ଡି.ଏ.ଭି. କଳିଙ୍ଗ ନଗରରେ ନେତାଜୀ ଜୟନ୍ତୀ

ଭୁବନେଶ୍ୱର,(ଆଇଏନ୍ଏସ୍): କଳିଙ୍ଗ ନଗର ସ୍ଥିତ ଡି.ଏ.ଭି ପବ୍ଲିକ ସ୍କୁଲରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳୀ ସଭାରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିିପିନ୍ କୁମାର ସାହୁଙ୍କ ସମେତ ଶିକ୍ଷକ/ଶିକ୍ଷୟିତ୍ରୀ ଓ ଛାତ୍ର କ୍ୟାବିନେଟ୍ ସଭ୍ୟମାନେ ନେତାଜୀ ସୁଭାଷଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହା ପରେ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ଗୋଷ୍ଠୀ ସଂଗୀତ ଗାନ କରାଯାଇଥିଲା । ଅନୁଷ୍ଠାନରେ ଛାତ୍ରଛାତ୍ରୀମାନେ ନେତାଜୀଙ୍କ ଜୀବନାଦର୍ଶ ଉପରେ ବକ୍ତୃତା ପ୍ରଦାନ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ ପ୍ରତିଭାଧାରୀ ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯିବା ସହ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ନେତାଜୀଙ୍କ ଜୀବନୀ ସମ୍ବଳିତ ଦେଶାତ୍ମ ବୋଧ ନାଟକ ପ୍ରଦର୍ଶିତ ହୋଇଥିଲା । ତେବେ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ନେତୃତ୍ୱରେ ଇଂରାଜୀ ବିଭାଗ ଦ୍ୱାରା ବିଭିନ୍ନ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କୁ ନେଇ ସ୍ଥାନୀୟ କଳିଙ୍ଗ ବିହାର ସ୍ଥିତ ଏମ୍. ଆର୍ ସ୍କୁଲ୍ର ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କ ସହିତ ଏକ ଭାବ ବିନିମୟ କାର୍ଯ୍ୟକ୍ରମ ସହ ଏକ ଚ୍ୟାରିଟି କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ପାଠ୍ୟ ପୁସ୍ତକ, ଖେଳନା, କ୍ରୀଡ଼ା ଉପକରଣ ତଥା ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *