି ବହୁ ପରିବାର । ଏପରି ଏକ ଘଟଣାଚକ୍ରରେ ପାରାଦ୍ୱୀପ ଗଡ ସ୍ଥିତ ଏକ ଗରିବ ଅସହାୟ ସଂଖ୍ୟାଲଘୁ ପରିବାରକୁ ପାରାଦ୍ୱୀପର ଅଗ୍ରଣୀ ସଂଗଠନ ‘ପାରାଦ୍ୱୀପ ଯୁବକ ସଂଘ’ ସହାୟତାର ହାତ ବଢାଇ ସାଧାରଣରେ ଉଦାହରଣ ସୃଷ୍ଟି କରିଛନ୍ତି । ଘଟଣାରୁ ପ୍ରକାଶ, ମହମ୍ମଦ ମୁସଲିମ୍ ନାମକ ଜଣେ ନିଶହାୟ ବୃଦ୍ଧ ପାରାଦ୍ୱୀପ ଗଡ ଠାରେ ନିଜର ଏକ ରୋଗାକ୍ରାନ୍ତ ବିବାହିତ ଝିଅକୁ ଧରି ଘରେ ରହୁଛନ୍ତି । କିନ୍ତୁ ପରିତାପର ବିଷୟ କି ନା ତାଙ୍କର ଅଛି ରୋଜଗାର, ନା ଅଛି ରାସନ କାର୍ଡ ନା ବାର୍ଦ୍ଧକ୍ୟ ଭତା, ଏଭଳି ଦୁର୍ଦ୍ଧିନ ସମୟରେ ଦିନେ ଖାଇଲେ ଦୁଇଦିନ ଉପାସରେ ରହୁଛନ୍ତି ଏହି ପରିବାର । ଏ ବିଷୟରେ ଅବଗତ ହେଲା ପରେ ସଂଗଠନ ସଭାପତି ଇଂ.ମନୋଜ କୁମାର ନାୟକଙ୍କ ନେତୃତ୍ୱରେ ସଦସ୍ୟ କୁମର ରାଉତ, ଅବିନାଶ ପରିଡା, ବିଶ୍ୱଜିତ୍ ଦାସ, ସରୋଜ କୁମାର ଓଝା, ରଜତ ନାୟକ, ମୋହନ କୁଣ୍ଡୁ, ସୟଦ ଅଫଜଲ ଅଲ୍ଲୀ, ହିମାଂଶୁ ନାଥ, ତୁଷାର କାନ୍ତି ମଣ୍ଡଳ, ପ୍ରସନ୍ନଜିତ୍ ମାଇତି, ବିଚିତ୍ର ପଲାଇ, ପ୍ରଦୀପ ଭୋଇ ଓ ପରୀକ୍ଷିତ ତରାଇ ପ୍ରମୁଖ ସଂପୃକ୍ତ ନିସହାୟ ପରିବାରକୁ ସହାୟତାର ହାତ ବଢାଇଥିଲେ । ଉକ୍ତ ପରିବାରକୁ ଏକ ମାସର ରାସନ ସାମଗ୍ରୀ, କିଛି ବସ୍ତ୍ର ସହ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଏତଦବ୍ୟତୀତ ରୋଗାକ୍ରାନ୍ତ ଝିଅକୁ ଚିକିତ୍ସା ନିମନ୍ତେ ଅଠରବାଙ୍କୀ ସରକାରୀ ଚିିକିତ୍ସାଳୟରେ ଭର୍ତି କରିଥିଲା ପାରାଦ୍ୱୀପ ଯୁବକ ସଂଘ । ଏହି ଅସହାୟ ପରିବାରକୁ ଯଥାଶୀଘ୍ର ପ୍ରଶାସନ ପକ୍ଷରୁ ସହଯୋଗ କରିବାକୁ ନିବେଦନ କରିଛି ସଂଘ ଏବଂ ଯେଉଁ ସହୃଦୟ ବ୍ୟକ୍ତି ବିଶେଷ କିଛ ସାହାଯ୍ୟ କରିବା ପାଇଁ ଇଚ୍ଛୁକ ତେବେ ସେମାନେ ସଂଘଠନର ଆକଉଂଟଣ୍ଟ ଜରିଆର ସହାୟତା କରି ପାରିବେ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସଂଗଠନର ଏପରି ମହତ କାର୍ଯ୍ୟପାଇଁ ସାଧାରଣରେ ବେଶ ପ୍ରସଂଶା କରାଯାଇଛି ।

Leave a Reply

Your email address will not be published.