ରାଜ୍ୟପାଳଙ୍କ ଦ୍ୱାରା କବିତା ପୁସ୍ତକ ଉନ୍ମୋଚିତ

ରାଜ୍ୟପାଳଙ୍କ ଦ୍ୱାରା ରବିପ୍ରିୟ ଦାଶଙ୍କ କବିତା ସଂକଳନ  “ପରିଚିତ ଆଖି” ଉନ୍ମୋଚିତ

ଭୁବନେଶ୍ୱର, (ଓଏନ୍ଏସ୍/ଆଇଏନ୍ଏସ୍): ଓଡ଼ିଶାର ପ୍ରମୁଖ ଅଗ୍ରଣୀ ପ୍ରକାଶନୀ ସଂସ୍ଥା ଅପୂର୍ବା ଦ୍ୱାରା ପ୍ରକାଶିତ ସାମ୍ବାଦିକ ତଥା କବି ରବିପ୍ରିୟ ଦାଶଙ୍କ କବିତା ସଂକଳନ “ପରିଚିତ ଆଖି” ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି ।
ସୂଚନାଯୋଗ୍ୟ ଯେ, ଚଳିତ ଜୁଲାଇ ମାସ ୭ ତାରିଖରେ କବି ରବିପ୍ରିୟ ଦାଶଙ୍କ କବିତା ସଂକଳନ “ଉର୍ବଶୀର ଗାଁ”ପୁସ୍ତକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।ମୁଖ୍ୟମନ୍ତ୍ରୀ “ଉର୍ବଶୀର ଗାଁ” ପୁସ୍ତକର ସଫଳତା କାମନା କରିଛନ୍ତି ।

    ରବିପ୍ରିୟ ଦାଶଙ୍କ କବିତା ସଂକଳନ “ଉର୍ବଶୀର ଗାଁ” ପୁସ୍ତକରେ ପ୍ରକୃତିର ମହନୀୟତା ସହିତ ତାଙ୍କ ଜୀବନ ଯାତ୍ରାର ଅନୁଭବର ସାବଲୀଳ ଉପସ୍ଥାପନା କବିତା ଗୁଡ଼ିକୁ ଅଧିକ ଆକର୍ଷଣୀୟ କରି ପାରିଛି । ସୂଚନାଯୋଗ୍ୟ ଯେ, କବି ଶ୍ରୀ ରବିପ୍ରିୟ ଦାଶ ଏକା ଧାରରେ ଜଣେ ପ୍ରତିଷ୍ଠିତ ସାମ୍ବାଦିକ, କବି, ଗାଳ୍ପିକ ଓ ସ୍ତମ୍ଭକାର ଭାବେ ଜଣାଶୁଣା । ଶ୍ରୀ ଦାଶ ଏବେ ଓଡ଼ିଆ ଦୈନିକ ଖବରକାଗଜ “ସମାଜ” ଭୁବନେଶ୍ୱରର ବରିଷ୍ଠ ସାମ୍ବାଦିକ ଭାବେ କାର୍ଯ୍ୟ କରୁଛନ୍ତି ।

Leave a Reply

Your email address will not be published.