କ୍ରିଏଟିଭ୍ ଏକାଡେମି ପକ୍ଷରୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, (ଆଇଏନ୍ଏସ୍): ଓଡିଶାର ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ଅନୁଷ୍ଠାନ କିଏଟିଭ୍ ଏକାଡେମୀ ପକ୍ଷରୁ ସମ୍ବର୍ଦ୍ଧନା ଉସôôବ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ଯୁକ୍ତ ୨ କଳାରେ ପଟିଆ ରାଜା ମଧୁସୂଦନ ଦେବ କଲେଜର ଛାତ୍ରୀ ସସ୍ମିତା ଜେନା ସମଗ୍ର ଓଡିଶାରେ ୬ ନମ୍ବର ସ୍ଥାନ ଏବଂ ଭୁବନେଶ୍ୱରରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ କ୍ରିଏଟିଭ୍ ଏକାଡେମୀ ତାଙ୍କୁ ସମ୍ବର୍ଦ୍ଧିତ କରିଛି । ସସ୍ମିତା ଏକ ଗରିବ ମଧ୍ୟବିତ ପରିବାରରୁ ଆସି ଏହି ସଫଳତା ପାଇଥିବାରୁ ସମସ୍ତେ ତାଙ୍କୁ ପ୍ରଶଂସା କରିବା ସହିତ ସ୍ନେହାଶୀର୍ବାଦ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତଥିଭାବେ ଉତର ବିଧାୟକ ସୁସାନ୍ତ କୁମାର ରାଉତ, ସମ୍ମାନୀତ ଅତିଥିଭାବେ ସମାଜସେବୀ ମନୋଜ ସାହୁ, ବରିଷ୍ଠ ନାଗରିକ ମଧୁମାଧବ ଜେନା, ଆଇନଜିବୀ ସମରେନ୍ଦ୍ର ସାହୁ, ପଟିଆ କଲେଜର ପ୍ରାଧ୍ୟାପକ ପ୍ରମୋଦ ବିଶ୍ୱାଳ ପ୍ରମୁଖ ଯୋଗଦେଇ ସମ୍ବର୍ଦ୍ଧନା ସହିତ ଆଶୀର୍ବାଦ ପ୍ରଦାନ କରିଥିଲେ । କ୍ରିଏଟିଭ୍ ଏକାଡେମୀର ନିଦେ୍ର୍ଦଶକ ବରୁଣ ପୋଥାଳ ଏହି କାର୍ଯ୍ୟକ୍ରମ ଆୟୋଜନ କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published.