ସଚେତନ ହେଲା ରେଳବାଇ ପ୍ରଶାସନ: ଭଙ୍ଗାଗଲା ବିପଦ ସଂକୁଳ ବୋର୍ଡ଼

ସଚେତନ ହେଲା ରେଳବାଇ ପ୍ରଶାସନ: ଭଙ୍ଗାଗଲା ବିପଦ ସଂକୁଳ ବୋର୍ଡ଼

ଭୁବନେଶ୍ୱର, (ଓଏନ୍‌ଏସ୍‌/ଆଇଏନ୍‌ଏସ୍‌): ଖୋର୍ଦ୍ଦାରୋଡ଼ ରେଳ ଷ୍ଟେସନ୍ ର ୪ ଓ ୫ନମ୍ବର ପ୍ଲାଟଫର୍ମ ମଝିରେ ଥିବା ବୋର୍ଡ଼ଟି ବହୁଦିନ ଧରି ଯାତ୍ରୀଙ୍କ ପାଇଁ ବିପଦର କାରଣ ହୋଇଥିଲା । ସୂଚନାଯୋଗ୍ୟ ଯେ, ପ୍ଲାଟଫର୍ମ ଉଚ୍ଚ ଥିବାବେଳେ ବୋର୍ଡ଼ ୪ ଫୁଟ ତଳକୁ ଝୁଲି ରହିଥିଲା । ବୋର୍ଡ଼ ନିଚାରେ ଥିବାରୁ ସବୁବେଳେ ମୁଣ୍ଡ ପିଟି ହୋଇ ଅନେକ ଯାତ୍ରୀ ଆହତ ହେଉଥିଲେ । ଦାୟିତ୍ୱରେ ଥିବା ଅଧିକାରୀ ମାନେ ସବୁ ଜାଣି ଚୂପ ବସିଥିଲେ । ମାତ୍ର ଏ ସଂପର୍କରେ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ୭ ଦିନ ଭିତରେ ଖୋର୍ଦ୍ଦାରୋଡ଼ ରେଳ ଷ୍ଟେସନ୍ ର ୪ ଓ ୫ନମ୍ବର ପ୍ଲାଟଫର୍ମ ରେ ଥିବା ଉକ୍ତ ବିପଦ ସଂକୁଳ ବୋର୍ଡ଼ ଟିକୁ ଭଙ୍ଗା ଯାଇଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *