କଳାହାଣ୍ଡିରେ ଗଣ ଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାରେ ୭ ଗିରଫ!

କଳାହାଣ୍ଡିରେ ଗଣ ଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାରେ ୭ ଗିରଫ!

କଳାହାଣ୍ଡି, (ଆଇଏନ୍ଏସ୍): କଳାହାଣ୍ଡି ଜିଲା ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାରେ ପୋଲିସକୁ ବଡ ସଫଳତା ମିଲିଛି । ପୋଲିସ ଏହି ଘଟଣାରେ ସଂପୃକ୍ତ ଥିବା ସାତ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ମାନଙ୍କୁୁ ଶୀଘ୍ର ଗିରଫ କିରାଯିବ ବୋଲି କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର ଗଣମାଧ୍ୟମକୁ ଜଣାଇଛନ୍ତି । ଏହି ସମ୍ବେଦନଶୀଳ ଘଟଣାରେ ଗଣ ଦୁଷ୍କର୍ମ ଅଭିଯୋଗରେ ଜଣେ ନାବାଳକ ସମେତ ଚାରି ଜଣ ଓ ଭିଡିଓ ଭାଇରାଲ ଅଭିଯୋଗରେ ତିନି ଜଣକୁ ଗିରଫ କରିଥିବା ପ୍ରକାଶ । ଗଣ ଦୁଷ୍କର୍ମ ଘଟଣାରେ ଅମିତ ନାଏକ(୩୦) ପି.ତୁମେଶ୍ୱର ନାଏକ, ଲୁକୁ ଓରଫ ପ୍ରକାଶ ନାଏକ (୨୨) ପି.- ସ୍ୱ. ଶ୍ରୀପତି ନାଏକ, ସାନ୍ତା ନାଏକ (୨୪) ପି. ଚିତ୍ରସେନ ନାଏକ ଏବଂ ଜଣେ ନାବାଳକ ସମସ୍ତେ ଗ୍ରାମ ବକ୍ସି ତୁଳସୀପାଲି କୁ ଗଣ ଦୁଷ୍କର୍ମ ଅପରାଧରେ ଗିରଫ କରିଥିବା ବେଳେ ଭିଡିଓ ପ୍ରସାରଣ ଅଭିଯୋଗରେ ଘଂଟୁ ଓରଫ ବିନୋଦ ନାଏକ(୩୨) ପି. ଜୟା ନାଏକ ଗ୍ରାମ ବକ୍ସି ତୁଲସୀପାଲି, ଟୀକାମଣି ପୋଡ (୩୨) ପି.ଲକ୍ଷ୍ମୀଧର ପୋଡ ଗ୍ରାମ ତେନ୍ତୁଲିପଡା, କୋକସରା, ସ୍ୱୟମ୍ବର ବାଗ(୩୦) ପି. ସ୍ୱ.କୈଳାସ ବାଗ ଗ୍ରାମ ବ୍ରାହ୍ମଣି ଗୁଡା ଙ୍କୁ ଜୁନାଗଡ ଥାନା କେଶ ନଂ.୨୨୪/୨୦୧୯ ଦଫା ୩୭୬-ଡି/୨୯୨(୨) (ଏ)/୫୦୦/୫୦୬/୩୪ ଆଇପିସି ଏବଂ ଆଇଟି ଆକ୍ଟ ଧାରା ୬୭/୬୭(ଏ) ରେ ଗିରଫ କରିଥିବା କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ଏହି ସମ୍ବେଦନଶୀଳ ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତକୁ ଚିହ୍ନଟ କରାଯାଇଥିବା ବେଳେ ଖୁବଶୀଘ୍ର ଅନ୍ୟମାନଙ୍କୁ ଗିରଫ କରାଯିବ ବୋଲି ଏସପି ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ମିଳିଥିବା ସୂଚନା ମତେ ପୀଡିତା ନର୍ସିଂ ଛାତ୍ରୀ ଜଣକ ଗତ ୧୪ ତାରିଖରେ ଚିକିତ୍ସା ପାଇଁ ଭବାନୀପାଟଣା ଯାଇଥିବା ବେଳେ ସେଠାରୁ କୋକସରା ଅଂଚଲର ନିଜ ଗ୍ରାମକୁ ଯିବା ପାଇଁ କୌଣସି ବସ ନଥିବା ହେତୁ ଦିନ ପ୍ରାୟ ଘ୧.୪୫ମି. ସମୟରେ ଭବାନୀପାଟଣା ବସଷ୍ଟାଣ୍ଡରେ ଠିଆ ହୋଇଥିବା ବେଳେ ସେଠାରେ ସବୁଦିନ ଯାତାୟତ କରୁଥିବା ବସର ଡ୍ରାଇଭର ଲାଳିନ୍ଦ୍ର ଶବର ସହ ଦେଖା ହୋଇଯାଇଥିଲା । କୋକସରାକୁ ଆଉ କୌଣସି ବସ ନଥିବା ହେତୁ ଚିହ୍ନା ଡ୍ରାଇଭରକୁ ଦେଖି ନିଜେ ଏକୁଟିଆ ଥିବା କହିବାରୁ ଡ୍ରାଇଭର ପୀଡିତାକୁ ଘରେ ପହଂଚାଇ ଦେବାକୁ କହିଥିଲା । ଚିହ୍ନା ଲୋକ ହୋଇଥିବାରୁ ବିଶ୍ୱାସ କରି ତା’ ସହ ବାଇକରେ ଆସିବାକୁ ରାଜି ହୋଇଥିବା ପ୍ରକାଶ । ପୀଡିତାର ଅନ୍ୟ ଉପାୟ ନଥିବା ହେତୁ ଡ୍ରାଇଭର ସହ ବାଇକରେ ଆସୁଥିବା ବେଳେ ଜୁନାଗଡ ପୂର୍ବରୁ ବନମାଳୀପୁର ପାଖରେ କିଛି ଲୋକ ମୁହଁରେ କପଡା ବାନ୍ଧି ସେଠାରେ ପହଂଚି ପୀଡିତାକୁ ଛୁରୀ ଦେଖାଇ ରାସ୍ତା ପାଶ୍ୱର୍ସ୍ଥ ଘନ ଜଙ୍ଗଲ ଭିତରକୁ ଘୋଷାଡି ନେଇଥିଲେ ଏବଂ ଛୁରୀ ଦେଖାଇ ଜଣକ ପରେ ଜଣେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏପରିକି ଦୁଷ୍କର୍ମ ବେଳେ ଭିଡିଓ ରେକର୍ଡିଂ କରାଯାଇଥିଲା ଏବଂ ଏକଥା କାହାକୁ କହିଲେ ଭିଡିଓ ଭାଇରାଲ କରିଦେବା ସହ ଜୀବନରେ ମାରି ଦେବାକୁ ପୀଡିତାଙ୍କୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି । ତେବେ ଦୁଷ୍କର୍ମ ପରେ ପୀଡିତାଙ୍କୁ ସେହି ଅବସ୍ଥାରେ ଦୁଷ୍କର୍ମ କାରୀମାନେ ଛାଡି ପଳାୟନ କରିଥିଲେ । କୌଣସି ପ୍ରକାରେ ପୀଡିତା ଚାଲିଚାଲି ମୂଖ୍ୟ ରାସ୍ତାକୁ ଆସିଥିଲେ ଓ ହଠାତ୍ ଡ଼୍ରାଇଭର୍ ଲାଳିନ୍ଦ୍ର ଶବର ପିଡ଼ିତାଙ୍କ ପାଖରେ ପହଂଚି ପୋଲିସରେ ଅଭିଯୋଗ କଲେ ନିଜର ହିଁ ଇଜ୍ଜତ ଯିବ ବୋଲି ବୁଝାଇଥିବା କୁହାଯାଉଛି । ତେବେ ଲୋକ ଲଜ୍ଜା ଭୟରେ ପୀଡିତା ଚୁପ ଥିବା ବେଳେ ସେହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯିବାରୁ ପୀଡିତା ଜୁନାଗଡ ଥାନାକୁ ଆସି ଅଭିଯୋଗ କରିଥିବା ପ୍ରକାଶ ।

Leave a Reply

Your email address will not be published.