ପ୍ରବାସୀ ନାଗରିକ ସମ୍ମୀଳନୀ

ପ୍ରବାସୀ ନାଗରିକ ସମ୍ମୀଳନୀ

ଗୋପାଳପୁର, (ଆଇଏନ୍ଏସ୍): ନୂଆ ବକ୍ସୀପଲ୍ଲୀ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ମହାନାଦପୁର ଗ୍ରାମର ପ୍ରବାସୀ ନାଗରିକ ମାନଙ୍କ ପ୍ରଥମ ମହାସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ମହାନାଦପୁର ଗ୍ରାମ ସମେତ ଆଖପାଖ ଅଂଚଳର ସାମାଜିକ ଓ ଅର୍ଥନୈତିକ ପ୍ରଗତି ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ଲକ୍ଷ୍ୟରେ ପ୍ରସ୍ତାବ ମାନ ଗୃହିତ ହୋଇଛି । ଗ୍ରାମର ବିକାଶ ସହିତ ଯୁବ ପିଢିକୁ ସଚେତନତା ଓ ପରାମର୍ଶ ଦେବାରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ମହାନାଦପୁରର ବରପୁତ୍ର ଲକ୍ଷ୍ମୀଚରଣ ପାଣିଗ୍ରାହୀଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷାଦାନ, ଗ୍ରାମ୍ୟ କଳାର ବିକାଶ ତଥା ସାମୁହିକ ଉନ୍ନତି ପାଇଁ ଗ୍ରାମର ଭୂମିପୁତ୍ର ପିତାମ୍ବର ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ସଂଯୋଜକ ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ରମାକାନ୍ତ ପାଣିଗ୍ରାହୀ, ମହେଶ୍ୱର ପାଣିଗ୍ରାହୀ, ଦେବଦତ୍ତ ପାଣିଗ୍ରାହୀ, ଗୋପାଳକୃଷ୍ଣ ପଣ୍ଡା ଓ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କୁ ସାଧୁବାଦ୍ ଜ୍ଞାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଆଗାମୀ ଦିନରେ ଜାରି ରଖିବା ପାଇଁ ଅଶୋକ କୁମାର ପାତ୍ର, ରଜନୀକାନ୍ତ ପାଣିଗ୍ରାହୀ, ଗୋପାଳକୃଷ୍ଣ ପଣ୍ଡା, ଦେବଦତ୍ତ ପାଣିଗ୍ରାହୀ, ଆଦିତ୍ୟ ପାଣିଗ୍ରାହୀଙ୍କୁ ଦାୟିତ୍ୱ ଅର୍ପଣ କରା ଯାଇଥିଲା । ସର୍ବ ଶେଷରେ ପ୍ରମୋଦ ଚନ୍ଦ୍ର ପାତ୍ରଙ୍କ ଲିଖିତ ସଂଳାପ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲାବେଳେ ଧନ୍ୟବାଦ୍ ଅର୍ପଣ କରିଥିଲେ ଶ୍ରୀନିବାସ ମହାପାତ୍ର । (ଓଏନ୍ଏସ୍)

Leave a Reply

Your email address will not be published.