ସୋରରେ ବଢି ଚାଲିଛି ଅପରାଧୀଙ୍କର ପ୍ରଦୁର୍ଭାବ!

ସୋରରେ ବଢି ଚାଲିଛି ଅପରାଧୀଙ୍କର ପ୍ରଦୁର୍ଭାବ!

ବାଲେଶ୍ୱର,(ଆଇଏନ୍ଏସ୍): ସୋର କ୍ରମଶଃ ଅପରାଧିଙ୍କ ପଞ୍ଝା ଭିତରକୁ ଚାଲିଯାଉଛି । ଚୋରୀ, ଡକାୟତି, ଛିନତାଇ ଭଳି ଅପରାଧ ପ୍ରାୟ ପ୍ରତ୍ୟେକ ଦିନ କିଛି ନା’ କିଛି ଘଟୁଛି । ଏପରିକି ଦିନ, ସନ୍ଧ୍ୟା୮ଟା,୧୦ଟା ମଧ୍ୟରେ ମଧ୍ୟ ଲୁଟେରାମାନେ ଲୁଟ୍ କରୁଥିବା ବେଳେ ପୋଲିସ ନିଦା ବିଷ୍ଣୁ ସାଜି ବସିଛି । ଗୋଟିଏ ପରେ ଗୋଟିଏ ଅପରାଧ, ଅପରାଧୀମାନେ ଘଟାଇ ଚାଲିଥିଲେ ମଧ୍ୟ ସୋର ପୋଲିସ ଗୋଡ଼ହାତ ବାନ୍ଧି ବସିଛି । ଯାହା ସୋର ପୋଲିସର ପାରିବାର ପଣିଆକୁ ପଦାରେ ପକାଇଛି ।
ଚଳିତ ମାସ ୯ତାରିଖ ରାତି ପ୍ରାୟ ୧୦ଟା ସମୟରେ ସୋର ପୌରପାଳିକା ଅନ୍ତର୍ଗତ ଖଣ୍ଡାସାହି ନିକଟସ୍ଥ ଦଦୟା ପୋଲ ଠାରେ, ରାଇପୁର ମଠ ନିକଟରେ ଥିବା ‘ମା ମଙ୍ଗଳା ଜୁଏଲାରୀ’ର ମାଲିକ ପ୍ରଶାନ୍ତ ନାୟକଙ୍କ ଘରକୁ ଯାଉଥିବା ସମୟରେ ୫ଜଣ ଲୁଟେରା ବନ୍ଧୁକ, ଭୁଜାଲି ଦେଖାଇ ୨୫ହଜାର ଟଙ୍କା ଲୁଟି ନେଇଥିଲେ ।
ତା ପରଦିନ, (୧୦ ତାରିଖ)ରେ ଲୁଟେରାମାନେ ୩ଗୋଟି ସ୍ଥାନରେ ଲୁଟ କରିଛନ୍ତି । ସେଥି ମଧ୍ୟରୁ ୧୬ ନମ୍ବର ଜାତୀୟ ରାଜପଥର ଛପୋଲିଆ ନିକଟରେ ୨ଗୋଟି ଲୁଟ ହୋଇ ଥିବା ବେଳେ ମାଣତ୍ରୀ ରାସ୍ତାରେ ଗୋଟିଏ ଲୁଟ୍ ହୋଇଥିବା ଜାଣିବାକୁ ମିଳିଛି । ଗୋପାଳପୁରରେ ଥିବା ସାଇ ଅଟୋ ମୋବାଇଲ୍ସରେ କାର୍ଯ୍ୟ କରୁଥିବା ସାରୁପଦା ଗ୍ରାମର ମନୋଜ ନାୟକ, ରାତି ପ୍ରାୟ ୧୦ଟା ସମୟରେ ଘରକୁ ଫେରୁଥିବା ବେଳେ ଛପୋଲିଆ ନିକଟରେ ୩ଜଣ ତାଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଓ ମୋବାଇଲ ନେଇ ଯାଇଥିଲେ । ଏହି ଲୁଟ୍ ଘଟିବାର କିଛି ସମୟପରେ ସେହିସ୍ଥାନରେ ପୁଣି ଏକ ଲୁଟ୍ ହୋଇଥିଲା । ବାଲେଶ୍ୱରରୁ ଭଦ୍ରକ ଯାଉଥିବା ଦିନେଶ କୁମାରଙ୍କୁ ଅଟକାଇ ଲୁଟେରାମାନେ ୨୧ହଜାର ଟଙ୍କା ଲୁଟି ନେଇଥିଲେ । ସେହିଦିନ ରାତିରେ ମାଣତ୍ରୀ ରାସ୍ତାରେ ଅନ୍ୟ ଗୋଟିଏ ଲୁଟ୍ ମଧ୍ୟ ହୋଇଥିଲା । ସୁଧାକର ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଲୁଟେରାମାନେ ଲୁଟ୍ କରିଥିବା ବେଳେ ଦୁଇଟି ବାଇକ୍ରେ ୪ଜଣ ଲୁଟେରା ତାଙ୍କ ମୁଣ୍ହରେ ବନ୍ଧୁକ ଲଗାଇ ଭୟଭୀତ କରି ଲୁ କରିଥିଲେ । ଜାତୀୟ ରାଜପଥର ଛ’ପୋଲିଆ ନିକଟରେ ଗୋଟିଏ ସ୍ଥାନରେ ମାତ୍ର ଅଧଘଣ୍ଟାଏ ଭିତରେ ଦୁଇ ଦୁଇଟି ଲୁଟ୍ ହୋଇଥିବା, ସୋର ପୋଲିସର ଦକ୍ଷତାକୁ ଅଙ୍ଗୁଳି ନିଦେ୍ର୍ଦଶ କରୁଛି ।
୧୨ତାରିଖରେ ଶିଙ୍ଗାଖୁଂଟା-ନୂଆସାହି ରାସ୍ତାରେ ଏସ୍କେଏସ୍ (ମାଇକ୍ରୋ ଫାଇନାନ୍ସ କମ୍ପାନୀ)ର କର୍ମଚାରୀଙ୍କ ଠାରୁ ଦେଢ଼ଲକ୍ଷ ଟଙ୍କା ଲୁଟି ନେଇଥିଲେ ଅପରାଧୀମାନେ । ସେହିପରି ୧୮ତାରିଖ ସନ୍ଧ୍ୟା ୮ଟା ସମୟରେ କୋର୍ଟ ଛକ ନିକଟରେ ଅଶୋକ ପାତ୍ର ନାମକ ଜଣେ ଗହଣା ଦୋକାନୀଙ୍କ ଠାରୁ ୨କେ.ଜି ରୂପା ଅଳଙ୍କାର ଲୁଟ୍ ହୋଇଥିଲା । ଶ୍ରୀ ପାତ୍ର, ମାଛହାଟ ନିକଟରେ ଥିବା ତାଙ୍କର ଅଳଙ୍କାର ଦୋକାନ (ଉଷା ଜୁଏଲାରୀ) ବନ୍ଦ କରି ଘରକୁ ଯିବା ସମୟରେ ଅଳଙ୍କାର ବ୍ୟାଗରେ ନେଇଯାଉଥିବା ସମୟରେ କୋର୍ଟ ଛକ ନିକଟରେ ଦୁବର୍ତମାନେ ଅଳଙ୍କାର ବ୍ୟାଗକୁ ଛଡ଼ାଇ ନେଇଥିଲେ । ଅପରପକ୍ଷରେ, ୧୫ ତାରିଖ ରାତିରେ, ଆଶ୍ରମ ଛକ ନିକଟରେ ଥିବା ଏକ ଜୁଏଲାରୀ ଦୋକାନର କାନ୍ଥ କାଟି ଦୋକାନରେ ତିବା ୧୦୦ଗ୍ରାମ୍ ସୁନା ଅଳଙ୍କାର ସହିତ ୬୦୦ଗ୍ରାମର ରୂପା ଅଳଙ୍କାର ଚୋରୀ କରି ନେଇଥିଲେ ଅପରାଧୀ ।
ମାତ୍ର ୧୦ଦିନ ଭିତରେ ୬ଗୋଟି ଲୁଟ୍ ସହିତ ଚୋରୀ ହେବା ଘଟଣାରୁ ସୋରରେ କିଭଳି ଅପରାଧୀକ କାର୍ଯ୍ୟ ବଢ଼ି ବଢ଼ି ଚାଲିଛି, ତାହା ସ୍ପଷ୍ଟ ପ୍ରମାଣିତ ହେଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ଅପରାଧୀମାନେ ବନ୍ଧୁକ ମୁନରେ ଲୁଟ୍ କରୁଛନ୍ତି । ଅର୍ଥାତ୍ ସୋରରେ ଚୋରା ବନ୍ଧୁକର ସଂଖ୍ୟା ବଢ଼ିବା ଏହାଦ୍ୱାରା ପ୍ରମାଣିତ ହେବା ସହିତ ଚୋରା ବନ୍ଧୁକ ବେପାର ମଧ୍ୟ ସୋରରେ ହେଉଥିବାର ସନେ୍ଦହ ବୃଦ୍ଧି ହେବାରେ ଳାଗିଛି । ସୋରରେ ଏଭଳି ଭାବରେ ଅପରାଧୀମାନଙ୍କର ପ୍ରଦୁର୍ଭାବ ବଢ଼ୁଥିବା ବେଳେ ପୋଲିସର ନିସ୍କ୍ରୀୟତା ଲୋକମାନଙ୍କ ମନରେ ପ୍ରତିକ୍ରିୟା ସୃଷ୍ଟି କରୁଛି । ଉପରୋକ୍ତ ଘଟଣାରେ ପୋଲିସର ହାତ ଖାଲିଥିବା ପୋଲିସର ଅଯୋଗ୍ୟତାକୁ ପ୍ରମାଣିତ କରୁଛି ।

Leave a Reply

Your email address will not be published.