ଅବଶେଷରେ କଂଗ୍ରେସରୁ ଇସ୍ତଫା ଦେଲେ ନବ ଦାସ
ସବୁ କଳ୍ପନାଜଳ୍ପନାର ଅବସାନ ଘଟାଇ ଝାରସୁଗୁଡାର କଂଗ୍ରେସ ବିଧାୟକ ତଥା ଦଳର କାର୍ଯ୍ୟକାରୀ ସଭାପତି ନବ କୁମାର ଦାସ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଚନ୍ତି । ସେ ତାଙ୍କର ଇସ୍ତଫାପତ୍ର ଦଳର ସଭାପତି ରାହୁଲ ଗାନ୍ଧୀଙ୍କ ନିକଟକୁ ପଠାଇ ଦେଇଚନ୍ତି । ଗତ କିଛିଦିନ ହେଲା କଂଗ୍ରେସ ଦଳରୁ ଇସ୍ତଫା ଦେଇ ବିଜେଡିରେ ମିଶିବା ସଂପର୍କରେ ସାଧାରଣରେ ଆଲୋଚନା ହେଉଥିଲା ।ପ୍ରଥମେ ସେ ଏହାକୁ ଖଣ୍ଡନ କରିଥିଲେ ମଧ୍ୟ ଦୁଇଦିନ ତଳେ ସେ କଂଗ୍ରେସ ଛାଡିବା ସଂପର୍କରେ ସୂଚନା ଦେଇଥିଲେ ।
ଶୁଣାଯାଏ ଆସନ୍ତା ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଝାରସୁଗୁଡା ଗସ୍ତ ସମୟରେ ସେ ବିଜୁ ଜନତା ଦଳରେ ଯୋଗଦେବେ । କଂଗ୍ରେସ ଦଳରୁ ଇସ୍ତଫା ଦେବା ସଂପର୍କରେ ସେ ପୁଣି ସ୍ପଷ୍ଟ କରିଦେଇଛନ୍ତି ଯେ ତାଙ୍କର ସଭାପତି ନିରଂଜନ ପଟନାୟକଙ୍କ ସହିତ ସୁସଂପର୍କ ରହିଛି । କେବଳ ଝାରସୁଗୁଡାବାସୀଙ୍କ ବିକାଶ ପାଇଁ ବିଜେଡିରେ ଯୋଗ ଦେଉଚନ୍ତି ।