ଆଦିବାସୀଙ୍କ ମୌଳିକ ସମସ୍ୟା ସମାଧାନ ପାଇଁ ଉଦ୍ୟମ ହେଉ
ଓଡ଼ିଶାର ବଣ-ପାହାଡ଼ ଘେରା ଦୁର୍ଗମ ଅଂଚଳରେ ବସବାସ କରୁଥିବା ଆଦିବାସୀ ମଣିଷ ମାନେ ଦାରିଦ୍ର୍ୟର ଅନ୍ଧକାର ଭିତରୁ କେବେ ମୁକ୍ତି ପାଇବେ, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ମାତ୍ର କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରାଇବାକୁ ଆପ୍ରାଣ ଉଦ୍ୟମ ଜାରି ରଖିଥିବା ଦାବି କରୁଛନ୍ତି । ଏହାକୁ ନେଇ ବିଭିନ୍ନ ସମୟରେ କେନ୍ଦ୍ର ଓ ରାଜ୍ୟ ରାଜନୀତି ସରଗରମ ହୋଇଛି । ମାତ୍ର ଏହା ଦ୍ୱାରା ଗରିବ ଆଦିବାସୀ ମଣିଷର କୌଣସି ଲାଭ ହୋଇ ନାହିଁ । ଯୁଗ ଆରମ୍ଭରୁ ଆଦିବାସୀ ମଣିଷ ପ୍ରତି ସବୁ କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରାଯାଇ ଆସୁଛି । ସେମାନଙ୍କର ମୌଳିକ ଆବଶ୍ୟକତା ପୂରଣ ଦିଗରେ ମଧ୍ୟ ସରକାର ଯତ୍ନବାନ ହେଉ ନାହାନ୍ତି । ସ୍ୱାଧୀନତା ପର ଠାରୁ ଆଦିବାସୀ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବାକୁ କୌଣସି ସରକାର ଆନ୍ତରିକତାର ସହ କାର୍ଯ୍ୟ କରି ନାହାନ୍ତି । ଆଦିବାସୀ ମଣିଷର ଦାରିଦ୍ର୍ୟ ଓ ଅସଚେତନତାର ମୂଳ କାରଣ ଏବଂ ତାର ସ୍ଥାୟୀ ସମାଧାନ ପନ୍ଥା ବାହାର କରାନଯାଇ କେବଳ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ଦ୍ୱାରା ଆଦିବାସୀ ମଣିଷର ବିକାଶ ଅସମ୍ଭବ । ୧୯୯୮ ଅଗଷ୍ଟ ୧୨ ତାରିଖରେ କାର୍ଯ୍ୟକାରୀ ହୋଇଥିବା କେବିକେ ପ୍ରକଳ୍ପ ଏବଂ ସମନ୍ନିତ ଆଦିବାସୀ ବିକାଶ ସଂସ୍ଥା, ପଂଚାୟତିରାଜ ବ୍ୟବସ୍ଥା, ଜିଲ୍ଲା ଯୋଜନା ବୋର୍ଡ଼, ବିଜୁ କେବିକେ ଯୋଜନା ଆଦି ଦ୍ୱାରା ଆଦିବାସୀ ପ୍ରଜା ଆଦୌ ଉପକୃତ ହୋଇ ପାରିନାହିଁ । ବରଂ ଯୋଜନା ଗୁଡ଼ିକ ଆଦିବାସୀ ବିକାଶ ବଦଳରେ ଅଫିସର ଓ ରାଜନେତାଙ୍କ ବିକାଶ ଯୋଜନାରେ ପରିଣତ ହୋଇଛି ।
ଦାରିଦ୍ର୍ୟ ଦୂରୀକରଣ ଯୋଜନା ପ୍ରହସନ ସାବ୍ୟସ୍ତ ହୋଇଛି । ଜରୁରୀକାଳୀନ ଖାଦ୍ୟ ଯୋଗାଣ କାର୍ଯ୍ୟକ୍ରମ ବିଫଳ ହୋଇଛି । ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ଏଠାକାର ନିତି ଦିନିଆ ଘଟଣା । ଗରିବ ଆଦିବାସୀ ମଣିଷ ଅନାହାର, ଅଳ୍ପାହାର ଓ ଅର୍ଦ୍ଧାହାରରେ ଦିନ କାଟୁଛି । ହଇଜା, ଡ଼ାଇରିଆ ଓ ମ୍ୟାଲେରିଆ ଭଳି ମାରାତ୍ମକ ସଂକ୍ରାମକ ରୋଗରେ ପୋକମାଛି ଭଳି ମରୁଛି । ମା ଓ ଶିଶୁ ମୃତ୍ୟୁ ହାର ଏଠାରେ ସର୍ବାଧିକ । ଅନାହାର ଓ ଅପପୃଷ୍ଟି ଏହାର ମୂଳକାରଣ । ଜାତୀୟ ସ୍ତରରେ ଶିଶୁ ମୃତ୍ୟୁହାର ପ୍ରତି ୧ ହଜାରରେ ୪୦ରହିଥିବା ବେଳେ ଓଡ଼ିଶାରେ ୫୧ ଓ କେବିକେରେ ପାଖାପାଖି ୯୦ ରହିଛି । ସଂପ୍ରତି ଦୁର୍ଗମ ଅଂଚଳରେ ହଜାର ହଜାର ଶିଶୁ ପୃଷ୍ଟିହୀନତାର ଶିକାର ହେବା ଅପେକ୍ଷାରେ ବୋଲି ବେସରକାରୀ ଭାବେ କୁହାଯାଉଛି । ସ୍ୱାସ୍ଥ୍ୟସେବା ବିକାଶ ଯୋଜନା କେବଳ ଖାତା ପତ୍ରରେ ସୀମିତ ରହି ଯାଇଛି । କେବିକେରେ ୮ଟି ଜିଲ୍ଲା ହସ୍ପିଟାଲ,୧୪ଟି ଉପଖଣ୍ଡ ସ୍ତରୀୟ ହସ୍ପିଟାଲ, ୮୦ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ୩୦୦ ଟି ପିଏଚ୍ସି, ୧୬୦୦ରୁ ଉର୍ଦ୍ଧ୍ୱ ଉପସ୍ୱାସ୍ଥ୍ୟ କେନ୍ଦ୍ର,୨୨୫ଟି ସ୍ୱାସ୍ଥ୍ୟ ସେକ୍ଟର,୧୫ଟି ଅନ୍ୟାନ୍ୟ ବଡ଼ ହସ୍ପିଟାଲ ତଥା ହୋମିଓପାଥୀ ଓ ଆୟୁର୍ବେଦିକ ଚିକିତ୍ସାଳୟ ତଥା ଶତାଧିକ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍ କାର୍ଯ୍ୟକାରୀ ସତ୍ୱେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ କାହିଁକି? ବାସ୍ତବତା ହେଲା, ରାଜ୍ୟ ସରକାର ଆନ୍ତରିକତାର ସହ ଆଦିବାସୀ ମଣିଷ ମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଉ ନାହାନ୍ତି । ବଡ଼ ବଡ଼ ଲୋକମାନେ ନିଜ ଘରେ ସ୍ୱାଦିଷ୍ଟ ଖାଦ୍ୟ ଖାଇ ଯାହା ବଳେ, ବାହାରେ ବୁଲୁ ଥିବା ପଶୁପକ୍ଷୀଙ୍କ ପାଖକୁ ଫିଙ୍ଗିଦେବା ଭଳି ଆମ ସ୍ୱାସ୍ଥ୍ୟ ବିଭାଗ ଆଦିବାସୀ ବାସିନ୍ଦାଙ୍କ ସ୍ୱାସ୍ଥ୍ୟ ପ୍ରତି ବ୍ୟବହାର ପ୍ରଦର୍ଶନ କରୁଛନ୍ତି । ଏହି ସତ୍ୟକୁ କୌଣସି ପ୍ରକାରେ ମନ୍ତ୍ରୀ, ଅଫିସରଙ୍କ ଭଳି ବଡ ଼ବଡ଼ିଆ ମାନେ ଗ୍ରହଣ କରି ନପାରନ୍ତି । କେତୋଟି ମୁହୂର୍ତ ପାଇଁ ସଭା ସମିତିରେ ଯୋଗ ଦେଉଥିବା ବଡ଼ବଡ଼ିଆ ମାନେ କିପରି ଅନୁଭବ କରି ପାରିବେ ଆଦିବାସୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ସେମାନଙ୍କ ଅବସ୍ଥାକୁ? ତେବେ ସ୍ୱାସ୍ଥ୍ୟ ବିଭାଗର ବେପରୁଆ ନୀତି ଓ ମନମୁଖୀ କାର୍ଯ୍ୟ ହିଁ ନିରୀହ ଆଦିବାସୀ ମଣିଷକୁ ମାରାତ୍ମକ ସଂକ୍ରାମକ ରୋଗର ଆଁ ଭିତରକୁ ଠେଲି ଦେଉଥିବା ନିଃସନ୍ଦେହରେ କୁହାଯାଇ ପାରେ ।
ଶିକ୍ଷାର ପ୍ରସାର, ସାକ୍ଷରତା ହାର ବୃଦ୍ଧି ଓ ଜନ ସଚେତନତା ସୃଷ୍ଟି ପାଇଁ ପୌଢଶିକ୍ଷା, ବାଲ୍ୟଶିକ୍ଷା, ପ୍ରାଥମିକ ଶିକ୍ଷା, ନିନାଦ, ସନ୍ଦେଶ, ନବଜ୍ୟୋତି, ସର୍ବଶିକ୍ଷା ଅଭିଯାନ ଆଦିର ବ୍ୟବସ୍ଥା ରହିଛି । ବହୁ ଆଂଚଳିକ, ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ଏନ୍ଜିଓମାନେ ଏଠାରେ ଜନ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଆଦିବାସୀ ମାନଙ୍କୁ ସଚେତନ କରିବାର ଦାୟିତ୍ୱରେ ଅଛନ୍ତି । ସଚେତନତା ସୃଷ୍ଟିର କଥା ଯାହା କୁହାଯାଉଛି, କେବିକେରେ ଗତ ୧୭ ବର୍ଷ ଭିତରେ କେତୋଟି ଏନ୍ଜିଓ କେତେ ଟଙ୍କାର କାର୍ଯ୍ୟଭାର ନେଇଛନ୍ତି, ସେମାନଙ୍କ ପାଖରୁ ଜନସଚେତନତା ସୃଷ୍ଟିର ପ୍ରମାଣ କିପରି ସରକାର ପାଇଛନ୍ତି, ତାହା ଲୋକଲୋଚନକୁ ଆସିବା ଦରକାର । ଅନ୍ୟ ଏକ ସମ୍ବେଦନଶୀଳ ତଥ୍ୟ ଅନୁଯାୟୀ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଦାରିଦ୍ର୍ୟ ଦୂରୀକରଣ ଯୋଜନାର ବହୁ ଭାଗ ଲାଭ ଅଣ-ଆଦିବାସୀ ମାନେ ମାରି ନେଉଛନ୍ତି । ୧୯୭୦-୭୧ରେ ହଜାର ହଜାର ବଂଗୀୟ ଶରଣାର୍ଥୀଙ୍କୁ ମାଲକାନାଗିରି, ରାଇଘର ଓ ଉମରକୋଟରେ ଥଇଥାନ କରା ଯାଇଥିଲା । ଓଡ଼ିଶା ସରକାର ସ୍ଥାନୀୟ ଆଦିବାସୀଙ୍କ ଚାରଣ ଭୂଇଁ ଓ ଘଂଚ ଜଙ୍ଗଲ ଧ୍ୱଂସ କରି ସେମାନଙ୍କୁ ଥଇଥାନ କରିବା ସହ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ଯୋଗାଇ ଦେଇଥିଲେ । ମାତ୍ର ଦୁର୍ଭାଗ୍ୟର କଥା ଯେ, ମାଛକୁଣ୍ଡ, ଚିତ୍ରକୋଣ୍ଡା, ପଂଚବଟୀ, କୋଲାବ ଓ ଇନ୍ଦ୍ରାବତୀ ନଦୀବନ୍ଧ ଯୋଜନା ପ୍ରତିଷ୍ଠା ବେଳେ ବାସଚ୍ୟୁତ ସ୍ଥାନୀୟ ଆଦିବାସୀ ବାସିନ୍ଦାଙ୍କୁ ଏପର୍ଯ୍ୟନ୍ତ ଥଇଥାନ କରାଯାଇ ନାହିଁ । ସେମାନେ ଏବେ ମଧ୍ୟ ଜୀବନ-ଜୀବିକା ସହ ସଂଘର୍ଷ ଜାରି ରଖିଛନ୍ତି । ସମସ୍ତଙ୍କର ସବୁ ସ୍ତରର ଅତ୍ୟାଚାର ସହି ଚାଲିଛି ଆଦିବାସୀ ମଣିଷ । ଏହା ହିଁ ଆଦିବାସୀ ମଣିଷର ଭାଗ୍ୟ ଓ ଭବିଷ୍ୟତ । ଏଥିରୁ କେବେ ସେ ମୁକ୍ତି ପାଇବ, ସେ କଥା ଇଶ୍ୱରଙ୍କୁ ଜଣା । ତେବେ ଯୋଜନା କାହା ପାଇଁ? କେଉଁଠି କି ଯୋଜନା କାର୍ଯ୍ୟକାରୀ ହେଉଛି? ସରକାରଙ୍କ ପ୍ରତିନିଧି ମାନେ ଦିଲ୍ଲି କିମ୍ବା ଭୁବନେଶ୍ୱରରେ ବସି ଆଦିବାସୀଙ୍କ ବିକାଶ ପାଇଁ କେବଳ ଯୋଜନା ତିଆରି କରିଦେଲେ, କିଛି ସୁଫଳ ମିଳିବ ନାହିଁ । ଅନୁସଂଧାନ କରାଗଲେ ଜଣାପଡ଼ିବ ଯେ, ବିଭିନ୍ନ ଆଦିବାସୀ ବିକାଶ ଯୋଜନା ଅର୍ଥ ଅଧିକାରୀ, ନେତା ଓ ସ୍ୱେଚ୍ଛାସେବୀ ସଂସ୍ଥା ମାନଙ୍କ ମଧ୍ୟରେ ଭାଗବଂଟା ହେଉଛି ।
ଆଦିବାସୀଙ୍କ ମୌଳିକ ସମସ୍ୟାର ସମାଧାନ ବିଭାଗୀୟ ମନ୍ତ୍ରୀଙ୍କ ଦକ୍ଷତା ଓ କର୍ତବ୍ୟ ନିଷ୍ଠା ଉପରେ ନିର୍ଭର କରୁଛି । କିଛି ବର୍ଷ ତଳୁ ଏହି ପଦରେ ଯେଉଁ ନେତାମାନଙ୍କୁ ଦେଖିବାକୁ ମିଳୁଛି, ସେମାନେ ସେମିତି କିଛି ଉଦ୍ୟମ କରୁଥିବା ଦେଖା ଯାଉନାହିଁ । ଯେଉଁଥିପାଇଁ ଆଦିବାସୀ ବିକାଶ କାର୍ଯ୍ୟ ଆଶାନୁରୂପ ହୋଇ ପାରୁନାହିଁ । ଆଦିବାସୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଅନେକ ଉନ୍ନୟନ ଯୋଜନା କାର୍ଯ୍ୟକାରୀ ହେଉଛି । ତଥାପି କାହିଁକି ସମାଧାନ ହୋଇ ପାରୁନି ଆଦିବାସୀଙ୍କ ମୌଳିକ ସମସ୍ୟା? ବିଭାଗୀୟ ମନ୍ତ୍ରୀ ଦକ୍ଷ, ପାରଙ୍ଗମ ଓ ଦୂରଦୃଷ୍ଟି ସଂପନ୍ନ ହେଲେ, ଆଦିବାସୀଙ୍କ ବିକାଶ ହେବା ନିଶ୍ଚିତ । ମାତ୍ର ଶୁଣାଯାଏ, ଆମ ରାଜ୍ୟରେ କିଛି ବର୍ଷ ତଳୁ ସବୁ କ୍ଷମତା କୁଆଡ଼େ ଶାସନ ସଚିବ ମାନଙ୍କ ହାତରେ କେନ୍ଦ୍ରୀଭୂତ ହୋଇଛି । ନିଜ ବିଭାଗର ବିକାଶ ବା ସଂସ୍କାର ପାଇଁ ମନ୍ତ୍ରୀ ନିଜ ଆଡ଼ୁ କୌଣସି ନିଷ୍ପତି ନେଇ ପାରୁ ନାହାନ୍ତି ବୋଲି ମଧ୍ୟ ଚର୍ଚ୍ଚା ହୋଇ ଆସୁଛି । ଏହା ଯଦି ସତ୍ୟ, ତେବେ ଆମ ସମ୍ବିଧାନରେ କାହିଁକି ରହିଛି ଲୋକପ୍ରତିନିଧି ବ୍ୟବସ୍ଥା? ଏହି ଅବସ୍ଥାରେ ରାଜ୍ୟବାସୀଙ୍କର ଉନ୍ନତି ହେବ କିପରି? ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ସହିତ ଅବହେଳିତ ଆଦିବାସୀ ମଣିଷର ଭାଗ୍ୟ ଓ ଭବିଷ୍ୟତ ଯୋଡ଼ି ହୋଇ ରହିଛି । ମାତ୍ର ଆଦିବାସୀ ମଣିଷ ଓ ବିଭାଗ ଯୋଡ଼ି ହୋଇ ଥିବା ମନେ ହେଉନାହିଁ । ବିଭାଗୀୟ ମନ୍ତ୍ରୀ ବା ଲୋକପ୍ରତିନିଧିଙ୍କ ମାଧ୍ୟମରେ ଏହି ସଂଯୋଗ ଘଟିଥାଏ । ହେଲେ ମନ୍ତ୍ରୀ ବା ଲୋକପ୍ରତିନିଧିଙ୍କ ହାତରେ ଏଭଳି ଗୁରୁ ଦାୟିତ୍ୱ ଥିବା ପରି ମନେ ହେଉନାହିଁ । ହୁଏତ ଏଥିଯୋଗୁ ବିଭାଗୀୟ ସଚିବାଳୟ, ସମନ୍ନିତ ଆଦିବାସୀ ବିକାଶ ସଂସ୍ଥା ଓ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିଜ ଢଙ୍ଗରେ ଚାଲୁଛି । ଏହି ବିଭାଗ ସକ୍ରିୟ ହୋଇ ଆଦିବାସୀଙ୍କ ମୌଳିକ ସମସ୍ୟା ସମାଧାନ କରିବ, ଏଭଳି ଆଶା କରାଯିବା ନିରର୍ଥକ ।
ଓଡ଼ିଶା ନ୍ୟୁଜ୍ ସର୍ଭିସ୍,
ଭୁବନେଶ୍ୱର, ମୋ-୯୩୩୭୩୬୯୪୪୮
Can you be more specific about the content of your article? After reading it, I still have some doubts. Hope you can help me. https://accounts.binance.com/kz/register-person?ref=RQUR4BEO
Rely on BWER Company for superior weighbridge solutions in Iraq, offering advanced designs, unmatched precision, and tailored services for diverse industrial applications.
YD8H71y0fnl
56vqJdxuLtR
jn8wvkO1s9C
BhOFudbub4J
PHpUVrngMIj
KGQXJnj3QVA
AZCMsYeCzA1
E7yhg9DrTIN
WyZI9wUQ6Ro
bvtZzokwkol
AAu1RNVvwaP
0jzcMbhnxYC
gIrAMUFTSS7
KmscdQFvDFy
JdGqsq8gYca
Mm0vwWGckV0
rzqm40eHDKN
mYl44JlNVYB
W4HMoFhkjEl
iqdXiq3ZnZM
jxPGX8yQQyV
n74ZrTZZzT7
u0apTiplOkA
dfu04P39PLy
I9requm38jF
v16tOgc9ynE
oGMjuFwQwUg
g7YCDUJ2bBz
kx8RyMhUKTp
APr7imMmMyz
LJV4N8LNhGf
tYKk8eomGCW
uzlniRUzVRI
a1ebOAOw0kb
H7LL71dtzLX