ରାଧାରାଣୀ ମହାନ୍ତିଙ୍କ ଶ୍ରଦ୍ଧାଞ୍ଜଳି ସଭା

ରାଧାରାଣୀ ମହାନ୍ତିଙ୍କ ଶ୍ରଦ୍ଧାଞ୍ଜଳି ସଭା

କଟକ, (ଆଇଏନ୍ଏସ୍): କଟକ ନରୁଆ ଗ୍ରାମର ସ୍ୱର୍ଗତ ରାଧାରାଣୀ ମହାନ୍ତିଙ୍କ ଦ୍ୱାଦଶ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ପୂଜ୍ୟପୂଜା କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ଶିକ୍ଷକ ବଟକୃଷ୍ଣ ସ୍ୱାଇଁଙ୍କ ସଭାପତିତ୍ୱରେ ଶ୍ରୀଧର ଭବନ ଠାରେ ଅନୁଷ୍ଠିତ ଏହି ସଭାରେ ଡ. ଗୋବିନ୍ଦ ଭୁୟାଁ, ପ୍ରବକ୍ତା ଅଧ୍ୟାପକ ସାରଦା ପ୍ରସାଦ କର, ପୂର୍ବତନ ଚେୟାରମ୍ୟାନ ଗିରିଶ ମହାପାତ୍ର, ସରପଂଚ ଦିବାକର ସାହୁ ଓ ସେକ ମୁକ୍ତାର ଅଲ୍ଲୀ, ନାରଣ ଦ୍ୱିବେଦୀ ଓ ବସନ୍ତ ବେହେରା, ଆଇନଜୀବୀ ଅମର ଚନ୍ଦ୍ର ଦାସ, ତନୟ କୁମାର ରାଉତ, ଉତ୍ସବ ଚରଣ ମହାପାତ୍ର, ଶଶୀଭୂଷଣ ମହାନ୍ତି, ନରୁଆ ସ୍କୁଲର ପ୍ରଧାନ ଶିକ୍ଷକ ଗୋଲେଖ ଚନ୍ଦ୍ର ବେହେରା, ଉମେଶ ଚନ୍ଦ୍ର ଭୁୟାଁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତା ମହାନ୍ତିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କର ନିଷ୍ଠା, ଧର୍ମପରାୟଣତା, ସମସ୍ତଙ୍କୁ ଭଲ ପାଇବା, ଆତ୍ମୀୟତା ସର୍ବୋପରି ସମସ୍ତଙ୍କ ସୁଖ ଦୁଃଖର ସାଥୀ ହୋଇ ଛିଡା ହେବା କାର୍ଯ୍ୟର ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ତାଙ୍କର ସ୍ମୃତି ଉଦେ୍ଦଶ୍ୟରେ ଏକ ସ୍ମୃତିଗୀତି ଉନ୍ମୋଚିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ମାନସ ମହାନ୍ତି, ଆଲୋକ ମହାନ୍ତି ଓ ପ୍ରୀତିରଂଜନ ଦାସ ପରିଚାଳନା କରିଥିଲେ । କମିଟିର ସଂପାଦକ ଅଶୋକ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ରଂଜନ କୁମାର ମହାନ୍ତି ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published.