ଭଲ୍ଲି ବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ପାରାଦୀପ, (ଓଏନ୍ଏସ୍): କୁଜଙ୍ଗ ବ୍ଲକ ବିଶ୍ୱାଳି ପଂଚାୟତର ବିଶ୍ୱାଳି ଠାରେ ଦୁଇ ଦିନିଆ ଦିବା ରାତ୍ର ଭଲି ଭଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇ ଯାଇଛି । ନେହେରୁ ଯୁବ କ୍ରୀଡା ସଂଗଠନର ସହାୟତାରେ ବାବା ବାଲୁଙ୍କେଶ୍ୱର ଗ୍ରାମ୍ୟ ବିକାଶ ପରିଷଦ ଦ୍ୱାରା ଆୟୋଜିତ ଏହି ଟୁ୍ୟର୍ଣ୍ଣାମେଣ୍ଟରେ ଆଠଟି ଦଳ ଅଂଶଗ୍ରହଣ କରିଥିଲେ । ତନ୍ମଧ୍ୟରୁ ଫାଇନାଲରେ ପାରାଦୀପ ଏବଂ ଜଗତସିଂହପୁର ମଧ୍ୟରେ ରୋମାଂଚକର ଖେଳ ଅନୁଷ୍ଠିତ ହୋଇଥିଲା । ପାରାଦୀପ ବିଜୟୀ ହୋଇଥିବା ବେଳେ ଜଗତସିଂହପୁର ରନରସ୍ ହୋଇଥିଲା । ମୁଖ୍ୟ ଅତିଥି ଭାବେ ପାରାଦୀପ ପୌର ପାଳିକାର ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ ଏବଂ ସମ୍ମାନୀତ ଅତିଥି ଭାବେ ପାରାଦୀପର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁଚରଣ ମିଶ୍ର ଉପସ୍ଥିତ ରହି ବିଜୟୀ ଟିମ୍କୁ ୪୦୦୦ ଟଙ୍କା ସହିତ ଟ୍ରଫି ଏବଂ ରନରସ୍ ଅଫ୍ ଟିମ୍କୁ ୨୫୦୦ ଟଙ୍କା ସହିତ ରନରସ୍ ଟ୍ରଫି ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ଅଶୋକ ମାଝୀ, ସଂପାଦକ ଦିଲ୍ଲିପ ପଲାଇ ଏବଂ ଅଜୟ ତରାଇ, ପ୍ରଦିପ ପରିଡା, କେ.ବାରିକ, ସୁଧାଂସୁ ମହାନ୍ତି, ପବିତ୍ର ମହାରଣା ପ୍ରମୁଖ ସହାୟତା କରିଥିଲେ ।

Leave a Reply

Your email address will not be published.