କେନ୍ଦ୍ରାପଡ଼ା ରାଜନୀତି ଓ ଜୟ ପଣ୍ଡା

ସାଂପ୍ରତିକ ରାଜନୀତିରେ ନେତାଙ୍କୁ ଚିହ୍ନିବା ସହଜ ନୁହେଁ । ସାଧାରଣତଃ ତୃଣମୂଳ ସ୍ତରରେ ଲୋକଙ୍କ ସେବା କରି, ଲୋକଙ୍କ ସୁଖ-ଦୁଃଖରେ ଏକାକାର ହୋଇ ନେତା ପାଲଟି ଥିବା ବ୍ୟକ୍ତି ହିଁ ବାସ୍ତବ କ୍ଷେତ୍ରରେ ଲୋକପ୍ରତିନିଧି ହେବାକୁ ଯୋଗ୍ୟ ହୋଇ ଥାଏ । ଲୋକେ ରାଜନେତାଙ୍କ କଥାରେ ନୁହେଁ, କାମରେ ବିଶ୍ୱାସ କରନ୍ତି । ନେତାଙ୍କ ମିଥ୍ୟା ପ୍ରତିଶ୍ରୂତି ଓ କପୋଳକଳ୍ପିତ କଥାରେ ସାଧାରଣ ଲୋକଙ୍କ ସମର୍ଥନ ମିଳେନାହିଁ । ବିକାଶ ମୂଳକ କାର୍ଯ୍ୟ ଏବଂ ସାଧାରଣ ଲୋକ ମାନଙ୍କର ମଙ୍ଗଳ ପାଇଁ ନିଷ୍ଠାପର କାର୍ଯ୍ୟ କରି ଚାଲିଲେ, ଯିଏ କେହି ଲୋକଙ୍କ ବିଶ୍ୱାସଭାଜନ ହୋଇଥାଏ । ସାଧାରଣତଃ କୁହାଯାଇଥାଏ, ଭାରତୀୟ ଗଣତନ୍ତ୍ରର ମନ୍ଦିର ଗୁଡ଼ିକୁ ଆମେ ଗଣତାନ୍ତ୍ରିକ ସଂସ୍କାର ଥିବା ଓ ସଂସଦ ବା ବିଧାନସଭାରେ ଲୋକଙ୍କ ଆଶା-ଆକାଂକ୍ଷା, ସୁଖ-ଦୁଃଖ ଏବଂ ଦୃଷ୍ଟିକୋଣକୁ ଗଣତାନ୍ତ୍ରିକ ଢ଼ଙ୍ଗରେ ଉପସ୍ଥାପିତ କରି ପାରୁଥିବା ବ୍ୟକ୍ତିମାନଙ୍କୁ ନିର୍ବାଚିତ କରି ପଠାଇବା ଉଚିତ । କାରଣ ସେମାନେ ଆମର ପ୍ରତିନିଧି, ପ୍ରବକ୍ତା ଓ ସୁଖ-ଦୁଃଖର ସାଥୀ ମଧ୍ୟ । ଯେତେବେଳେ ସୁଯୋଗ୍ୟ ନେତା ମାନେ ସଂସଦ ବା ବିଧାନସଭାକୁ ନିର୍ବାଚିତ ହୁଅନ୍ତି, ସେତେବେଳେ ସଂପୃକ୍ତ ଅଂଚଳ ତଥା ସାଧାରଣ ଲୋକଙ୍କ ଉନ୍ନତି ହେବା ସହ ସେହି ନେତା ନିଜ ନିର୍ବାଚନ କ୍ଷେତ୍ରରେ ଅପରାଜେୟ ହୋଇ ଯାଆନ୍ତି । ସମସ୍ତ ରେକର୍ଡ଼ ଭାଙ୍ଗି ରାଜ୍ୟ ଓ ଦେଶରେ ଇତିହାସ ସୃଷ୍ଟି କରନ୍ତି! ଚିରଦିନ ପାଇଁ ଲୋକମାନଙ୍କ ମନରେ ସେମାନେ ସ୍ମରଣୀୟ ହେଇ ରହନ୍ତି । ସେହିଭଳି ଜଣେ ନେତା ହେଲେ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରର ପୂର୍ବତନ ସାଂସଦ ବୈଜୟନ୍ତ (ଜୟ)ପଣ୍ଣା । ଆମେରିକାରେ ପାଠପଢା ଶେଷ ପରେ ବୈଜୟନ୍ତ ବାବୁ ଶିଳ୍ପ କ୍ଷେତ୍ରରେ ନିଜର କାର୍ଯ୍ୟ ଆରମ୍ଭ କରିଥିଲେ । ମାତ୍ର ଧୀରେଧୀରେ ସେ ରାଜନୀତି ପ୍ରତି ଆକୃଷ୍ଟ ହୋଇଥିଲେ । ବୈଜୟନ୍ତ ବାବୁ ଜଣେ ପ୍ରଗତିଶୀଳ ମଣିଷ ଭାବେ ବିଭିନ୍ନ ସାମାଜିକ ଓ ଗଣ ଆନେ୍ଦାଳନ ସହିତ ନିଜକୁ ସାମିଲ କରିଛନ୍ତି । କେବଳ କେନ୍ଦ୍ରାପଡ଼ା କି ଓଡ଼ିଶା ନୁହେଁ, ଜାତୀୟ ରାଜନୀତି କ୍ଷେତ୍ରରେ ମଧ୍ୟ ସେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ଏପରିକି ଜଣେ ପ୍ରଚଣ୍ଡ ରାଜନୀତିକ ଜ୍ଞାନର ଅଧିକାରୀ ତଥା ଅଭିଜ୍ଞ ସାଂସଦ ଭାବେ ତାଙ୍କର ରାଜନୀତିକ ଓ ସଂସଦୀୟ କାର୍ଯ୍ୟଦକ୍ଷତା ତାଙ୍କୁ ଆପେ ଜାତୀୟ ରାଜନୀତି ମଂଚରେ ଛିଡ଼ା କରି ଦେଇଛି । ୨୦୦୦ ଓ ୨୦୦୬ ମସିହାରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇ ୨୦୦୯ ପର୍ଯ୍ୟନ୍ତ ବିଜେଡ଼ି ରାଜ୍ୟସଭା ସଂସଦୀୟ ଦଳର ନେତା ପଦରେ ଅଧିଷ୍ଠିତ ହୋଇଥିଲେ । ୨୦୦୯ ଓ ୨୦୧୪ ସାଧାରଣ ନିର୍ବାଚନରେ ସେ ବିଜେଡ଼ି ଟିକଟରେ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରରୁ ନିର୍ବାଚିତ ହୋଇ ବିଭିନ୍ନ ସଂସଦୀୟ କମିଟିର ଜଣେ ପ୍ରମୁଖ ସଦସ୍ୟ ଭାବେ ନିଜର ଦାୟୀତ୍ୱ ସଫଳତାର ସହ ତୁଲାଇ ଥିଲେ ।
ସଂସଦ ଅଧିବେଶନରେ ବୈଜୟନ୍ତ ବାବୁଙ୍କର କାର୍ଯ୍ୟଶୈଳୀ, ପ୍ରଭାବୀ ବକ୍ତୃତା ଓ ଜାତୀୟ ସ୍ତରୀୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଅଂଶଗ୍ରହଣ ତଥା ସଂସଦ ବାହାରେ, ନିଜ ରାଜ୍ୟରେ ଓ ନିଜ ନିର୍ବାଚନ ମଣ୍ଡଳୀରେ ତାଙ୍କର ଲୋକାଭିମୁଖୀ କାର୍ଯ୍ୟ ଅଦ୍ୱିତୀୟ । ସଂସଦ ଅଧିବେସନରେ ପ୍ରଶ୍ନ-ଉତର, ବଜେଟ୍ ଭଳି ମହତ୍ୱପୂର୍ଣ୍ଣ ଆଲୋଚନାରେ ବୈଜୟନ୍ତବାବୁ ଉପସ୍ଥିତ ରହି ସକି୍ରୟ ଅଂଶ ଗ୍ରହଣ କରିଥାନ୍ତି । ଦେଶରେ ଦାରିଦ୍ର୍ୟ, ଅନାହାର, ପୃଷ୍ଟିହୀନତା, ମାତୃ ଓ ଶିଶୁମୃତୁ୍ୟ, ଦାଦନ ଭଳି ବିଭିନ୍ନ ସାମାଜିକ ଓ ପ୍ରଶାସନିକ ସମସ୍ୟା ସମାଧାନ ପାଇଁ ସେ ନିୟମିତ କାର୍ଯ୍ୟ କରି ଆସିଛନ୍ତି । ଏଥିପାଇଁ ମଧ୍ୟ ସେ ସଂସଦରେ ଅନେକ ପ୍ରାଇଭେଟ୍ ମେମ୍ବର୍ସ ବିଲ୍ ଉପସ୍ଥାପନ କରିଛନ୍ତି । ୨୦୧୧ରେ ବୈଜୟନ୍ତ ବାବୁଙ୍କ ସମେତ ଏକ ଉଚ୍ଚସ୍ତରୀୟ ଯୁବ ସଂସଦୀୟ ଦଳ“ସିଟିଜେନ୍ସ ଆଲିଆନ୍ସ ଏଗ୍ନେଷ୍ଟ ମାଲ୍ନୁ୍ୟଟି୍ରସନ୍” ଶିଶୁ ପୃଷ୍ଟିହୀନତାର କାରଣ ସଂପର୍କରେ ସାରା ଭାରତରେ ବୁଲି ମା’, ଶିଶୁ, ଅଙ୍ଗନୱାଡ଼ୀ କର୍ମୀ ଓ ସରକାରୀ କର୍ମକର୍ତ୍ତାଙ୍କୁ ଭେଟିଥିଲେ । ଏହି ଦଳ ୧ଲକ୍ଷରୁ ଉଦ୍ଧ୍ୱର୍ ଶିଶୁ ଓ ୭୪ ହଜାରରୁ ଉଦ୍ଧ୍ୱର୍ ମା’ଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ । ଏହା ଦେଶର ସବୁଠୁ ବଡ଼ ପୃଷ୍ଟିହୀନତା ସର୍ଭେ ଥିଲା । ୨୦୧୩ ରେ ରାଜନୀତିକ ବ୍ୟକ୍ତିଙ୍କ ବିରୁଦ୍ଧରେ ଥିବା ଅପରାଧ୍ôକ ମାମଲାର ବିଚାର ପାଇଁ ସ୍ପେଶିଆଲ୍ ଫାଷ୍ଟ ଟ୍ରାକ୍ କୋର୍ଟ ସ୍ଥାପନ ପାଇଁ, ୨୦୧୩ରେ ରାଜନୀତିରେ ଅପରାଧୀକରଣ ନିୟନ୍ତ୍ରଣ ପାଇଁ,୨୦୧୪ରେ ଜଣେ ବ୍ୟକ୍ତି ଏକ ସମୟରେ ସଂସଦୀୟ କ୍ଷେତ୍ର ଓ ବିଧାନସଭା କ୍ଷେତ୍ର ଉଭୟରୁ ନିର୍ବାଚିତ ହୋଇ ପରେ ଯେଉଁ ଆସନରୁ ଇସ୍ତଫା ଦେବେ, ସେଠାରେ ଦ୍ୱିତୀୟ ସ୍ଥାନ ଦଖଲ କରିଥିବା ପରାଜିତ ପ୍ରାର୍ଥୀଙ୍କୁ ନିର୍ବାଚିତ ଘୋଷିତ କରିବାକୁ ସଂସଦରେ ପ୍ରାଇଭେଟ୍ ମେମ୍ବର୍ସ ବିଲ୍ ଉପସ୍ଥାପନ କରିଥିଲେ ।
ତେବେ ୨୦୧୮ଜାନୁୟାରୀ ୨୪ ତାରିଖରେ ବୈଜୟନ୍ତ ବାବୁଙ୍କୁ ବିଜେଡ଼ିର ପ୍ରାଥମିକ ସଭ୍ୟ ପଦରୁ ନିଲମ୍ବନ କରା ଯାଇଥିଲା । ତା.୨୮.୦୫.୨୦୧୮ରିଖରେ ବିଭିନ୍ନ କାରଣ ଦର୍ଶାଇ ବୈଜୟନ୍ତ ବାବୁ ବିଜେଡ଼ିରୁ ଇସ୍ତଫା ଦେଇଥିଲେ ଓ ତା.୧୨.୦୬.୨୦୧୮ ରିଖରେ ଲୋକସଭା ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ । ତେବେ ୯ ମାର୍ଚ୍ଚ ୪ ତାରିଖରେ ସେ ବିଜେପିରେ ଯୋଗ ଦେଇଥିଲେ । ଏହାର ମାତ୍ର ୪ ଦିନ ପରେ ମାର୍ଚ୍ଚ ୮ ତାରିଖରେ ତାଙ୍କୁ ଅତି ଗୁରୁତ୍ୱପୂର୍ଣ୍ଣ ବିଜେପି ଜାତୀୟ ଉପ-ସଭାପତି ତଥା ମୁଖପାତ୍ର ପଦରେ ଅବସ୍ଥାପିତ କରାଯାଇଥିଲା । ବୈଜୟନ୍ତ ବାବୁ ଯେପରି ସ୍ଥାନୀୟ ସମସ୍ୟାକୁ ଗୁରୁତ୍ୱ ଦେଇ ଉନ୍ନୟନ କାର୍ଯ୍ୟକୁ ଆଗେଇ ନେଇଥାନ୍ତି ଓ ଲୋକଙ୍କୁ ଭଲ ପାଆନ୍ତି, ପୂର୍ବର କୌଣସି ସାଂସଦଙ୍କ ଠାରେ ତାହା ଦେଖା ଯାଇନଥିଲା । ବାସ୍ତବରେ ସାଧାରଣ ଲୋକଙ୍କ ପାଇଁ ଉନ୍ନୟନ କାର୍ଯ୍ୟରେ ନିଜକୁ ସଂପୂର୍ଣ୍ଣ ଭାବେ ଉତ୍ସର୍ଗ କରିଥିଲେ ବୈଜୟନ୍ତ ବାବୁ । ତେବେ ସେ ୨୦୧୯ ଲୋକସଭା ନିର୍ବାଚନରେ କେନ୍ଦ୍ରାପଡ଼ା ଆସନରେ ତୃତୀୟ ଥର ପାଇଁ ବିଜେପି ଟିକଟରେ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ । ନିର୍ବାଚନରେ ବିଜେଡ଼ିର ଅନୁଭବ ମହାନ୍ତି ୬,୨୮,୯୩୯ ଖଣ୍ଡ ଭୋଟ ପାଇଥିଲାବେଳେ ବିଜେପିର ବୈଜୟନ୍ତ ପଣ୍ଡା ୪,୪୭,୪୫୬ ଖଣ୍ଡ ଭୋଟ ଏବଂ କଂଗ୍ରେସର ଧରଣୀଧର ନାୟକ ୧,୧୩,୮୪୧ ଖଣ୍ଡ ଭୋଟ୍ ପାଇଥିଲେ । ତେବେ ବିଜେଡ଼ିର ଅନୁଭବ ମହାନ୍ତି ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବୈଜୟନ୍ତ ବାବୁଙ୍କୁ ୧,୮୧,୪୮୩ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ କରିଥିଲେ । ଏଠାରେ ପ୍ରଶ୍ନ ଉଠିପାରେ ଯେ, କେନ୍ଦ୍ରାପଡ଼ାର ବିକାଶ ପାଇଁ ବୈଜୟନ୍ତ ବାବୁ ଅନେକ ଉନ୍ନୟନ କାର୍ଯ୍ୟ କରିବା ସହ ବହୁ ଯୋଜନା ହାତକୁ ନେଇଥିଲେ ହେଁ ମତଦାତା ମାନେ ତାଙ୍କୁ ପ୍ରତ୍ୟାଖାନ କଲେ କାହିଁକି? ଏ ବାବଦରେ କୁହାଯାଏ ଯେ, ବୈଜୟନ୍ତ ବାବୁଙ୍କ ପରିଚାଳନାଗତ ତୃଟି ଯୋଗୁ ଯୁବ ଗୋଷ୍ଠୀର ଭୋଟ ଗୁଡ଼ିକ ଅତି ସହଜରେ ବିଜେଡ଼ି ଅକ୍ତିଆରକୁ ଚାଲିଗଲା । ଅନ୍ୟପକ୍ଷରେ ସେ ତାଙ୍କର ପୁରୁଣା ସମର୍ଥକ ଓ ଶୁଭେତ୍ସୁ ମାନଙ୍କୁ ଆଡ଼େଇ ଦେଲେ ବୋଲି କୁହା ଯାଉଛି । ସେହିପରି ବୈଜୟନ୍ତ ବାବୁଙ୍କ ପ୍ରାର୍ଥୀତ୍ୱ ଓ ନିର୍ବାଚନ ବିଜୟ ପାଇଁ ବିଜେପିର କେତେକ ଆଗ ଧାଡ଼ିର ନେତା ସେମିତି କିଛି ସହଯୋଗ ଦେଇନଥିବା ସେତେବେଳେ ମନେ ହୋଇଥିଲା ବୋଲି ରାଜନୀତିକ ସମୀକ୍ଷକ ମାନେ ମତ ଦେଇଥିଲେ । ମାତ୍ର ବିଜେଡ଼ି ପ୍ରାର୍ଥୀ ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କର ଅଭିନେତ୍ରୀ ସହଧର୍ମିଣୀ ନିଜର ଯଥେଷ୍ଟ ଉଦ୍ୟମ ବଳରେ ଯୁବଗୋଷ୍ଠୀକୁ ନିଜ ପକ୍ଷÿକୁ ନେଇି ପାରିଥିଲେ । ଯେଉଁଥିପାଇଁ ବିଜେଡ଼ି ସହଜ ବିଜୟଲାଭ କଲା ।
କିନ୍ତୁ ଏବେ ଧୀରେ ଧୀରେ ଅବସ୍ଥା ବଦଳି ଯାଇଛି । ମୁଖ୍ୟତଃ ଆସାମ ରାଜ୍ୟର ବିଜେପି ପ୍ରଭାରୀ ଦାୟୀତ୍ୱ ନେଇ ଦଳକୁ ବିପୁଳ ସଫଳତା ଦେବା ପରେ ବୈଜୟନ୍ତ ବାବୁ ଦଳରେ ନିଜର ସ୍ଥିତି ଏକଦମ ମଜଭୁତ କରି ପାରିଛନ୍ତି । ଆସାମ ନିର୍ବାଚନରେ ମୋଟ ୧୨୬ ଆସନ ମଧ୍ୟରୁ ବିଜେପି ୯୩ ଟି ଆସନ ଲାଭ କରିଥିଲା । ଏହା ନିଶ୍ଚୟ ବୈଜୟନ୍ତ ବାବୁଙ୍କ ପରିଶ୍ରମର ଫଳ । ବାସ୍ତବତା ଦେଖାଗଲେ, ବୈଜୟନ୍ତ ପଣ୍ଡା ଜଣେ ଭିନ୍ନ ଚରିତ୍ରର ମଣିଷ । ସାଂସଦ ନଥାଇ ମଧ୍ୟ ସେ ସବୁବେଳେ କେନ୍ଦ୍ରାପଡ଼ା ଅଂଚଳରେ ରହି ଲୋକ ମାନଙ୍କ ସୁଖ-ଦୁଃଖରେ ଭାଗୀ ହେଉଥିବା ଦେଖା ଯାଉଛି । ଦଳମତ ନିର୍ବିଶେଷରେ କେନ୍ଦ୍ରାପଡ଼ାର ସାଧାରଣ ମଣିଷକୁ ସେ ବନ୍ଧୁ ଭାବରେ ଗ୍ରହଣ କରିଥିବା ବେଳେ ତାଙ୍କ ପ୍ରତି କେନ୍ଦ୍ରାପଡ଼ା ବାସୀଙ୍କର ଏବେ ବି ଅକୁଣ୍ଠ ସମର୍ଥନ ରହିଛି ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍, ପଟ୍ଟାମୁଣ୍ଡାଇ,
    ଶରତ କୁମାର ରାଉତ, କେନ୍ଦ୍ରାପଡ଼ା, ମୋ-୯୩୩୭୩୬୯୪୪୮

Leave a Reply

Your email address will not be published.