ନାଗେଶ୍ୱର ବସ୍ତିରେ ଶାଢୀ ଓ କମ୍ବଳ ବଂଟନ

ଭୁବନେଶ୍ୱର, (ଆଇଏନ୍ଏସ୍):ଚନ୍ଦ୍ରଶେଖରପୁର ସ୍ଥିତ ନାଗେଶ୍ୱର ବସ୍ତିରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀକୁ ଶାଢୀ ଏବଂ ବୃଦ୍ଧ ବୃଦ୍ଧାଙ୍କୁ କମ୍ବଳ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୬ ନମ୍ବର ୱାର୍ଡର ସମାଜସେବୀ ମାନସ କୁମାର ଦାଶ ଓ ନାରୀ ନେତ୍ରୀ ମଧୁସ୍ମିତା ଦାଶଙ୍କ ନେତୃତ୍ୱରେ ଲିଭିଂ ହୁ୍ୟମାନିଟି ସଂସ୍ଥା ପକ୍ଷରୁ ନାଗେଶ୍ୱର ବସ୍ତିରେ ଥିବା ୬ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠିକୁ ଶାଢୀ ବଂଟନ କରାଯାଇଥିଲା । ଏଥିସହିତ ବସ୍ତିର ୩୫ଜଣ ବୃଦ୍ଧ ବୃଦ୍ଧାଙ୍କୁ କମ୍ବଳ ପ୍ରଦାନ କରାଯାଇଥିଲା । ମଣିଷର ମିଣିଷତ୍ୱକୁ ଜାଣିବା ସହିତ ତାର ସୁଖ ଦୁଃଖରେ ସାଥି ହୋଇ ରହିବାକୁ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବସ୍ତିର ବହୁ ଜନସାଧାରଣ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *