ରେଳ ସଂସ୍କାରରେ ଲାଗିଛନ୍ତି ରେଳମନ୍ତ୍ରୀ

ଶରତ କୁମାର ରାଉତ
ଦିନେ ଓଡ଼ିଶାରେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଅଶ୍ୱିନୀ ବୈଷ୍ଣବ ଯେ ନିଜର ବହୁ ସଫଳ କାର୍ଯ୍ୟ ପାଇଁ ଭାରତର ରେଳମନ୍ତ୍ରୀ ପଦରେ ଅଧିଷ୍ଠିତ ହେବେ, ଏହା ପ୍ରାୟ କାହାକୁ ଜଣା ନଥିଲା । ଅଶ୍ୱିନୀ ବୈଷ୍ଣବ ଓଡ଼ିଶା କ୍ୟାଡ଼ର୍ ୧୯୯୪ ବ୍ୟାଚ ଆଇଏଏସ୍ ଅଧିକାରୀ । ବାଲେଶ୍ୱର ଜିଲ୍ଲାରେ ଶ୍ରୀ ବୈଷ୍ଣବ ଜିଲ୍ଲାପାଳ ଥିଲାବେଳେ ବହୁ ସଫଳ କାର୍ଯ୍ୟ କରି ଲୋକଲୋଚନକୁ ଆସିଥିଲେ । ବାଲେଶ୍ୱର ଜିଲ୍ଲାରେ ଭୟଙ୍କର ପ୍ରାକୃତିକ ବିପର୍ଯୟ ବେଳେ ଶ୍ରୀ ବୈଷ୍ଣବଙ୍କ ସଫଳ କାର୍ଯ୍ୟ ପାଇଁ ସେ ସବୁ ମହଲରେ ଚର୍ଚ୍ଚାର ପରିସରକୁ ଆସିଥିଲେ । ମୁଖ୍ୟତଃ ନବୀନ ପଟ୍ଟନାୟକଙ୍କ ନିକଟତମ ତଥା ପସନ୍ଦ ଅଧିକାରୀଙ୍କ ମଧ୍ୟରେ ଶ୍ରୀ ବୈଷ୍ଣବ ଜଣେ ଥିଲେ । ଏଣୁ ଯେତେବେଳେ ନବୀନ ବାବୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦରେ ପ୍ରଥମ କରି ନିଯୁକ୍ତି ପାଇଲେ, ପ୍ରଥମେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ କଟକ ଜିଲ୍ଲାର ଜିଲ୍ଲାପାଳ ପଦରେ ଶ୍ରୀ ବୈଷ୍ଣବଙ୍କୁ ନିଯୁକ୍ତି ଦେଲେ । ସେଠାରେ ଶ୍ରୀ ବୈଷ୍ଣବ ଅନେକ ସଫଳ କାର୍ଯ୍ୟ କରି ଥିଲେ । ଆଇନ-ଶୃଙ୍ଖଳା ଭଳି ବହୁ ବ୍ୟବସ୍ଥାକୁ ସେ ସ୍ୱାଭାବିକ କରିବାରେ ସକ୍ଷମ ହୋଇଥିଲେ ।
ତେବେ ଶ୍ରୀ ବୈଷ୍ଣବ ନିଜର ସଫଳ କାର୍ଯ୍ୟ ପାଇଁ ୨୦୦୩ ରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କ କାର୍ଯ୍ୟାଳୟରେ ଉପ-ସଚିବ ପଦରେ ନିଯୁକ୍ତି ପାଇଲେ । ଏତିକିବେଳେ ଶ୍ରୀ ବୈଷ୍ଣବଙ୍କ ଜୀବନରେ ଏକ ନୂଆମୋଡ଼ ଆସିଲା । ଆଉ ବାଜପାୟୀଙ୍କ ହାତରୁ କ୍ଷମତା ଯିବା ପରେ ମଧ୍ୟ ସେ ତାଙ୍କ ନିଜସ୍ୱ ସଚିବ ହୋଇ ରହିଲେ । ଏହାର କିଛିଦିନ ପରେ ବାଜପାୟୀ ରାଜନୀତିରୁ ଦୂରେଇ ଯିବା ପରେ ଶ୍ରୀ ବୈଷ୍ଣବଙ୍କୁ ଗୋଆ ବନ୍ଦରର ଡ଼େପୁଟୀ ଚେୟାରମ୍ୟାନ ପଦରେ ନିଯୁକ୍ତି ଦିଆଗଲା । କିନ୍ତୁ ଏହାର କିଛିଦିନ ପରେ ଶ୍ରୀ ବୈଷ୍ଣବ ଚାକିରିରୁ ଇସ୍ତଫା ଦେଇଦେଲେ । ଏହାପରେ ଅଶ୍ୱିନୀ ବୈଷ୍ଣବ କେତୋଟି ବଡ଼ ବଡ଼ କମ୍ପାନୀରେ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ରହି ସଫଳତାର ସହ କାର୍ଯ୍ୟ କରି ପ୍ରଶଂସା ପାଇଲେ । ଇତିମଧ୍ୟରେ ନରେନ୍ଦ୍ର ମୋଦିଙ୍କ ସହିତ ଅଶ୍ୱିନୀ ବୈଷ୍ଣବଙ୍କର ସାକ୍ଷାତ ହୋଇଥିଲା । ମୋଦି ବୈଷ୍ଣବ ବାବୁଙ୍କ ବିଭିନ୍ନ ସଫଳ କାର୍ଯ୍ୟ ପାଇଁ ବେଶ୍ ପ୍ରଭାବିତ ହୋଇଥିଲେ । ଫଳସ୍ୱରୂପ ୨୦୧୯ ରେ ଓଡ଼ିଶାରୁ ବିଜେପି ବୈଷ୍ଣବ ବାବୁଙ୍କୁ ରାଜ୍ୟସଭାକୁ ପଠାଇଲା । ଆଉ ଏହାର କିଛିଦିନ ପରେ ସମସ୍ତଙ୍କୁ ଚକିତ କରି ଦେଇ ବୈଷ୍ଣବ ବାବୁ ଭାରତର ରେଳ, ଆଇଟି, ସଂଚାର, ଇଲେକ୍ଟୋ୍ରନିକ୍ସ ତଥା ସୂଚନା ମନ୍ତ୍ରୀ ହାଇଗଲେ ।
ଇତିମଧ୍ୟରେ ରେଳମନ୍ତ୍ରୀ ଅଶ୍ୱିନୀ ବାବୁ ରେଳ ବିଭାଗରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଜୋରଦାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଆଗାମୀ ୩ ବର୍ଷ ମଧ୍ୟରେ ଭାରତୀୟ ରେଳରେ ଏପରି କିଛି ବ୍ୟବସ୍ଥା ହେବ, ଯଦ୍ୱାରା ସାଧାରଣ ଯାତ୍ରୀ ମଧ୍ୟ ବିଭିନ୍ନ ସୁବିଧା ପାଇ ପାରିବେ । ଯାତ୍ରୀଭଡ଼ା ଯୁକ୍ତି ସଂଗତ ହେବା ସହ ରେଳଯାତ୍ରୀ ମାନଙ୍କୁ ବ୍ୟାପକ ସୁରକ୍ଷା ଯୋଗାଇ ଦିଆଯିବ । ଆହୁରି ମଧ୍ୟ ରେଳମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ରେଳ ବିଭାଗରେ ଭ୍ରଷ୍ଟାଚାରୀ ମାନଙ୍କ ସହ କୌଣସି ବୁଝାମଣା କରାଯିବ ନାହିଁ । ଭ୍ରଷ୍ଟ ଅଧିକାରୀ ମାନଙ୍କୁ ସେ ନିଜେ ଜେଲ୍ ପଠାଇବେ । ବିଭାଗୀୟ ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସେ ଏ ବାବଦରେ ସତର୍କ ରହିବାକୁ କହିଛନ୍ତି । ମାତ୍ର ସାଧୁ ଓ କର୍ମଠ ରେଳ କର୍ମଚାରୀଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ତେବେ ଆଗାମୀ ୩ ବର୍ଷ ମଧ୍ୟରେ ଦେଶର ୧୫୦ ଟି ରେଳ ଷ୍ଟେସନକୁ ପୁନଃ-ଉନ୍ନତିକରଣ କରିବାର ଲକ୍ଷ୍ୟ ରଖିଛନ୍ତି ରେଳମନ୍ତ୍ରୀ ଅଶି୍ୱନୀ ବୈଷ୍ଣବ । ୪୦୦ରୁ ଅଧିକ ରେଳ ଷ୍ଟେସନକୁ ଏହି ଯୋଜନାରେ ସାମିଲ କରାଯାଇଛି । କିନ୍ତୁ ୫୦ଟି ରେଳ ଷ୍ଟେସନକୁ ଏବେ ମିସନ୍ ମୋଡ଼ରେ ବିକଶିତ କରିବାର ଯୋଜନା କରିଛନ୍ତି ରେଳମନ୍ତ୍ରୀ । ଏହି ସମସ୍ତ ଷ୍ଟେସନରେ ଯାତ୍ରୀମାନଙ୍କ ପାଇଁ ଆଧୁନିକ ସୁବିଧା ସହିତ ଷ୍ଟଲ୍, ଫୁଡ଼୍ କୋଟ, ସିଟି ସେଣ୍ଟର, ଶୀତତାପ ନିୟନ୍ତ୍ରିତ, ବହୁମୁଖୀ ପ୍ରତୀକ୍ଷା ହଲ୍,ଆଧୁନିକ ଟୟଲେଟ୍ ଆଦିର ବ୍ୟବସ୍ଥା କରାଯିବ । ସୂଚନାଯୋଗ୍ୟ ଯେ, ରେଳମନ୍ତ୍ରୀ ଅଶି୍ୱନୀବୈଷ୍ଣବ ପ୍ରଥମ କରି ନିଜ ବିଭାଗର କାର୍ଯ୍ୟଭାର ନେବା କ୍ଷଣି ନିଜ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀଙ୍କୁ ୨ଟି ସିଫ୍ଟରେ କାମ କରିବାକୁ ନିଦେ୍ର୍ଦଶ ଦେଇଥିଲେ, ଯାହାକୁ ବୁଦ୍ଧିଜୀବୀ ମହଲରେ ବିପୁଳ ସ୍ୱାଗତ କରାଯାଇଥିଲା ।
ରେଳମନ୍ତ୍ରୀ ଭାବରେ ପ୍ରଥମ ଓଡ଼ିଶା ଗସ୍ତରେ ଆସିଥିବାବେଳେ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ, କଳାହାଣ୍ଡି ଏବଂ ଓଡ଼ିଶାର ଅନ୍ୟ ପଛୁଆ ଅଞ୍ଚଳରେ ରେଳ ଭିତ୍ତିଭୂମୀର ବିକାଶ କରାଇବା ତାଙ୍କର ପ୍ରମୁଖ କାର୍ଯ୍ୟ ହେବ । ସେହିପରି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭବାନିପାଟଣା ଠାରେ ଘୋଷଣା କରିଥିଲେ ଯେ, ଜୁନାଗଡ଼ରୁ ଅମ୍ବାଗୁଡ଼ା ମଧ୍ୟରେ ରେଳ ଲାଇନ୍ ନିର୍ମାଣର ପରିଯୋଜନା ଶୀଘ୍ର ଆରମ୍ଭ ହେବ । ଏଥିସହିତ ସେ କହିଥିଲେ, ଜୁନାଗଡ଼ରୁ ଧର୍ମଗଡ଼ ମଧ୍ୟରେ ରେଳ ଧାରଣା ବିଛାଇବା କାମକୁ ମଧ୍ୟ ଦ୍ରୁତ କରାଯିବ । ସେ ଆହୁରି ମଧ୍ୟ କହିଥିଲେ ଯେ, କଳାହାଣ୍ଡିର ଦୁର୍ଗମ ଅଞ୍ଚଳ ଓ ଅତି ଦୁର୍ଗମ ଅଞ୍ଚଳରେ ରେଳ ସଂପର୍କ ବଢାଇବା ଓ ଆଇଟି ସେବାର ବିକାଶ କରାଇବା ତାଙ୍କର ମୂଳ ଲକ୍ଷ୍ୟ । ଆହୁରି ମଧ୍ୟ ରେଳମନ୍ତ୍ରୀ କହିଥିଲେ ଯେ, ରେଳ ମନ୍ତ୍ରଣାଳୟ ଖୁବ ଶୀଘ୍ର କଳାହାଣ୍ଡି ଜିଲ୍ଲାର ନର୍ଲା ଅଞ୍ଚଳରେ ପ୍ରସ୍ତାବିତ ଲୋକୋ ସାମୟିକ ମରାମତି କାର୍ଯ୍ୟ ସଂପାଦନ ପାଇଁ ବ୍ୟବସ୍ଥା ହୋଇଛି । (କ୍ଟ୍ରକ୍ସକ୍ଟକ୍ଟ୍ରକ୍ଟଗ୍ଦରୟ କ୍ଷକ୍ଟମକ୍ଟ ଙ୍ଗସକ୍ଷକ୍ଷ ଙ୍କଦ୍ଭୟରକ୍ସଗ୍ଧବଳର କ୍ଟ୍ରରକ୍ସସକ୍ଟୟସମ କ୍ଟଷରକ୍ସଷବଙ୍କକ୍ଷସଦ୍ଭଶ ଙ୍ଗକ୍ଟକ୍ସଳଗ୍ଦଷକ୍ଟକ୍ଟ୍ର ଙ୍ଗକ୍ଟକ୍ସଳ ।) ଏହି ପରିଯୋଜନାକୁ ୨୦୧୭-୧୮ରେ ମଂଜୁରୀ ଦିଆ ଯାଇଥିଲା । ମାତ୍ର ବର୍ତ୍ତମାନ ସୁଦ୍ଧା ଏହା କାର୍ଯ୍ୟକାରୀ ହୋଇ ପାରିନାହିଁ ।
ତେବେ ଜୟପୁର-ମାଲକାନାଗିରି ଏବଂ ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପ ପାଇଁ ଆବଶ୍ୟକ ଜମି ଯେତେ ଶୀଘ୍ର ଅଧିଗ୍ରହଣ ହେବ, ସେତେ ଶୀଘ୍ର ହିଁ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରିବ ବୋଲି କୁହାଯାଇଛି । ସେହିପରି ଦୋହରୀ କରଣକୁ ନେଇ ରେଳମନ୍ତ୍ରୀ କହିଛନ୍ତି ଯେ, ଦୋହରୀ କରଣ କାର୍ଯ୍ୟ ଯେତେ ଶୀଘ୍ର ଶେଷ ହେବ, ସେତେ ଶୀଘ୍ର ହିଁ ରେଳ ଚାଲିବା ସମ୍ଭବ ହେବ ।
ଜଣେ ଅଭିଜ୍ଞ ସାଂସଦ ତଥା ରେଳମନ୍ତ୍ରୀ ଭାବେ ଓଡ଼ିଶା ଏବଂ ଦେଶର ସାମଗ୍ରୀକ ବିକାଶ ଓ ବିଭିନ୍ନ ସମସ୍ୟା ସମାଧାନ କରି ଅବହେଳିତ ମଣିଷ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରିବାର ଲକ୍ଷ୍ୟ ରଖିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ତେବେ ଓଡ଼ିଶା ସମେତ ଦେଶର ସ୍ୱାସ୍ଥ୍ୟ, ଶିକ୍ଷା, ପୃଷ୍ଟିହୀନତା ନିୟନ୍ତ୍ରଣ, ମାତୃ-ଶିଶୁ ମୃତୁ୍ୟହାର ହ୍ରାସ, ପାନୀୟ ଜଳ, ପରିବେଶ, ସାକ୍ଷରତା, ଉଚ୍ଚଶିକ୍ଷାର ପ୍ରସାର, ଜଙ୍ଗଲ ଜମିର ସୁରକ୍ଷା, ଗ୍ରାମ୍ୟ ଉନ୍ନତି, ଦାରିଦ୍ର୍ୟ ଦୂରୀକରଣ, କ୍ରୀଡ଼ାର ଉନ୍ନତି ଆଦି ତାଙ୍କ ସାମାଜିକ କାର୍ଯ୍ୟର ମୂଳ ଲକ୍ଷ୍ୟ । ସମସ୍ତଙ୍କୁ ସେ ସହଯୋଗର ହାତ ବଢାନ୍ତି । ଦଳମତ ନିର୍ବିଶେଷରେ ସବୁ ନେତା ଓ ସାଧାରଣ ମଣିଷକୁ ସେ ବନ୍ଧୁ ଭାବରେ ଗ୍ରହଣ କରନ୍ତି । ବାସ୍ତବରେ ତାଙ୍କର ଅମାୟିକ ବ୍ୟବହାର,ସରଳତା, ନିଷ୍ଠାପରତା,ଅମାୟିକ ରାଜନୀତି,ସମର୍ପିତ ରାଜନେତା, ଆକର୍ଷଣୀୟ ଲୋକପି୍ରୟତା, ଉତ୍ସର୍ଗୀକୃତ ଜନସେବା ଓ ପରୋପକାରୀ ମନୋଭାବ ଆଦି ମାନବୀୟ ଗୁଣ ପାଇଁ ସେ ସମସ୍ତଙ୍କର ପି୍ରୟପାତ୍ର ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍, ଭୁବନେଶ୍ୱର, ମୋ: ୯୩୩୭୩୬୯୪୪୮

Leave a Reply

Your email address will not be published.