ନିଶିଗନ୍ଧା ସାହିତ୍ୟ ସଂସଦ ପକ୍ଷରୁ ରାରୋପଣ

ଭୁବନେଶ୍ୱର, (ଆଇଏନ୍ଏସ୍): ନିଶିଗନ୍ଧା ସାହିତ୍ୟ ସଂସଦ ପକ୍ଷରୁ ବାଣୀବିହାରସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନର ମାର୍ଗଦର୍ଶକ ପ୍ରଫେସର ଡ.ପ୍ରସନ୍ନ ପାଟ୍ଟଶାଣୀ, ଭାରତୀୟ ଭାଷା ପ୍ରତିଷ୍ଠାନର ଓଡିଶା ଓ ପଶ୍ଚିମବଙ୍ଗ କ୍ଷେତ୍ରୀୟ ସଂଯୋଜକ ତଥା ସୁପ୍ରିମ୍କୋର୍ଟର ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ବର୍ମା, ଉକ୍ରଳ ବିଶ୍ୱବିଦ୍ୟାଳୟ କନଭେନର ପ୍ରଫେସର ଡ.ସନ୍ତୋଷ ତ୍ରିପାଠୀ, ସମାଜସେବୀ ପଦ୍ମନାଭ ତ୍ରିପାଠୀ, ନିଶିଗନ୍ଧା ଭଷା ପ୍ରତିଷ୍ଠାନର ପ୍ରତିଷ୍ଠାତା ତଥା ସମ୍ପାଦକ ବଳରାମ ତରାଇ ପ୍ରମୁଖ ଉପସ୍ଥିତ ରହି ଚାରା ରୋପଣ କରିଥିଲେ । ସମସ୍ତେ ନିଜ ନିଜ ଅଂଚଳରେ ଗଛଟିଏ ଲଗାଇ ଏକ ସବୁଜବନାନୀ ସୃଷ୍ଟି କରିବା ଏବଂ ପୃଥିବୀକୁ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବା ପାଇଁ ନିଷ୍ପତି ନେଇଥିଲେ । ବୃକ୍ଷରୋପଣ ଦ୍ୱାରା ଜଙ୍ଗଲ ପୁନରୁଦ୍ଧାର ହେବା ସହ ସମଗ୍ର ଜୀବଜଗତ ରୋଗମୁକ୍ତ ଜୀବନଯାପନ କରିପାରିବେ । ତେଣୁ ସମାଜରେ ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଲେଖାଏଁ ଗଛ ଲଗାଇବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକା ସରସ୍ୱତୀ ନାୟକଙ୍କ ସମେତ ମନ୍ଦିରର ସେବାୟତମାନେ ଉପସ୍ଥିତ ଥିଲେ । ଏହି ଅବସରରେ ମନ୍ଦିର ଚତୁଃପାଶ୍ୱର୍କୁ ସଫେଇ କରାଯାଇଥିଲା ।

Leave a Reply

Your email address will not be published.