ମେୟର, ବିଧାୟକ ଓ କର୍ପୋରେଟର୍ ଙ୍କୁ ସମ୍ବର୍ଦ୍ଧନା

ମେୟର, ବିଧାୟକ, ଓ କର୍ପୋରେଟର୍ ଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, (ଓଏନଏସ) (ଆଇଏନଏସ): ସ୍ଥାନୀୟ ୱାଡ଼ ନଂ ୩୧ ଅନ୍ତର୍ଗତ ନିଗମାନନ୍ଦ ନଗର ଠାରେ ଅଗ୍ରଣୀ ବରିଷ୍ଠ ନାଗରିକ ୱଲ୍‌ଫେୟାର ଫୋରମ୍ ବମିଖାଲ ଓ ନିଗମାନନ୍ଦ ୱଲ୍‌ଫେୟାର ଆସୋସିଏସନ୍ ର ମିଳିତ ଉଦ୍ୟମରେ ମେୟର ଶୀମତୀ ସୁଲୋଚନା ଦାସ, ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, କର୍ପୋରେଟର୍ ଶ୍ରୀ କୁମାରେନ୍ଦ୍ର ମହାପାତ୍ରଙ୍କୁ ମିଳିତ ଭାବେ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ଦୁଇ ଅନୁଷ୍ଠାନର ସଭ୍ୟବୃନ୍ଦ ଙ୍କ ସହିତ ଜନସାଧାରଣ ଉପସ୍ଥିତ ଥିଲେ । ଏହି ଅବସରରେ ଦୁଇ ଅନୁଷ୍ଠାନ ପକ୍ଷରୁ ମେୟରଙ୍କୁ ଏକ ଦାବିପତ୍ର ଦିଆ ଯାଇଛଥଲା । ଏହାର ଉତ୍ତରରେ ମେୟର ଓ ବିଧାୟକ ସକରାତ୍ମକ ଉତ୍ତର ଦେଇ ସ୍ଥାନୀୟ ଅଂଚଳର ମୁଖ୍ୟତଃ ବର୍ଷାଜଳ ନିଷ୍କାସନ ଓ ବେଆଇନ ସରକାରି ଜମି ଉଚ୍ଛେଦ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ଗୁରୁତ୍ୱ ଦେଇଥିଲେ । ସଂପାଦକ ଶ୍ରୀ ଭକ୍ତବନ୍ଧୁ ଦାସ, ଆଡ଼ଭୋକେଟ୍ ଙ୍କ ପରିଚାଳନାରେ ଦୁଇ ଅନୁଷ୍ଠାନର ସଭାପତି ଡ଼ ସୁଶୀଳ କୁମାର ନନ୍ଦ ଓ ସୁବାଶ ଚନ୍ଦ୍ର ମହାନ୍ତିଙ୍କ ସହ ଅଦୌତ ଚରଣ ବିଶ୍ୱାଳ, ପ୍ରସନ୍ନ କୁମାର ଭଂଜ, ମିହିର ଚାନ୍ଦ ଦାସ, ନରସିଂହ ଚରଣ ସାହୁ, ଇଂ, ଭାସ୍କର ଚନ୍ଦ୍ର ଦାଶ ମହାପାତ୍ର, ଦର୍ପ ନାରାୟଣ ନାୟକ, ଇଂ. ଅକ୍ଷୟ କୁମାର ମହାନ୍ତି, ଡ଼ଃ ଦେବେନ୍ଦ୍ର ନାଥ ନାୟକ ପ୍ରମୁଖ ସହାୟତା ଯେଗାଇ ଦେଇଥିଲେ । ଓଏନଏସ ।

Leave a Reply

Your email address will not be published. Required fields are marked *