ବିଜୁ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ପୂର୍ବତନ ପୌରପାଳ ସ୍ୱର୍ଗତ ଗୋବିନ୍ଦ ତରାଇଙ୍କ ସ୍ମୃତିସଭା

ପାରାଦ୍ୱୀପ,(ଆଇଏନ୍ଏସ୍): ପାରାଦୀପର ବରିଷ୍ଠ ବିଜେଡି ନେତା, ପୂର୍ବତନ ପୌରପାଳ, ପୂର୍ବତନ ବଣିକ ସଂଘ ସଭାପତି ତଥା କୈବର୍ତ ନେତା ସ୍ୱର୍ଗତ ଗୋବିନ୍ଦ ଚନ୍ଦ୍ର ତରାଇଙ୍କ ଦ୍ୱାଦଶାହ ଉପଲକ୍ଷେ ଏକ ସ୍ମୃତିସଭା ଆୟୋଜିତ ହୋଇଥିଲା । ବିଜୁ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି ସ୍ମୃତିସଭାରେ ପୌରହିତ୍ୟ କରିଥିଲେ ଟ୍ରଷ୍ଟର ସାଧାରଣ ସଂପାଦକ ତଥା ନଗର ବିଜେଡି ସଭାପତି ବସନ୍ତ ବିଶ୍ୱାଳ । ଏହି ସ୍ମୃତିସଭାରେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ପୂର୍ବତନ ପାରିଷଦ ମାଗୁ ଚରଣ ନାୟକ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସବିତା ମହାପାତ୍ର, ଆଇନଜିବୀ ସୁରେଶ ଦାସ, ବିଶିଷ୍ଟ ବ୍ୟବସାୟୀ ପ୍ରଭାତ କୁମାର ନନ୍ଦି, ଶ୍ରୀରାମ ସାହୁ, ଅକ୍ଷୟ ସୁତାର ପ୍ରମୁଖ ଯୋଗ ଦେଇଥିବା ବେଳେ ପାରାଦୀପର ବହୁ ବିଶିଷ୍ଟ ବ୍ୟକ୍ତି, ସମାଜସେବୀ ଓ ଅନେକ ପୂର୍ବତନ ପାରିଷଦ ମାନେ ଉପସ୍ଥିତ ରହି ସ୍ୱର୍ଗତ ତରାଇଙ୍କ ସ୍ମୃତି ଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଟ୍ରଷ୍ଟର ଉପ-ସଭାପତି କୁମରବର ନାୟକ ଏବଂ ଯୁବ ବିଜେଡି ସଭାପତି ଆଲୋକ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published.