ଓଡିଶାର ୧୦୨ ବିଧାୟକ ପାରାଦ୍ୱୀପରେ ନୌସେନାର ସମରାଭ୍ୟାସ ଦେଖିଲେ

ପାରାଦୀପ: ଓଡିଶା ବିଧାନସଭାର ସଦସ୍ୟ ମାନଙ୍କୁ ପ୍ରଥମଥର ପାଇଁ ଗଭୀର ସମୁଦ୍ର ମଧ୍ୟରେ ସମରାଭ୍ୟାସ ଦେଖେଇବାର ସୁଯୋଗ ଦେଇଛି ଭାରତୀୟ ନୌସେନା । ଓଡିଶା ବିଧାନ ସଭା ରୁ ୧୦୨ ଜଣ ବିଧାୟକ ଙ୍କୁ ବସ୍ ଯୋଗେ ପାରାଦୀପ ଆସିଥିଲେ । ମାନ୍ୟବର ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଙ୍କ ସହିତ ବିଧାୟକ ମାନେ ପିଆଇସିଟି ବର୍ଥ ରେ ଥିବା ଆଇଏନଏସ୍ ଜଲାଶ୍ୱ ଜାହାଜ ରେ ପାରାଦୀପ ସମୁଦ୍ର ମଧ୍ୟ କୁ ଯାଇଥିଲେ । ଗଭୀର ସମୁଦ୍ର ମଧ୍ୟରେ ଆଇଏନଏସ୍ ଜଲାଶ୍ୱ, ଆଇଏନଏସ୍ ଶକ୍ତି, ଆଇଏନଏସ୍ ଶିବାଲୀକ୍, ଆଇଏନଏସ୍ ସହ୍ୟାଦ୍ରୀ, ସମରାଭ୍ୟାସ ପ୍ରଦର୍ଶନ କରିଥିଲେ । ୧୯୭୧ ମସିହା ରେ ଭାରତୀୟ ନୌସେନା ପାକିସ୍ତାନ ଉପରେ ବିଜୟ ଲାଭ କରିଥିଲା । ଏହି ଗୌରବମୟ ୫୦ ତମ ବର୍ଷ ପୂର୍ତି ଉପଲକ୍ଷେ ଭାରତୀୟ ନୌସେନା ପ୍ରଥମ ଥର ପାଇଁ ଦେଶର ପ୍ରଥମ ରାଜ୍ୟ ଭାବେ ତାର କାର୍ଯ୍ୟକ୍ରମ ଓଡିଶା ବିଧାନସଭାର ବିଧାୟକ ମାନଙ୍କୁ ଦେଖାଇବା ପାଇଁ ଅନୁରୋଧ କରିଥିଲା । ଏହି କାର୍ଯ୍ୟକ୍ରମ ଦେଖିଫେରିବା ପରେ ଗଣ ମାଧ୍ୟମ କୁ ସମ୍ବୋଧନ କରିଥିଲେ ମାନ୍ୟବର ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଏବଂ ଉପସ୍ତିତ ଥିଲେ ମାନ୍ୟବର ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ଏହି ସୁଯୋଗ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ବିଧାନ ସଭାର ବିଧାୟକ ମାନଙ୍କୁ ଦେଇଥିବାରୁ ସେ ମୁଖ୍ୟମନ୍ତ୍ରୀ ଓ ଭାରତୀୟ ନୌସେନା କୁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମ କୁ ନାଭାଲ୍ ଅଫିସର ଇନ-ଚାର୍ଜ (ଓଡିଶା) କମୋଡର ରୂତୁରାଜ ସାହୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ କୋଭିଡ-୧୯ ନିୟମ ପାଳନ କରା ଯାଇଥିଲା ।

Leave a Reply

Your email address will not be published. Required fields are marked *